Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଁ ଜେଏନୟୁ ପିଲାଙ୍କ ସମର୍ଥନରେ ଠିଆ ହୋଇଛି, ତାହା ହିଁ ମୋର ଦେଶପ୍ରେମର ସବୁଠୁ ବଡ ଉଦାହରଣ
ବିଶେଷ ଖବର

ମୁଁ ଜେଏନୟୁ ପିଲାଙ୍କ ସମର୍ଥନରେ ଠିଆ ହୋଇଛି, ତାହା ହିଁ ମୋର ଦେଶପ୍ରେମର ସବୁଠୁ ବଡ ଉଦାହରଣ

November 19, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମୁଁ ଜୱାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟର ଛାତ୍ର ନୁହେଁ କିମ୍ବା ମୋର କେହି ସମ୍ପର୍କୀୟ ସେହି ବିଶ୍ଵ ବିଦ୍ୟାଳୟରେ ପଢୁନାହାନ୍ତି। ହେଲେ ମୁଁ ଗତ ପାଞ୍ଚବର୍ଷ ଧରି ନିଜକୁ ଜେଏନୟୁର ଅଂଶ ବିଶେଷ ବୋଲି ମନେ କରୁଛି। ପୃଥିବୀର ଇତିହାସରେ ବୋଧହୁଏ ଜେଏନୟୁ ହେଉଛି ଏକମାତ୍ର ଶିକ୍ଷାନୁଷ୍ଠାନ ଯାହାକୁ ଏ ଦେଶର ସବୁଠୁ କ୍ଷମତାଶାଳୀ ଲୋକମାନେ ମାରିଦେବାକୁ ଚାହାନ୍ତି। ମୁଁ ଜେଏନୟୁ ସହିତ ଠିଆ ହେବାର ଏହାହିଁ ପ୍ରଥମ କାରଣ। ଭାରତର ସବୁଠୁ ଉତ୍କୃଷ୍ଟ ବିଶ୍ଵ ବିଦ୍ୟାଳୟ ଭାବରେ ଏହା ସବୁ ଭାରତୀୟଙ୍କ ଲାଗି ଗର୍ବର କାରଣ।

ହେଲେ କିଛି ଲୋକଙ୍କୁ ଏହି ବିଶ୍ଵ ବିଦ୍ୟାଳୟର ଉତ୍କର୍ଷ ଦେଖି ବହୁତ ପୀଡା ହୁଏ। କଂସ ଯେମିତି କୃଷ୍ଣ କଥା ଚିନ୍ତା କରି ରାତି ରାତି ଶୋଇ ପାରୁନଥିଲା, ଆଜିର ଶାସକ ଦଳ ଓ ତାଙ୍କର ବୈଚାରିକ ପରିବାର ଜେଏନୟୁ କୁ ପ୍ରବଳ ଭୟ କରୁଛନ୍ତି। ଏହି ଭୟର ଏକମାତ୍ର କାରଣ ହେଉଛି, ଗୋଟେ ବିଶ୍ଵ ବିଦ୍ୟାଳୟ ନିଜର ଦାୟିତ୍ଵ ସଠିକ ଭାବରେ ନିର୍ବାହ କରୁଛି। ଜ୍ଞାନକୁ ଅଜ୍ଞାନୀମାନେ ଡରନ୍ତି। ଅଜ୍ଞାନତା ଓ କୁତର୍କ ମାଧ୍ୟମରେ କ୍ଷମତା ଦଖଲ କରିବା ହୁଏତ ସହଜ, ହେଲେ ଗୋଟେ ଜ୍ଞାନ କେନ୍ଦ୍ରର ନିର୍ମାଣ ସହଜ ନୁହେଁ। ଜେଏନୟୁ ନିଜ ଜ୍ଞାନର ପରମ୍ପରା ନିଜେ ତିଆରି କରିଛି। ଯେଉଁମାନେ ଆମ ପଇସାରେ ଏହି ବିଶ୍ୱବିଦ୍ୟାଳୟ ଚାଲିଛି ବୋଲି କହୁଛନ୍ତି, ସେମାନେ ବୁଝିବା ଦରକାର ଯେ, ଏ ଦେଶର ୧୩୦କୋଟି ଲୋକଙ୍କର ଟିକସ କାହା ବାପାର ସମ୍ପତ୍ତି ନୁହଁ। ଦେଶର ସବୁଠୁ ଭଲ ବିଶ୍ଵ ବିଦ୍ୟାଳୟ ଭାବରେ ସରକାରୀ ଅନୁଦାନ ପାଇବାକୁ ଏହାର ଅଧିକାର ରହିଛି। ସେହି ଅଧିକାର ଦାବି କରିବା ପାପ କି ଅପରାଧ ନୁହେଁ।

ଏ ଦେଶର ସବୁଠୁ ପ୍ରତିଭାବାନ ଛାତ୍ର ଛାତ୍ରୀଙ୍କୁ ପ୍ରତିଦିନ ଦେଶଦ୍ରୋହୀ ବୋଲି କୁହାଯାଉଥିବାର ପ୍ରତିବାଦରେ ମୁଁ ଜେଏନୟୁ ସହିତ ଛିଡା ହୋଇଛି। କିଏ ଏ ଦେଶପ୍ରେମର ସଜ୍ଞା ତିଆରି କରିଛି? ଯେଉଁ ପିଲାମାନେ ଆଜି ପୋଲିସଠାରୁ ଲାଠି ମାଡ ଖାଇଛନ୍ତି, ସେମାନେ ଆମର ପିଲା। ସେମାନଙ୍କ ଉପରେ ହିଂସ୍ର ଆଚରଣ କରିଥିବା ପୋଲିସ ଗଣତନ୍ତ୍ରର ବିରୋଧୀ। ସେମାନଙ୍କ ଉପରେ ହଜାର ହଜାର ଟଙ୍କାର ବୋଝ ଲଦୁଥିବା ସରକାର ଏକ ଶିକ୍ଷା ବିରୋଧୀ ସରକାର। ୧ ଲକ୍ଷ ୨୫ହଜାର କୋଟି ଟଙ୍କାର କର୍ପୋରେଟ ଋଣ ଛାଡ କରିଥିବା ସରକାର ପାଞ୍ଚ କୋଟି ଟଙ୍କା ଶିକ୍ଷା ପାଇଁ ଖର୍ଚ୍ଚ କରିବାକୁ ଏତେ କାନ୍ଦୁଛି କାହିଁକି? ରିଲାଏନ୍ସ କମ୍ପାନୀର କେଉଁ ଏକ ଜିଓ ବିଶ୍ଵ ବିଦ୍ୟାଳୟ ହେବ ବୋଲି ଶହେ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରୁଥିବା ସରକାର ଜେଏନୟୁ ଅବା ବିଏଚୟୁ ଅବା ଆଇଆଇଟି କୁ ପଇସା ଦେଲାବେଳେ ଏତେ ଚିନ୍ତା କାହିଁକି? ଯେଉଁମାନେ ଟିକସଦାତାଙ୍କ ଅର୍ଥରେ ପଢୁଥିବା ପିଲା ଆନ୍ଦୋଳନ କରି ପାରିବେ ନାହିଁ ବୋଲି ଯୁକ୍ତି କରୁଛନ୍ତି, ସେମାନେ କେବେ ପଚାରିଛନ୍ତି ଆମର ଶହେ କୋଟି ଟଙ୍କା ନେଇଥିବା ସେ ଜିଓ ବିଶ୍ଵ ବିଦ୍ୟାଳୟ କେଉଁଠି ଅଛି?

ମୋ ପିଲାଙ୍କୁ ଦେଶଦ୍ରୋହୀ ବୋଲି ଯିଏ କହୁଛି, ମୋ ମତରେ ସେ ହିଁ ସବୁଠୁ ବଡ ଦେଶଦ୍ରୋହୀ। ମୋ ପିଲା ମୋର ଗୌରବ। ସେମାନେ ପାଠ ପଢିବା ଲାଗି ମୋ ସରକାର ସେମାନଙ୍କର ଦାବି ନ ଶୁଣିବା ଏକ ଅଥର୍ବ ସରକାରର ଲକ୍ଷଣ। ମୋ ପିଲାଙ୍କ ଉପରେ ଲାଠିମାଡ, ଭାରତମାତାର କୋଳରେ ଲାଠିମାଡ। ଏ ଦେଶର ସବୁଠୁ ପ୍ରଭାବଶାଳୀ ସାମ୍ବାଦିକମାନେ ଆଜି ଜେଏନୟୁ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ସେହି ଅପ ସାମ୍ବାଦିକତା ବିରୋଧରେ ଠିଆ ହେବାକୁ ମୁଁ ଜେଏନୟୁ ସାଙ୍ଗରେ ଠିଆ ହୋଇଛି।

ଆପଣ ଯଦି ଦେଶର ସବୁଠୁ ପ୍ରତିଭାବାନ ପିଲାଙ୍କ ସାଙ୍ଗରେ ଠିଆ ନ ହେବାଟାକୁ ଓ ସେମାନଙ୍କୁ ଗାଳି ଦେବାକୁ  ନିଜର ଦେଶପ୍ରେମ ବୋଲି ଭାବୁଛନ୍ତି, ତାହେଲେ ଆପଣ ଏ ଦେଶ ସହିତ ବିଶ୍ଵାସଘାତକତା କରୁଛନ୍ତି। ମୋ ମତରେ ଜେଏନୟୁ ଭାରତୀୟ ଦେଶପ୍ରେମର ଉଜ୍ଜଳତମ ପ୍ରତୀକ ଓ ମୋର ଦେଶପ୍ରେମର ପ୍ରମାଣ ଦେବାଲାଗି ମୁଁ ଜେଏନୟୁର ସବୁ ପିଲାଙ୍କ ସାଙ୍ଗରେ ଠିଆ ହୋଇଛି।

Jawaharlal Nehru University Protest violence
Share. Facebook Twitter LinkedIn Email WhatsApp Copy Link

Related Posts

କୋଲକାତାରେ ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 22, 2025

କମଳାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

August 22, 2025

ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ମୁଖ୍ୟମନ୍ତ୍ରୀ

August 22, 2025

‘ଯଦି ଛୋଟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇପାରିବ, ତେବେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ନୁହେଁ’: ପିଏମ ମୋଦୀ

August 22, 2025
Latest News

ନଳବଣରେ ଅବାଧ ପ୍ରବେଶ ନେଇ ୩ ମତ୍ସ୍ୟଜୀବୀ ଗିରଫ,୨ ଡଙ୍ଗା ଜବତ

August 22, 2025

ରେଢ଼ାଖୋଲ ବିଜୁ ଜନତା ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

August 22, 2025

ସୁରକ୍ଷିତ ଏବଂ ଦ୍ରୁତ ଟ୍ରେନ ପରିଚାଳନା ପାଇଁ ସ୍ୱୟଂଚାଳିତ ସିଗନାଲିଂ ପ୍ରଣାଳୀରେ ଅପଗ୍ରେଡ୍

August 22, 2025

କୋଲକାତାରେ ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 22, 2025

‘ଭଏସେସ୍‌ ଏଣ୍ଡ୍‌ ଭୋଟ୍‌ସ: ଓଡ଼ିଶାସ୍‌ ଇଲେକ‌ଟୋରାଲ୍‌ ରେନେସାଁ ଅଫ୍‌ ୨୦୨୪’ ପୁସ୍ତକ ଉନ୍ମୋଚିତ

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.