Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଁ ଜେଏନୟୁ ପିଲାଙ୍କ ସମର୍ଥନରେ ଠିଆ ହୋଇଛି, ତାହା ହିଁ ମୋର ଦେଶପ୍ରେମର ସବୁଠୁ ବଡ ଉଦାହରଣ
ବିଶେଷ ଖବର

ମୁଁ ଜେଏନୟୁ ପିଲାଙ୍କ ସମର୍ଥନରେ ଠିଆ ହୋଇଛି, ତାହା ହିଁ ମୋର ଦେଶପ୍ରେମର ସବୁଠୁ ବଡ ଉଦାହରଣ

November 19, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମୁଁ ଜୱାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟର ଛାତ୍ର ନୁହେଁ କିମ୍ବା ମୋର କେହି ସମ୍ପର୍କୀୟ ସେହି ବିଶ୍ଵ ବିଦ୍ୟାଳୟରେ ପଢୁନାହାନ୍ତି। ହେଲେ ମୁଁ ଗତ ପାଞ୍ଚବର୍ଷ ଧରି ନିଜକୁ ଜେଏନୟୁର ଅଂଶ ବିଶେଷ ବୋଲି ମନେ କରୁଛି। ପୃଥିବୀର ଇତିହାସରେ ବୋଧହୁଏ ଜେଏନୟୁ ହେଉଛି ଏକମାତ୍ର ଶିକ୍ଷାନୁଷ୍ଠାନ ଯାହାକୁ ଏ ଦେଶର ସବୁଠୁ କ୍ଷମତାଶାଳୀ ଲୋକମାନେ ମାରିଦେବାକୁ ଚାହାନ୍ତି। ମୁଁ ଜେଏନୟୁ ସହିତ ଠିଆ ହେବାର ଏହାହିଁ ପ୍ରଥମ କାରଣ। ଭାରତର ସବୁଠୁ ଉତ୍କୃଷ୍ଟ ବିଶ୍ଵ ବିଦ୍ୟାଳୟ ଭାବରେ ଏହା ସବୁ ଭାରତୀୟଙ୍କ ଲାଗି ଗର୍ବର କାରଣ।

ହେଲେ କିଛି ଲୋକଙ୍କୁ ଏହି ବିଶ୍ଵ ବିଦ୍ୟାଳୟର ଉତ୍କର୍ଷ ଦେଖି ବହୁତ ପୀଡା ହୁଏ। କଂସ ଯେମିତି କୃଷ୍ଣ କଥା ଚିନ୍ତା କରି ରାତି ରାତି ଶୋଇ ପାରୁନଥିଲା, ଆଜିର ଶାସକ ଦଳ ଓ ତାଙ୍କର ବୈଚାରିକ ପରିବାର ଜେଏନୟୁ କୁ ପ୍ରବଳ ଭୟ କରୁଛନ୍ତି। ଏହି ଭୟର ଏକମାତ୍ର କାରଣ ହେଉଛି, ଗୋଟେ ବିଶ୍ଵ ବିଦ୍ୟାଳୟ ନିଜର ଦାୟିତ୍ଵ ସଠିକ ଭାବରେ ନିର୍ବାହ କରୁଛି। ଜ୍ଞାନକୁ ଅଜ୍ଞାନୀମାନେ ଡରନ୍ତି। ଅଜ୍ଞାନତା ଓ କୁତର୍କ ମାଧ୍ୟମରେ କ୍ଷମତା ଦଖଲ କରିବା ହୁଏତ ସହଜ, ହେଲେ ଗୋଟେ ଜ୍ଞାନ କେନ୍ଦ୍ରର ନିର୍ମାଣ ସହଜ ନୁହେଁ। ଜେଏନୟୁ ନିଜ ଜ୍ଞାନର ପରମ୍ପରା ନିଜେ ତିଆରି କରିଛି। ଯେଉଁମାନେ ଆମ ପଇସାରେ ଏହି ବିଶ୍ୱବିଦ୍ୟାଳୟ ଚାଲିଛି ବୋଲି କହୁଛନ୍ତି, ସେମାନେ ବୁଝିବା ଦରକାର ଯେ, ଏ ଦେଶର ୧୩୦କୋଟି ଲୋକଙ୍କର ଟିକସ କାହା ବାପାର ସମ୍ପତ୍ତି ନୁହଁ। ଦେଶର ସବୁଠୁ ଭଲ ବିଶ୍ଵ ବିଦ୍ୟାଳୟ ଭାବରେ ସରକାରୀ ଅନୁଦାନ ପାଇବାକୁ ଏହାର ଅଧିକାର ରହିଛି। ସେହି ଅଧିକାର ଦାବି କରିବା ପାପ କି ଅପରାଧ ନୁହେଁ।

ଏ ଦେଶର ସବୁଠୁ ପ୍ରତିଭାବାନ ଛାତ୍ର ଛାତ୍ରୀଙ୍କୁ ପ୍ରତିଦିନ ଦେଶଦ୍ରୋହୀ ବୋଲି କୁହାଯାଉଥିବାର ପ୍ରତିବାଦରେ ମୁଁ ଜେଏନୟୁ ସହିତ ଛିଡା ହୋଇଛି। କିଏ ଏ ଦେଶପ୍ରେମର ସଜ୍ଞା ତିଆରି କରିଛି? ଯେଉଁ ପିଲାମାନେ ଆଜି ପୋଲିସଠାରୁ ଲାଠି ମାଡ ଖାଇଛନ୍ତି, ସେମାନେ ଆମର ପିଲା। ସେମାନଙ୍କ ଉପରେ ହିଂସ୍ର ଆଚରଣ କରିଥିବା ପୋଲିସ ଗଣତନ୍ତ୍ରର ବିରୋଧୀ। ସେମାନଙ୍କ ଉପରେ ହଜାର ହଜାର ଟଙ୍କାର ବୋଝ ଲଦୁଥିବା ସରକାର ଏକ ଶିକ୍ଷା ବିରୋଧୀ ସରକାର। ୧ ଲକ୍ଷ ୨୫ହଜାର କୋଟି ଟଙ୍କାର କର୍ପୋରେଟ ଋଣ ଛାଡ କରିଥିବା ସରକାର ପାଞ୍ଚ କୋଟି ଟଙ୍କା ଶିକ୍ଷା ପାଇଁ ଖର୍ଚ୍ଚ କରିବାକୁ ଏତେ କାନ୍ଦୁଛି କାହିଁକି? ରିଲାଏନ୍ସ କମ୍ପାନୀର କେଉଁ ଏକ ଜିଓ ବିଶ୍ଵ ବିଦ୍ୟାଳୟ ହେବ ବୋଲି ଶହେ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରୁଥିବା ସରକାର ଜେଏନୟୁ ଅବା ବିଏଚୟୁ ଅବା ଆଇଆଇଟି କୁ ପଇସା ଦେଲାବେଳେ ଏତେ ଚିନ୍ତା କାହିଁକି? ଯେଉଁମାନେ ଟିକସଦାତାଙ୍କ ଅର୍ଥରେ ପଢୁଥିବା ପିଲା ଆନ୍ଦୋଳନ କରି ପାରିବେ ନାହିଁ ବୋଲି ଯୁକ୍ତି କରୁଛନ୍ତି, ସେମାନେ କେବେ ପଚାରିଛନ୍ତି ଆମର ଶହେ କୋଟି ଟଙ୍କା ନେଇଥିବା ସେ ଜିଓ ବିଶ୍ଵ ବିଦ୍ୟାଳୟ କେଉଁଠି ଅଛି?

ମୋ ପିଲାଙ୍କୁ ଦେଶଦ୍ରୋହୀ ବୋଲି ଯିଏ କହୁଛି, ମୋ ମତରେ ସେ ହିଁ ସବୁଠୁ ବଡ ଦେଶଦ୍ରୋହୀ। ମୋ ପିଲା ମୋର ଗୌରବ। ସେମାନେ ପାଠ ପଢିବା ଲାଗି ମୋ ସରକାର ସେମାନଙ୍କର ଦାବି ନ ଶୁଣିବା ଏକ ଅଥର୍ବ ସରକାରର ଲକ୍ଷଣ। ମୋ ପିଲାଙ୍କ ଉପରେ ଲାଠିମାଡ, ଭାରତମାତାର କୋଳରେ ଲାଠିମାଡ। ଏ ଦେଶର ସବୁଠୁ ପ୍ରଭାବଶାଳୀ ସାମ୍ବାଦିକମାନେ ଆଜି ଜେଏନୟୁ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ସେହି ଅପ ସାମ୍ବାଦିକତା ବିରୋଧରେ ଠିଆ ହେବାକୁ ମୁଁ ଜେଏନୟୁ ସାଙ୍ଗରେ ଠିଆ ହୋଇଛି।

ଆପଣ ଯଦି ଦେଶର ସବୁଠୁ ପ୍ରତିଭାବାନ ପିଲାଙ୍କ ସାଙ୍ଗରେ ଠିଆ ନ ହେବାଟାକୁ ଓ ସେମାନଙ୍କୁ ଗାଳି ଦେବାକୁ  ନିଜର ଦେଶପ୍ରେମ ବୋଲି ଭାବୁଛନ୍ତି, ତାହେଲେ ଆପଣ ଏ ଦେଶ ସହିତ ବିଶ୍ଵାସଘାତକତା କରୁଛନ୍ତି। ମୋ ମତରେ ଜେଏନୟୁ ଭାରତୀୟ ଦେଶପ୍ରେମର ଉଜ୍ଜଳତମ ପ୍ରତୀକ ଓ ମୋର ଦେଶପ୍ରେମର ପ୍ରମାଣ ଦେବାଲାଗି ମୁଁ ଜେଏନୟୁର ସବୁ ପିଲାଙ୍କ ସାଙ୍ଗରେ ଠିଆ ହୋଇଛି।

Jawaharlal Nehru University Protest violence
Share. Facebook Twitter LinkedIn Email WhatsApp Copy Link

Related Posts

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

“ବନ୍ଦେ ମାତରମ୍” ବିବାଦ: କଂଗ୍ରେସ ନିଷ୍ପତ୍ତିରେ କ୍ଷୁବ୍ଧ ବିଜେପି, ପାସ୍ କଲା ପ୍ରସ୍ତାବ

August 22, 2026
Latest News

ଅଗଷ୍ଟରେ ସୁନାର ମୂଲ୍ୟ ୧୦ ହଜାରରୁ ଅଧିକ ବୃଦ୍ଧି: ଉଚ୍ଚ ସ୍ତରରେ ରୂପା ଦର

August 23, 2026

ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କୁ ଲୁଟ: ୧୦ ଲକ୍ଷରୁ ଅଧିକ ଗହଣା ନେଇ ଫେରାର

August 23, 2026

ଆରକ୍ଷଣକୁ ନେଇ ଦିଲ୍ଲୀରୁ ବିହାର ଯାଏଁ ତାତି: ମନ୍ତ୍ରୀଙ୍କ ମୁହଁରୁ ଆସିଲା ବଡ଼ ବୟାନ

August 23, 2026

ଭାରତରେ ବଢ଼ୁଛି ମଧୁମେହ-ମୋଟପାର ବୋଝ: ଜୀବନଶୈଳୀ ରୋଗ ନେଇ ବଢ଼ିଲା ଚିନ୍ତା

August 23, 2026

ସମ୍ପତ୍ତି ନିୟମ: ସ୍ୱାମୀଙ୍କ ମୃତ୍ୟୁ ପରେ ଝିଅର NOC ବିନା ପୁଅକୁ ଫ୍ଲାଟ୍ ଦେଇପାରିବେ କି ମା’? ଜାଣନ୍ତୁ କଣ ରହିଛି ନିୟମ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.