Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଶାନ୍ତ ଏବଂ ଉମେଶଙ୍କ ପାଞ୍ଚ ଓ୍ବିକେଟ୍‌ ସଫଳତା : ପିଙ୍କ ବଲ୍‌ ଟେଷ୍ଟ ସହିତ ସିରିଜ୍‌ ଜିତିଲା ଭାରତ
ଆଜିର ଖବର

ଇଶାନ୍ତ ଏବଂ ଉମେଶଙ୍କ ପାଞ୍ଚ ଓ୍ବିକେଟ୍‌ ସଫଳତା : ପିଙ୍କ ବଲ୍‌ ଟେଷ୍ଟ ସହିତ ସିରିଜ୍‌ ଜିତିଲା ଭାରତ

November 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କଲିକତା,24/11: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଦିବାରାତ୍ର ଟେଷ୍ଟରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । କଲିକତାର ଇଡେନ୍‌ ଗାର୍ଡେନ୍‌ରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ଏକ ଇନିଂସ ଏବଂ 46 ରନ୍‌ରେ ବିଜୟୀ ହୋଇଛି । 241 ରନ୍‌ ପଛରେ ରହିଥିବା ବାଂଲାଦେଶ 195 ରନ୍‌ରେ ଅଲଆଉଟ ହେବାରୁ ଭାରତ ଇନିଂସ ଏବଂ 46 ରନ୍‌ରେ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଇଶାନ୍ତ ଶର୍ମା ପାଞ୍ଚ ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଦ୍ବିତୀୟ ଇନିଂସରେ ଉମେଶ ଯାଦବ ପାଞ୍ଚ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଉଭୟଙ୍କ ବ୍ୟତୀତ ଅଧିନାୟକ ବିରାଟ କୋହଲି 136 ରନ୍‌ର ଇନିଂସ ଖେଳିଥିଲେ । ପ୍ରଥମ ଥର ଭାରତୀୟ ପେସର ମାନେ 19ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ମାତ୍ର 106 ରନ୍‌ରେ ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଇଶାନ୍ତ ଶର୍ମା 5 ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ଅଧିନାୟକ ବିରାଟ କୋହଲିଙ୍କ(136), ପୂଜାରା(55) ଏବଂ ରାହାଣେ(51)ଙ୍କ ବ୍ୟାଟିଂ ଫଳରେ ଭାରତ 347/9ରେ ଇନିଂସ ଘୋଷଣା କରିଥିଲା । 241 ରନ୍‌ ପଛରେ ରହିଥିବା ବଂଲାଦେଶ ଗତକାଲି 152 ରନ୍‌ରେ 6ଟି ଓ୍ବିକେଟ ହରାଇଥିଲା ।

ଆଜି ସକାଳୁ ବଳକା 4ଓ୍ବିକେଟ୍‌ ଇଶାନ୍ତ ଏବଂ ଉମେଶ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ । ଇଶାନ୍ତଙ୍କୁ 9ଟି ଏବଂ ଉମେଶଙ୍କୁ8ଟି ଓ୍ବିକେଟ ମିଳିଥିବା ବେଳେ ସାମି ବଳକା 2ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଇଶାନ୍ତ ଶର୍ମାଙ୍କୁ ମ୍ୟାଚ ଏବଂ ସିରିଜ୍‌ର ଶ୍ରେଷ୍ଠ ଖେଳାଳି ଘୋଷିତ କରାଯାଇଥିଲା ।(ଏଜେନ୍ସୀ)

ishant kohli
Share. Facebook Twitter LinkedIn Email WhatsApp Copy Link

Related Posts

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026
Latest News

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.