Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ରାଲି ଓ ସ୍ମାରକପତ୍ର ପ୍ରଦାନ
ଆଞ୍ଚଳିକ

ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ରାଲି ଓ ସ୍ମାରକପତ୍ର ପ୍ରଦାନ

December 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ହିଞ୍ଜିଳିକାଟୁ,୦୪/୧୨: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ସ୍ବେଚ୍ଛାସେବୀ ସଙ୍ଗଠନ ଗଞ୍ଜାମର ହିଞ୍ଜିଳିକାଟୁରେ ଏକ ରାଲି ଅନୁଷ୍ଠିତ ହେବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ବେଚ୍ଛାସେବୀ ସଙ୍ଗଠନ ତ୍ରିରଙ୍ଗା ସେବା ସଙ୍ଘ ଏବଂ କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ବାହାରିଥିଲା। ଶତାଧିକ ସ୍ବେଚ୍ଛାସେବୀ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରା ପରେ ଏକ ଦଶ ଦଫା ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା।

ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ, ଧାରା ୩୭୬ ରେ ସଂଶୋଧନ, ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ, ପୀଡିତ ପରିବାରକୁ ନ୍ୟାୟ ଏବଂ ସୁରକ୍ଷା, ଫାଷ୍ଟଟ୍ରାକ କୋର୍ଟରେ ମାମଲାର ବିଚାର, ପର୍ଣ୍ଣୋଗ୍ରାଫି, ପର୍ଣ୍ଣୋଗ୍ରାଫି ଚଳଚିତ୍ର, ଓ୍ବେବ୍‌ସାଇଟ୍‌ ଉପରେ ରୋକ୍‌ ଏବଂ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦାବି ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ତ୍ରିରଙ୍ଗ ସେବା ସଙ୍ଘ ସଭାପତି ରଞ୍ଜନ ସାହୁ ଏବଂ କଳିଙ୍ଗ ବୈଶ୍ୟ ମହିଳା ସଂଘ ସଭାନେତ୍ରୀ ଟି ଅର୍ଚ୍ଚନା ପାତ୍ରଙ୍କ ନେତୃତ୍ବରେ ମୀନାକ୍ଷୀ ପାତ୍ର, ରାଜେଶ୍ବରୀ ପାତ୍ର, ପ୍ରଭାତ ମହାରଣା, କିରଣ ପୃଷ୍ଟି, ବିଘ୍ନରାଜ ମହରଣା, ଲୀନା ପାତ୍ର, ସସ୍ମିତା ପାତ୍ର ଏବଂ ଶିବ ପ୍ରସାଦ ପାଠୀ ପ୍ରମୁଖ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

lettertoprez rally rapist
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Latest News

ସ୍ଲୋଭାକ ଗଣରାଜ୍ୟର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

June 16, 2026

ବିସ୍ତୃତ ରାଶିଫଳ: ଜୁନ ୧୬ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

June 16, 2026

ଭାରତ-ସ୍ଲୋଭାକିଆ ମିଳିତ ବିବୃତ୍ତି

June 15, 2026

ଯୁଦ୍ଧବିରତି ନା ଆତ୍ମସମର୍ପଣ? ଟ୍ରମ୍ପ-ଇରାନ ଚୁକ୍ତିକୁ ନେଇ ବଢ଼ୁଛି ଚର୍ଚ୍ଚା

June 15, 2026

ପଶ୍ଚିମବଂଗ ଦିଘା ରୁ ‘ଧାମ’ ଶବ୍ଦ ଉଠିବା ପରେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.