Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମହିଳା ସାମ୍ବାଦିକାଙ୍କୁ ଆକ୍ରମଣର ନିନ୍ଦା କରି ସୁରକ୍ଷା ଦାବୀରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକମାନଙ୍କ ସ୍ମାରକପତ୍ର
ଆଞ୍ଚଳିକ

ମହିଳା ସାମ୍ବାଦିକାଙ୍କୁ ଆକ୍ରମଣର ନିନ୍ଦା କରି ସୁରକ୍ଷା ଦାବୀରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକମାନଙ୍କ ସ୍ମାରକପତ୍ର

December 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ହିଞ୍ଜିଳିକାଟୁ,୩୦/୧୨:ସମାଜ ଓ ଶାସନତନ୍ତ୍ର ମଧ୍ଯରେ ସେତୁ ଭାବେ ଜନସାଧାରଣଙ୍କ ସ୍ବାର୍ଥ ସାଧନ କରିବା ସକାଶେ ଦେଶର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ କାର୍ଯ୍ୟ କରିଥାଏ।ନିରପେକ୍ଷ ସମ୍ବାଦ ମାଧ୍ୟମରେ ଶାସନ କଳରେ ସ୍ବଚ୍ଛତା,ସର୍ବ ସ୍ପର୍ଶୀ ତଥା ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ଵ ବଢାଇଥାଏ।କିନ୍ତୁ ବିଡମ୍ବନାର ବିଷୟ ଭଷ୍ଟାଚାର,ଦୁର୍ନୀତି,ଅବ୍ୟବସ୍ଥାକୁ ଲୋକଲୋଚନକୁ ଆଣିବା ପାଇଁ ମାଧ୍ୟମ ସାଜୁଥିବା ସାମ୍ବାଦିକମାନେ ବର୍ତ୍ତମାନ ଅସୁରକ୍ଷିତ ହେବା ସହିତ ଆକ୍ରମଣର ଶିକାର ହେବାର ବହୁ ଉଦାହରଣ ଦେଖିବାକୁ ମିଳୁଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି,  ଦ୍ଭୁବନେଶ୍ୱର ସ୍ଥିତ ଏସ୍‌ପ୍ଲାନେଡ୍‌ରେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ । ଏହା ସାମ୍ବାଦିକମାନେ କେତେ ସୁରକ୍ଷିତ ତାହା ପ୍ରମାଣିତ କରୁଛି। ରାଜ୍ୟରେ ଦିନକୁ ଦିନ ସାମ୍ବାଦିକମାନଙ୍କୁ ଆକ୍ରମଣ ଓ ଚତୁର୍ଥ ସ୍ତମ୍ଭକୁ ଅକାମି କରିବାର ଷଡଯନ୍ତ୍ରକୁ ଘୋର ନିନ୍ଦା କରି ତୁରନ୍ତ ଆଗାମୀ ବିଧାନସଭା ଅଧିବେଶନରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ସହିତ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ଜଡିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ହିଞ୍ଜିଳିକାଟୁର କାର୍ଯ୍ୟରତ ସାମ୍ବାଦିକମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ବସନ୍ତ ପଟ୍ଟନାୟକ,ଜ୍ୟାେତି ସାବତ,ଲଳିତ ମୋହନ ପୋଲାଇ,କୈଳାଶପତି ଦାଶ,ଆକାଶ ପଟ୍ଟନାୟକ,ପ୍ରିୟବ୍ରତ ପଣ୍ଡା,ଅଶୋକ ମହାନ୍ତି,ପବିତ୍ର ପାତ୍ର,ପ୍ରଭୁଦତ୍ତ ପାତ୍ର,ହିଂମାଶୁ ବେହେରା ଆଦି ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ଶତାଧିକ କର୍ମକର୍ତ୍ତା

May 4, 2026

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ବନ

May 3, 2026

ପୁଣି ଆମ ବସ ନେଲା ଜୀବନ

May 3, 2026

ତ୍ୟାଗ ଓ ତୀତିକ୍ଷା ପାଇଁ ପଣ୍ଡିତ ନାରାୟଣ ଓଡ଼ିଆ ଜାତିର ନମସ୍ୟ: ୫୮ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି

May 3, 2026
Latest News

କେରଳରେ କଂଗ୍ରେସର ଚମତ୍କାର ପ୍ରଦର୍ଶନ: 83ଟି ଆସନରେ ଆଗୁଆ

May 4, 2026

ତାମିଲନାଡୁ ନିର୍ବାଚନ ଫଳାଫଳ: ପ୍ରାରମ୍ଭିକ ଗଣତିରେ ଡିଏମକେ କୁ ଝଟକା, ମଜବୁତ ସ୍ଥିତିରେ ଟିଭିକେ

May 4, 2026

ଗଣତିର ଗୋଟିଏ ଘଣ୍ଟା ସରିଲା, ଟ୍ରେଣ୍ଡରେ ବିଜେପି ୬୭ଟି ଆସନରେ ଆଗୁଆ ଥିବା ଦେଖାଯାଉଛି

May 4, 2026

ପଶ୍ଚିମବଙ୍ଗରେ କାହାର ସରକାର?: ପ୍ରାରମ୍ଭିକ ଗଣତିରେ ବିଜେପି-ଟିଏମସି ମଧ୍ୟରେ କଡା ଟକ୍କର

May 4, 2026

ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଗଣନା

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.