Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»‘ଆଇ ଆମ୍‌ ଉଇଥ୍‌ ନେଚର’ ଉଦଯାପିତ, ପ୍ରଖ୍ୟାତ ନାଟ୍ୟକାର ଗୋପାଳ ଛୋଟରାୟଙ୍କୁ ସ୍ମୃତିଚାରଣ
ଆଞ୍ଚଳିକ

‘ଆଇ ଆମ୍‌ ଉଇଥ୍‌ ନେଚର’ ଉଦଯାପିତ, ପ୍ରଖ୍ୟାତ ନାଟ୍ୟକାର ଗୋପାଳ ଛୋଟରାୟଙ୍କୁ ସ୍ମୃତିଚାରଣ

January 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
‘ଆଇ ଆମ୍‌ ଉଇଥ୍‌ ନେଚର’ ଉଦଜାପିତ, ପ୍ରଖ୍ୟାତ ନାଟ୍ୟକାର ଗୋପାଳ ଛୋଟରାୟଙ୍କୁ ସ୍ମୃତିଚାରଣ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର, ପ୍ରସିଦ୍ଧ ନାଟ୍ୟକାର ଗୋ ପାଳ ଛୋଟରାୟଙ୍କ ସରଳ ଓ ନିରାଡଞ୍ଚର ବ୍ୟକ୍ତିତ୍ୱରେ ଆନ୍ତରିକତା ଓ ବୌଦ୍ଧିକତା ଭରି ରହିଥିଲା। କଟକ ସହିତ ତାଙ୍କର ନିବିଡ଼ ସଂ ପର୍କ ରହିଥିଲା ବୋଲି ସାଂସଦ ପ୍ରଶାନ୍ତ ନନ୍ଦ ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ କେତକୀ ଫାଉଣ୍ଡେସନ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ‘ଆଇ ଆମ୍‌ ଉଇଥ୍‌ ନେଚର’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟ୍ୟକାର ଗୋପାଳ ଛୋଟରାୟଙ୍କୁ ନିଜ ଅଭିନେତା ଜୀବନର ଦ୍ରୋଣ ଭାବରେ ଅଭିହିତ କରିଥିଲେ। ଗୋପାଳ ଛୋଟରାୟଙ୍କ ସହିତ ଏକ ଅବିସ୍ମରଣୀୟ ଅନୁଭୂତିର ଅବତାରଣା କରି ନନ୍ଦ ତାଙ୍କ ଉଦ୍ଦେଶ୍ୟରେ ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ଗୋପାଳ ଛୋଟରାୟଙ୍କ ରଚିତ ଓ ଫାଉଣ୍ଡେସନ୍‌ ପ୍ରକାଶିତ ‘ଫେରିଆ’ ଓ ‘ ପରକଲମ’ ନାଟକ ଏବଂ ଆତ୍ମଜୀବନୀ ‘ ପଥିକ’ ଲୋକାର୍ପିତ ହୋଇଥିଲା। ବିଶିଷ୍ଟ ସମାଲୋଚକ ପ୍ରଫେସର ଡ. ଯତୀନ୍ଦ୍ର ନାୟକ ‘ ପଥିକ’ ଉପରେ ଆଲୋଚନା କରି ଗୋଟିଏ ଆତ୍ମଜୀବନୀର ସ୍ୱାତନ୍ତ୍ର୍ୟ ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଦେବଦାସ ଛୋଟରାୟଙ୍କ ଲିଖିତ ସିନେମା ଗୀତର ଏକ ସଂକଳନ ମଧ୍ୟ ଉନମୋଚିତ ହୋଇଥିଲା। ବିଶିଷ୍ଟ ଲେଖିକା ଶ୍ରୀମତୀ ବିୟତ୍‌ ପ୍ରଜ୍ଞା ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କେତକୀ ଫାଉଣ୍ଡେସନ୍‌ର ଟ୍ରଷ୍ଟି ଚିତ୍ରଶିଳ୍ପୀ ଶ୍ରୀ ରାମହରି ଜେନା କାଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହା ପରେ ଗୋ ପାଳ ଛୋଟରାୟଙ୍କ ନାଟକର ଊଦ୍ଧୃତାଂଶ ଶ୍ରୀ ଦେବଦତ୍ତ ପତି ଓ ସାଥିମାନଙ୍କ ଦ୍ୱାରା ଅଭିନୀତ ହୋଇଥିଲା।

gopalchottray
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନ ଭୋଜି ବେଶ ଅନୁଷ୍ଠିତ

August 19, 2025

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025

ଧାର୍ଯ୍ୟ ହେଲା ଲଗ୍ନ: ଜାଣନ୍ତୁ କେବେ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

August 17, 2025

ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳ ପାଇଁ ସ୍ଥିର ହେଲା ନୂଆଁଖାଇ ନଗ୍ନ

August 17, 2025
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.