Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯଦି ଲକ୍ଷ୍ମୀ ଅର୍ଥନୀତି ବଞ୍ଚାଇବେ, ତେବେ ନିର୍ମଳା କରିବେ କ’ଣ ?
ଆଜିର ଖବର

ଯଦି ଲକ୍ଷ୍ମୀ ଅର୍ଥନୀତି ବଞ୍ଚାଇବେ, ତେବେ ନିର୍ମଳା କରିବେ କ’ଣ ?

January 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ ଅର୍ଥବ୍ୟବସ୍ଥା ଠିକ୍‌ ନାହିଁ, ରୋଜଗାରକୁ ନେଇ ଏକ ବଡ ପ୍ରଶ୍ନ ଉଠିଛି । ବିରୋଧୀ ଲଗାତାର ଭାବରେ ସରକାରକୁ ଏହି ପ୍ରସଙ୍ଗରେ ଘେରୁଛି । ଠିକ୍‌ ଏହି ସମୟରେ ବିଜେପିର ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ କହିଛନ୍ତି ଯେ, ଯଦି ନୋଟ୍‌ ଉପରେ ମାତା ଲକ୍ଷ୍ମୀଙ୍କ ଫଟୋ ଲଗାଯିବା, ତେବେ ଅର୍ଥବ୍ୟବସ୍ଥାରେ କିଛିଟା ସୁଧାର ଆସିବ । ତେବେ ସ୍ବାମୀଙ୍କ ଏହି ବୟାନକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଚାଲିଥିବାବେଳେ ଏହାକୁ ନେଇ ବିରୋଧୀ ଦଳ ଏବେ ସରକାରକୁ ଟାର୍ଗେଟ୍‌ କରିଛନ୍ତି ।

କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ ମନୁ ସିଂଘଭୀ ଟୁଇଟ୍‌ କରି କହିଛନ୍ତି ଯେ, ସୁବ୍ରମଣ୍ୟମ୍‌ ସ୍ବାମୀ କଟାକ୍ଷ କରି କହିଛନ୍ତି ଯେ,  ଦେଶରେ ଅର୍ଥନୀତି ଓ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ସ୍ବାମୀ କିଛି ଆଇଡିଆ ଦେବେ ବୋଲି ଭାବିଥିଲୁ କିନ୍ତୁ ସେ ନୋଟ୍‌ ବଦଳାଇବାକୁ କହୁଛନ୍ତି । ମାତା ଲକ୍ଷ୍ମୀ ଯଦି ଏପରି କାମ କରିକି ଅର୍ଥବ୍ୟବସ୍ଥାକୁ ସୁଧାରିବେ, ତେବେ ଆମର ଅର୍ଥମନ୍ତ୍ରୀ କ’ଣ କରିବେ ?

ଏକ କାର୍ଯ୍ୟକ୍ରମରେ ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ କହିଛନ୍ତି ଯେ, ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ରଖିପାରିବେ । ତେବେ ଏହି ପ୍ରସଙ୍ଗରେ ସୁବ୍ରମଣ୍ୟମ୍‌ ଟିକେ ହାଲ୍‌କା ଉତ୍ତର ରଖିଛନ୍ତି ।  ସେ କହିଛନ୍ତି ଯେ, ଭଗବାନ ଗଣେଶ ବାଧାକୁ ଦୂର କରିଥା’ନ୍ତି । ସେହିପରି ଯଦି ଧନର ଦେବୀ ମାତା ଲକ୍ଷ୍ମୀଙ୍କ ଫଟୋ ନୋଟ୍‌ରେ ଛପା ଯିବା, ତେବେ ଭାରତୀୟ ମୁଦ୍ରାର ସ୍ଥିତିରେ କିଛି ସୁଧାର ଆସିବେ । ନିକଟରେ ଇଣ୍ଡୋନେସିଆ ନିଜ ନୋଟ୍‌ ଉପରେ ଗଣେଶଙ୍କ ଫଟୋ ଲଗାଇଥିଲେ, ଯାହାର ବହୁତ କିଛି ଫାଇଦା ମିଳିଥିଲା । ଭାରତ ଏପରି କିଛି କରିବା ଦରକାର ବୋଲି ସ୍ବାମୀ କହିଥିଲେ । ସୁବ୍ରମଣ୍ୟମ୍‌ ସ୍ବାମୀ ନିଜ ତରଫରୁ ଦେଶର ଅର୍ଥବ୍ୟବସ୍ଥାକୁ ନେଇ ସବୁବେଳ ପ୍ରଶ୍ନ ଉଠାଇଆସିଛନ୍ତି । କେବଳ ଏତିକି ନୁହେଁ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି ସ୍ବାମୀ । (ଏଜେନ୍ସି)

indianeconomy subramanyamswami
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026
Latest News

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.