Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାର ଜଣେ ଶ୍ରମିକଙ୍କ ପାଖକୁ ଆସିଲା ଅଢେଇ ଲକ୍ଷ ଟଙ୍କାର ଆଇଟି ନୋଟିସ, ହତବାକ ହୋଇପଡିଛନ୍ତି ଶ୍ରମିକ
ବିଶେଷ ଖବର

ଓଡିଶାର ଜଣେ ଶ୍ରମିକଙ୍କ ପାଖକୁ ଆସିଲା ଅଢେଇ ଲକ୍ଷ ଟଙ୍କାର ଆଇଟି ନୋଟିସ, ହତବାକ ହୋଇପଡିଛନ୍ତି ଶ୍ରମିକ

February 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାର ଜଣେ ଶ୍ରମିକଙ୍କ ପାଖକୁ ଆସିଲା ଅଢେଇ ଲକ୍ଷ ଟଙ୍କାର ଆଇଟି ନୋଟିସ, ହତବାକ ହୋଇପଡିଛନ୍ତି ଶ୍ରମିକ

ଭୁବନେଶ୍ବର, ଜଣେ ଶ୍ରମିକଙ୍କ ପାଖକୁ ବର୍ଷକର ଆୟ ବାବଦରେ 2 ଲକ୍ଷ 59 ହଜାର ଟଙ୍କା ଆୟକର ବା ଆଇଟି ବାବଦକୁ ଜମା କରିବା ପାଇଁ ଏକ ନୋଟିସ ମିଳିଛି। ଏହି ନୋଟିସଟି ଆୟକର ବିଭାଗ ଦେଇଛି। ସେଥିରେ ଉଲ୍ଲେଖ ରହିଛି ଯେ, ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ 1 କୋଟି 47 ଲକ୍ଷ ଟଙ୍କାର କାରବାର ହୋଇଛି। ସେହି କାରବାର ବାବଦର ଆୟକର ହେଉଛି 2.59 ଲକ୍ଷ ଟଙ୍କା। ଏହି ନୋଟିସ ପାଇବା ପରେ ସେହି ଶ୍ରମିକ ଜଣଙ୍କ ହତବାକ ହୋଇପଡିଛନ୍ତି। ଯାହାର ଦୈନିକ ରୋଜଗାର ମାତ୍ର ଦୁଇରୁ ତିନିଶହ ଟଙ୍କା ଥିବା ବେଳେ ସେ କେଉଁଠୁ ଏତେ ଟଙ୍କା ପଇଠ କରିବ ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଏହି ଘଟଣାଟି ଓଡିଶାର ନବରଂଗପୁର ଜିଲ୍ଲାର ପୁଜାରୀଭରଣ୍ଡି ଗାଁରେ ଘଟିଛି। ଏହି ଗାଁର ସାନଧର ଗଣ୍ଡଙ୍କୁ ମିଳିଛି ଏହି ନୋଟିସ। ତାଙ୍କୁ କୁହାଯାଇଛି ଯେ, ତାଙ୍କର ଆଇସିଆଇସିଆଇ ବ୍ୟାଙ୍କରେ ଯେଉଁ ଆକାଉଣ୍ଟ ଅଛି ସେଥିରେ 2014-15 ମସିହାରେ 1 କୋଟି 47 ଲକ୍ଷ ଟଙ୍କା ଜମା ହୋଇଛି। ବିଭିନ୍ନ ସମୟରେ ଏହି ଟଙ୍କା ଉଠାଯାଇଛି। ସେହି କାରବାରର ଆୟକର ବାବଦରେ ଅଢେଇ ଲକ୍ଷ ଟଙ୍କା ଜମା କରିବା କଥା।ହେଲେ ତାହା ଜମା ହୋଇ ନ ଥିବାରୁ ତୁରନ୍ତ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକୃତରେ ଘଟଣାଟି ସତକଥା। ଗଣ୍ଡଙ୍କ ଆକାଉଣ୍ଟରେ 1 କୋଟି 47 ଲକ୍ଷ ଟଙ୍କା ଜମା ଓ ଉଠାଣ ହୋଇଛି। ମାତ୍ର ସେ ଟଙ୍କା ତାଙ୍କର ନୁହେଁ। ଗଣ୍ଡଙ୍କ କହିବା କଥା ହେଲା ଯେ, ତାଙ୍କ ନାମରେ ସେହି ଗାଁର ପପୁ ଅଗ୍ରୱାଲା ନାମକ ଜଣେ ବ୍ୟକ୍ତି ଏକ ଆକାଉଣ୍ଟ ଖୋଲିଥିଲେ। ଗଣ୍ଡ ତାଙ୍କ ଘରେ ଦୀର୍ଘ ବର୍ଷ ଧରି କାମ କରୁଥିବାରୁ ସେହି ବିଶ୍ବାସରେ ପପୁଙ୍କୁ ଭରସା କରି ଏକ ଆକାଉଣ୍ଟ ଖୋଲିଥିଲେ। ଏଥିସହିତ ତାଙ୍କ ଜମିର ପଟ୍ଟା ମାଗିବାରୁ ତାହା ମଧ୍ୟ ପପୁଙ୍କୁ ଦେଇଥିଲେ। ସେତେବେଳେ ସେ ଏକ ଧଳାକାଗଜରେ ଦସ୍ତଖତ ମଧ୍ୟ କରି ନେଇଥିଲେ। ହେଲେ ତାପରେ କଣ ହେଲା ସେ ଜାଣନ୍ତି ନାହିଁ।

ଘଟଣାରୁ ଅନୁମାନ କରାଯାଇଛି ଯେ, ପପୁ ଅଗ୍ରୱାଲା ଗଣ୍ଡଙ୍କ ନାମରେ ଏକ ଆକାଉଣ୍ଟ ଖୋଲି ସେଥିରେ କୋଟି କୋଟି ଟଙ୍କାର କାରବାର କରିଛନ୍ତି। ଆୟକର ଫାଙ୍କିବା ପାଇଁ ପପୁ ଗଣ୍ଡଙ୍କୁ ମୋହରା ବନାଇ ଏପରି କାମ କରିଛନ୍ତି। ଗରିବ ଶ୍ରମକ ଜଣଙ୍କ ଏତେ କଥା ଜାଣିପାରି ନାହିଁ। ହେଲେ ଯେତେବେଳେ ଆଇଟି ନୋଟିସ ଆସିଲା ଘଟଣାଟି ପଦାକୁ ଆସିଲା।

ଏହି ଘଟଣାକୁ ନେଇ ବର୍ତ୍ତମାନ ସେହି ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଆଇଟି ବିଭାଗ କଣ କରିବ ସେ ନେଇ ମଧ୍ୟ ଚିନ୍ତାରେ ପଡିଯାଇଛି। ଏନେଇ ବିଭାଗ ପୋଲିସରେ ଖବର ଦେବ ବୋଲି ଜଣାପଡିଛି। ଏହି ଟଙ୍କା କିଏ କିପରି ଜମା କଲା ଏବଂ ଟଙ୍କା କୁଆଡେ ଗଲା ତାହାର ତଦନ୍ତ କରାଯିବ ବୋଲି ଜଣାପଡିଛି।

ଆୟକର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି

May 18, 2026

ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ, ଜାଣନ୍ତୁ କିଏ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି

May 18, 2026

ରଣପୁର ସମ୍ବାଦ ସାହିତ୍ୟ ଘରର ସ୍କୁଲ ଚାଲ ଅଭିଯାନ ପ୍ରସ୍ତୁତି ବୈଠକ

May 18, 2026

ଆଜି ମେ ୧୮ ତାରିଖ ସୋମବାରରେ ଏହି ଆଠଟି ରାଶି ପ୍ରତି ମା ଲକ୍ଷ୍ମୀଙ୍କର ରହିଛି ଆଶୀର୍ବାଦ

May 18, 2026

ବେଗୁନିଆରେ ପଞ୍ଚମ ସାଂସଦ ଚିକିତ୍ସା ଶିବିର ଅନୁଷ୍ଠିତ

May 18, 2026

ଶ୍ରୀଶ୍ରୀ ବାବା ପ୍ରତାପେଶ୍ବର ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ପୃଥ୍ୱୀରାଜ ହରିଚନ୍ଦନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.