Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୟଙ୍କର ସ୍ଥିତିରେ କରୋନା : ଚୀନ୍‌ରେ ମୃତ୍ୟୁସଂଖ୍ୟା 400 ଟପିଲା
ଆଜିର ଖବର

ଭୟଙ୍କର ସ୍ଥିତିରେ କରୋନା : ଚୀନ୍‌ରେ ମୃତ୍ୟୁସଂଖ୍ୟା 400 ଟପିଲା

February 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସ ଆହୁରି ଅଧିକ କାୟା ମେଲାଇଛି । ଏହି ଭାଇରସ ଯୋଗୁଁ ମୃତ୍ୟୁ ସଂଖ୍ୟା ୪୨୫ରେ ପହଞ୍ଚିଛି । ଏଥିରୁ ଗତ ୨୪ ଘଣ୍ଟାରେ ୬୪ ଜଣ ଶିକାର ହୋଇଥିବା ବେଳେ ଏଯାଏଁ ମୋଟ ୨୦ ହଜାର ୪୦୦ ଲୋକ ସଂକ୍ରମଣର ଶିକାର ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଏଥିପାଇଁ ବିଶ୍ୱ  ସ୍ବାସ୍ଥ୍ୟ ସଂଗଠନର ନେତୃତ୍ୱରେ ଏକ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ଚଳିତ ସପ୍ତାହରେ ଚୀନ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବ। ବିଶ୍ୱର ୨୭ଟି ଦେଶକୁ କରୋନା ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଚୀନରେ ରହୁଥିବା ବିଦେଶୀ ନାଗରିକ ଓ ଛାତ୍ରମାନେ ସ୍ବଦେଶକୁ ଫେରୁଛନ୍ତି। ଅନ୍ୟପକ୍ଷରେ ଭାରତ, ଆମେରିକା, ଜାପାନ, ଋଷିଆ, ପାକିସ୍ତାନ, ନେପାଳ, ବ୍ରିଟେନ ଆଦି ଦେଶଗୁଡ଼ିକ ଚୀନକୁ ବିମାନ ଉଡ଼ାଇବା କିଛି ଦିନ ପାଇଁ କଟକଣା ଜାରି କରିଛନ୍ତି ।  ସେହିପରି କରୋନା ଭାଇରସକୁ କେରଳ ସରକାର ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି । କେରଳରେ 3ଜଣ ଏହି ଭୟଙ୍କର ଭୂତାଣୁରେ ଆକ୍ରାନ୍ତ ହୋଇଥିବାର ଚିହ୍ନଟ ହୋଇଛନ୍ତି । ଏହା ବ୍ୟାପିବାର ଆଶଙ୍କା ଥିବାରୁ କେରଳ ସରକାର ଆଜି ଏଥିପାଇଁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି। ଆକ୍ରାନ୍ତଙ୍କୁ  କାସାରାଗୋଡ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି ।

china coronavirus keral
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର: ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଲେ ଦକ୍ଷିଣ ଆଫ୍ରିକାର ଘାତକ ବୋଲର

November 21, 2025

Tejas Fighter Jet Crashes: ଦୁବାଇ ଏୟାର ସୋ’ରେ ଦୁର୍ଘଟଣା ହେଲା ତେଜସ୍ ବିମାନ, ପାଇଲଟ ମୃତ୍ୟୁ

November 21, 2025

ସୀମାପାର ଆତଙ୍କବାଦ ଏବଂ ଅନୁପ୍ରବେଶ ବିରୁଦ୍ଧରେ ଅଭିଯାନକୁ ଆହୁରି ତୀବ୍ର କରାଯିବ: ଅମିତ ଶାହ

November 21, 2025

ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ଭାଟିକା ଗ୍ରୁପର ୧୦୮ କୋଟି ମୂଲ୍ୟର ବାଣିଜ୍ୟିକ ଜମି ଜବଦ

November 21, 2025
Latest News

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର: ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଲେ ଦକ୍ଷିଣ ଆଫ୍ରିକାର ଘାତକ ବୋଲର

November 21, 2025

Tejas Fighter Jet Crashes: ଦୁବାଇ ଏୟାର ସୋ’ରେ ଦୁର୍ଘଟଣା ହେଲା ତେଜସ୍ ବିମାନ, ପାଇଲଟ ମୃତ୍ୟୁ

November 21, 2025

ସୀମାପାର ଆତଙ୍କବାଦ ଏବଂ ଅନୁପ୍ରବେଶ ବିରୁଦ୍ଧରେ ଅଭିଯାନକୁ ଆହୁରି ତୀବ୍ର କରାଯିବ: ଅମିତ ଶାହ

November 21, 2025

ବଢିଲା ଶ୍ରୀମନ୍ଦିର ସେବାୟତଙ୍କ ମାସିକ ଭତ୍ତା, ଆସନ୍ତା ବର୍ଷରୁ ହେବ ଲାଗୁ

November 21, 2025

ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ଭାଟିକା ଗ୍ରୁପର ୧୦୮ କୋଟି ମୂଲ୍ୟର ବାଣିଜ୍ୟିକ ଜମି ଜବଦ

November 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.