ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ: ପ୍ରଥମ ମ୍ୟାଚରେ ବିଜୟ ସହ ନ୍ୟୁଜିଲାଣ୍ଡ ଦଳ ୧-୦ରେ ସିରିଜ ଆଗୁଆ

Published: Feb 5, 2020, 4:32 pm IST
nz beat india

ହାମିଲ୍ଟନ: ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ଟି ୱିକେଟ ହରାଇ ୩୪୭ ରନର ଏକ ବିଶାଳ ସ୍କୋର ନ୍ୟୁଜିଲାଣ୍ଡ ସାମ୍ନାରେ ରଖିଥିଲା। ଭାରତ ପକ୍ଷରୁ ଶ୍ରୀୟଶ ଆୟର ୧୦୭ଟି ବଲ ଖେଳି  ୧୦୩ ରନ ସଂଗ୍ରହ କରିଥିଲେ। ସେହିପରି ଅଧିନାୟକ ବିରାଟ ୫୧ ରନ ସଂଗ୍ରହ କରିଥିବାବେଳେ କେ ଏଲ ରାହୁଲ ଏବଂ କେଦାର ଯାଦବ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ୩୪୭ ରନରେ ପହଞ୍ଚାଇଥିଲେ। ରାହୁଲ ୬୪ଟି ବଲ ଖେଳି ୮୮ରନ କରିଥିବାବେଳେ କେଦାର ୧୫ଟି ବଲ ଖେଳି ୨୬ ରନ ସଂଗ୍ରହ କରିଥିଲେ।

ନ୍ୟୁଜିଲାଣ୍ଡ ଦଳ ୩୪୮ରନର ଲକ୍ଷ୍ୟକୁ ମାତ୍ର ୪୮.୧ ଓଭରରେ ଅତିକ୍ରମ କରି ବିଜୟ ଲାଭ କରିଛି। ନ୍ୟଜିଲାଣ୍ଡ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ହେନରୀ ନିକୋଲ୍ସ ୭୮ରନ କରିଥିବାବେଳେ ରସ ଟେଲର ଏବଂ ଲାଥମ ଦ୍ରୁତତମ ପାଳି ଖେଳି ନ୍ୟୁଜିଲାଣ୍ଡକୁ ବିଜେତା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଟେଲର ୮୪ଟି ବଲ ସାମ୍ନା କରି ୧୦୯ ରନ କରିଥିବାବେଳେ ଲାଥମ ୪୮ଟି ବଲରେ ୬୯ରନ ସଂଗ୍ରହ କରିଥିଲେ। (ଏଜେନ୍ସି)

 

Related posts