Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫିଲ୍ମ ଫ୍ରାଇଡେ’ରେ ଆଜି ରିଲିଜ ହେଉଛି ‘ମଲଙ୍ଗ୍‌’, ପରଦାରେ ଅଛନ୍ତି ଭିନ୍ନ ଜୋନ୍‌ର ଅନ୍ୟ ଚାରୋଟି ଫିଲ୍ମ
ଆଜିର ଖବର

ଫିଲ୍ମ ଫ୍ରାଇଡେ’ରେ ଆଜି ରିଲିଜ ହେଉଛି ‘ମଲଙ୍ଗ୍‌’, ପରଦାରେ ଅଛନ୍ତି ଭିନ୍ନ ଜୋନ୍‌ର ଅନ୍ୟ ଚାରୋଟି ଫିଲ୍ମ

February 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଭାଲେଣ୍ଟାଇନ୍‌ ଓ୍ବିକ୍‌ର ପ୍ରାରମ୍ଭରେ ଆଜି ଭିନ୍ନ ଭିନ୍ନ ଜୋନ୍‌ର ଫିଲ୍ମଗୁଡ଼ିକ ପରଦାକୁ ଆସିଛି । ଆଦିତ୍ୟ ରାୟ କପୁର୍‌, ଦିଶା ପଟ୍ଟାନୀ, କୁନାଲ୍‌ ଖେମୁଙ୍କ ଅଭିନୀତ ଫିଲ୍ମ ‘ମଲଙ୍ଗ୍‌’ ଆଜି ରିଲିଜ୍‌ ହୋଇଥିବାବେଳେ ଏହି ଫିଲ୍ମ ସହ ଅଛି ବିକ୍ରମ୍‌ ଭଟ୍ଟଙ୍କ ନିର୍ଦ୍ଦେଶିତ ’ହ୍ୟାକଡ୍‌’ । ପୂର୍ବରୁ ‘ମଲଙ୍ଗ୍‌’ର ଟ୍ରେଲର୍‌ ଓ ଗୀତ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିସାରିଥିବାବେଳେ ଦିଶା-ଆଦିତ୍ୟଙ୍କ କେମେଷ୍ଟ୍ରିକୁ ଦର୍ଶକେ ବେଶ୍‌ ପସନ୍ଦ କରିବେ ବୋଲି ଆଶା କରାଯାଉଛି।  ସେହିପରି ବିକ୍ରମ୍‌ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହ୍ୟାକଡ୍‌’ର ମୁଖ୍ୟ ଭୂମିକାରେ ଅଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ହିନା ଖାନ୍‌ । ହୀନା ଏହି ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରୁଛନ୍ତି । ଏହି ଫିଲ୍ମଟି ସାଇକେଲାଜିକାଲ୍‌ ଡ୍ରାମା ଅଟେ । ସେହିପରି ଆଜି ରିଲିଜ୍‌ ହୋଇଥିବା ଅନ୍ୟ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ଶିକାରା’ । କାଶ୍ମୀର ପଣ୍ଡିତ୍‌ଙ୍କ ଉପରେ ଆଧାରିତ ଏହି ଫିଲ୍ମଟିକୁ ନିର୍ମାଣ କରିଛନ୍ତି ବିଧୂ ବିନୋଦ ଚୋପ୍ରା । ତେବେ ରିଲିଜ୍‌ ପୂର୍ବରୁ ବିବାଦଥିବା ଏହି ଫିଲ୍ମଟିକୁ ଦର୍ଶକେ କେତେ ସହଜରେ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା । ସେହିପରି ‘ତାନାଶାହା’ ଓ ବିବେକ ଶର୍ମାଙ୍କ ନିର୍ଦ୍ଦେଶିତ ‘ଏ ଗେମ୍‌ କଲ୍ଡ ରିଲେସନସିପ୍‌’ ମଧ୍ୟ ଆଜି ରିଲିଜ୍‌ ହେଉଛି ।

ତେବେ ପ୍ରେମ ସପ୍ତାହର ଆରମ୍ଭରେ ‘ମଲଙ୍ଗ୍‌’ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ପ୍ରେମ, ଧୋକ୍କା, ସସ୍‌ପେନ୍ସକୁ ନେଇ ନିର୍ମିତ ଏହି ଫିଲ୍ମଟି ପ୍ରେମୀ-ପ୍ରେମିକାଙ୍କୁ ବେଶ୍‌ ଆକୃଷ୍ଟ କରିବ ବୋଲି ଜଣାପଡୁଛି । (ଏଜେନ୍ସି)

hacked Malang
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ପକ୍ଷରୁ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମଜୟନ୍ତୀ ପାଳିତ

December 15, 2025

୨୭ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ୍ କ୍ୟାମ୍ପୋରି ଉଦଘାଟିତ

December 15, 2025

ଓଡ଼ିଶା ପୁଲିସକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୂତନ ୱେବସାଇଟ୍‌କୁ ଲୋକାର୍ପଣ କଲେ ଡିଜିପି

December 15, 2025

ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ ଦଳରେ ପରିବର୍ତ୍ତନ: ବାଦ ପଡିଲେ ଏହି ଅଲରାଉଣ୍ଡର

December 15, 2025
Latest News

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025

ସୋଆ ପକ୍ଷରୁ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମଜୟନ୍ତୀ ପାଳିତ

December 15, 2025

୨୭ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ୍ କ୍ୟାମ୍ପୋରି ଉଦଘାଟିତ

December 15, 2025

ଓଡ଼ିଶା ପୁଲିସକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୂତନ ୱେବସାଇଟ୍‌କୁ ଲୋକାର୍ପଣ କଲେ ଡିଜିପି

December 15, 2025

ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ ଦଳରେ ପରିବର୍ତ୍ତନ: ବାଦ ପଡିଲେ ଏହି ଅଲରାଉଣ୍ଡର

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.