Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଛାତ୍ରଛାତ୍ରୀମାନଙ୍କ ଉପରେ ଦିଲ୍ଲୀ ପୋଲିସ୍‌ର ବର୍ବର ଆକ୍ରମଣ ବିରୋଧରେ ଭୁବନେଶ୍ୱରରେ ଗଣପ୍ରତିବାଦ
ଆଞ୍ଚଳିକ

ଛାତ୍ରଛାତ୍ରୀମାନଙ୍କ ଉପରେ ଦିଲ୍ଲୀ ପୋଲିସ୍‌ର ବର୍ବର ଆକ୍ରମଣ ବିରୋଧରେ ଭୁବନେଶ୍ୱରରେ ଗଣପ୍ରତିବାଦ

February 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, ‘ଆମେ ଭାରତବାସୀ’-ଓଡ଼ିଶା ତରଫରୁ ଜମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପରେ ଦିଲ୍ଲୀ ପୋଲିିସ୍‌ର ବର୍ବର ଆକ୍ରମଣ ବିରୋଧରେ ପ୍ରତିବାଦ ବିକ୍ଷୋଭ ସଂଗଠିତ କରାଯାଇଛି । ଜାମିଆ ମିଲିଆର ଛାତ୍ରଛାତ୍ରୀମାନେ ନାଗରିକତା ସଂଶୋଧନ ଆଇନ୍‌, ଜାତୀୟ ଜନସଂଖ୍ୟା ପଞ୍ଜିକା ଏବଂ ଜାତୀୟ ନାଗରିକ ପଞ୍ଜିକା ବିରୋଧରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କଲାବେଳେ ପୋଲିସ୍ ଯେଉଁଭଳି ଭାବରେ ଅତି ଲଜ୍ଜାଜନକ ମରଣାନ୍ତକ ଆକ୍ରମଣ ଏବଂ ଅସଦାଚରଣ କରିଛି, ତାହା ଘୋର ନିନ୍ଦନୀୟ କାର୍ଯ୍ୟ।

ସରକାରୀ କଳ, ପୋଲିସ୍ ବଳ ଏବଂ ଗୁଣ୍ଡା ବାହିନୀର ଦମନ ଦ୍ୱାରା କୌଣସି ଗଣତାନ୍ତ୍ରିକ ଆନ୍ଦୋଳନ ଦବି ଯିବ ନାହିଁ ବୋଲି କୁହାଯାଇଛି। ଆଜି ମାଷ୍ଟର କ୍ୟାଣ୍ଟିନ ଛକଠାରେ ‘ଆମେ ଭାରତବାସୀ’ ତରଫରୁ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ବିଭିନ୍ନ ନେତୃବୃନ୍ଦ କହିଥିଲେ ଯେ, ‘ବେଟୀ ବଢାଓ-ବେଟୀ ପଢାଓ’ ସ୍ଲୋଗାନ ଦେଉଥିବା ଶାସକ ଦଳର ଗୁଣ୍ଡାମାନେ ଦିଲ୍ଲୀର ଗାର୍ଗୀ ମହିଳା କଲେଜରେ ଜୟ ଶ୍ରୀରାମ ଧ୍ୱନି ପକାଇ ଛାତ୍ରୀମାନଙ୍କୁ ଅସଦାଚରଣ କରିବା ଏବଂ ଅଭିଯୋଗ ସତ୍ତ୍ୱେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା, କ୍ରମାଗତ ଭାବେ ଜାମିଆ ମିଲିଆ ଓ ଜେଏନ୍‌ୟୁ ଛାତ୍ରଛାତ୍ରୀମାନଙ୍କ ଉପରେ ଶାରୀରିକ ଆକ୍ରମଣ କରାଯିବା, ବିଜେପି ସରକାରଙ୍କ ଏକଛତ୍ରବାଦୀ ଏବଂ ଅଗଣତାନ୍ତ୍ରିକ ଆଚରଣକୁ ହିଁ ପ୍ରଦର୍ଶନ କରୁଛି ।

କେନ୍ଦ୍ର ସରକାର ବେକାରୀଙ୍କୁ ନିଯୁକ୍ତି, ଦର ବୃଦ୍ଧି ନିୟନ୍ତ୍ରଣ, କୃଷକ ଆତ୍ମହତ୍ୟା ଇତ୍ୟାଦି ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି । ଏହା ସାଙ୍ଗକୁ ଧର୍ମ ନାମରେ ଦେଶକୁ ବିଭାଜନ କରିବା ପାଇଁ ଯେଉଁ ଯୋଜନା ରଚନା କରିଥିଲେ, ତାହା ବିରୋଧରେ ଜନ ଆକ୍ରୋଶ ଏବଂ ଜନ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି । ଦିଲ୍ଲୀ ନିର୍ବାଚନର ରାୟ ଏବଂ ସାରା ଦେଶରେ ଚାଲିଥିବା ଜନଆନ୍ଦୋଳନକୁ ସମ୍ମାନ ଦେଇ କେନ୍ଦ୍ର ସରକାର ଅବିଳମ୍ବେ ସମ୍ବିଧାନ ବିରୋଧୀ ନାଗରିକ ସଂଶୋଧନ ଆଇନ୍ ପ୍ରତ୍ୟାହାର କରନ୍ତୁ, ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜିକା ରଦ୍ଦ କରନ୍ତୁ ଏବଂ ପ୍ରସ୍ତାବିତ ଜାତୀୟ ଜନସଂଖ୍ୟା ପଞ୍ଜିକା ବନ୍ଦ କରିବା ପାଇଁ ଦାବି କରାଯାଇଛି ।

ଜାମିଆ ଇସ୍‌ଲାମିଆ ୟୁନିଭରସିଟି ହିଂସା
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ଭାରତ ଏବଂ ଚୀନ ପ୍ରତିଦ୍ୱନ୍ଦ୍ୱୀ ନୁହଁନ୍ତି: ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି

June 23, 2026

ହର୍ମୁଜ୍ ପ୍ରଣାଳୀ ଖୋଲିବା ପରେ ପାକିସ୍ତାନର ବଡ଼ ପଦକ୍ଷେପ: ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ

June 23, 2026

ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଟି-୨୦ ସିରିଜରୁ ବାଦ ପଡ଼ିଲେ ନୀତିଶ ରେଡ୍ଡି: ଜାଣନ୍ତୁ କାହାକୁ ମିଳିଲା ସୁଯୋଗ?

June 23, 2026

ଆଦିତ୍ୟ ବିର୍ଲା ଗ୍ରୁପ୍‌ ର ନୂଆ ପଦକ୍ଷେପ, ଶୁଭାରମ୍ଭ କଲା ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍‌ ଏକାଡେମୀ 

June 23, 2026

ପ୍ରଶାନ୍ତ ମହାସାଗରରେ ବିପଜ୍ଜନକ ଏଲ ନିନୋ ସକ୍ରିୟ: ଭାରତ ପାଇଁ ସୃଷ୍ଟି କରୁଛି ବଡ଼ ବିପଦ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.