Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ରେଳଡ଼ବାର ଅବ୍ୟବହୃତ ପଦାର୍ଥରୁ ଅନନ୍ୟ କଳାକୃତି
ଜୀବନ ଶୈଳୀ

ରେଳଡ଼ବାର ଅବ୍ୟବହୃତ ପଦାର୍ଥରୁ ଅନନ୍ୟ କଳାକୃତି

February 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ୱର ଠାରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ସହିତ ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା ଠାରେ ନୂତନ ଭାବେ ସ୍ଥାପିତ ସରକାରୀ ସ୍ତରରେ ଦେଶର ପ୍ରଥମ ବର୍ଜ୍ୟବସ୍ତୁରୁ ଉର୍ଜା ବା ଇନ୍ଧନ ପ୍ଲାଣ୍ଟ ନିର୍ମାଣ କରି ଇତିହାସ ସୃଷ୍ଟିକରିଛି। ପୂର୍ବତଟ ରେଳପଥ ଏହାର ରେଳ ଇଞ୍ଜିନର ଅବ୍ୟବହୃତ ସରଞ୍ଜାମ ଗୁଡିକୁ ଏକ ଅନନ୍ୟ ଉପାୟରେ ଉପଯୋଗ କରି ଆହୁରି ଗୋଟିଏ ପରିବର୍ତ୍ତନ ଆଣିବାକୁ ପଦକ୍ଷେପ ଗ୍ରହଣ କରିଛି। ଯାହାଦ୍ୱାରା ଅବ୍ୟବହୃତ ପଦାର୍ଥ ଗୁଡିକୁ ନଷ୍ଟ ନକରି ପରିବେଷର ସୌନ୍ଦର୍ଯ୍ୟକରଣ ପାଇଁ ବିନିଯୋଗ କରିବାର ମାର୍ଗ ଦେଖାଇଛନ୍ତିI

ରେଳ ସଦନ ମୁଖ୍ୟ ଫାଟକ ସାମ୍ନା ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ନିଶ୍ଚିତ ଭାବେ ଅଦରକାରୀ ଓ ଅବ୍ୟବହୃତ ରେଳ ଇଞ୍ଜିନ ସରଞ୍ଜାମ ଦ୍ୱାରା ନିର୍ମାଣ କରାଯାଇଥିବା କଳାକୃତି ପ୍ରତି ଆକୃଷ୍ଟ ହେବେ ଏବଂ ସେମାନଙ୍କର କିଛି ସମୟ ଏହି ପ୍ରତିଭାକୁ ନିଖୁଣ ଭାବରେ ଧ୍ୟାନ ଦେବେ। ଏହି କଳାକୃତି ସବୁ ଅବ୍ୟବହୃତ ଡିଜେଲ ରେଳ ଇଞ୍ଜିନ ସରଞ୍ଜାମ ଯଥା ମେଟାଲ, ନଟ ବୋଲ୍ଟ ଗୁଡିକୁ ୱେଲଡିଙ୍ଗ କରାଯାଇ ଅତି ନିଖୁଣ ଭାବରେ ମନୁଷ୍ୟକୃତି ପ୍ରତିଛବି ଓ କାରୁକାର୍ଯ୍ୟରେ ରୂପାନ୍ତରିତ କରାଯାଇଅଛି କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ଡିଜେଲ ରେଳ ଇଞ୍ଜିନର ଅବ୍ୟବହୃତ ପଦାର୍ଥ ଯଥା କ୍ୟାମ ଗିୟର, ସିଲିଣ୍ଡର ଲାଇନର, ଏକଜଷ୍ଟ ମାନିଫୋଲଡ଼, କୁଲିଙ୍ଗ ଟିୟୁବ, ପିଷ୍ଟନ କ୍ୟାରିୟର ସହିତ ରଡ଼ ଓ ସ୍ପ୍ରିଙ୍ଗ, ସେଣ୍ଟୀଫ୍ୟୁଗ କଭର, ଏୟାର ବକ୍ସ କଭର, ଵ୍ୟାଗି ଫିଲ୍ଟର ରଡ଼, ବେରିଙ୍ଗ, ବୋଲ୍ଟ ହେଡ଼, ଏଣ୍ଡ ପ୍ଲେଟ ଓ ଫିଲ୍ଟର ନେଟ ବ୍ୟବହୃତ କରାଯାଇଅଛି ଯାହାକି ଅଦରକାରୀ ଓ ଅବ୍ୟବହୃତ ବସ୍ତୁ ଅଟେ ଏବଂ ଏହାକୁ ମାନବ ପ୍ରତିଛବି ଓ କଳାକୃତୀରେ ରୂପାନ୍ତରିତ କରାଯାଇଅଛି।

ବିଶାଖାପାଟଣା ସ୍ଥିତ ଡିଜେଲ ଲୋକୋ ଶେଡ଼ ଦ୍ୱାରା ଏହି କାର୍ଯ୍ୟ ପନ୍ଥାକୁ ଏକ ଦକ୍ଷତା ଓ କୌଶଳ ବିକାଶ କାର୍ଯ୍ୟକ୍ରମ କହିଲେ ଅତ୍ୟୁକ୍ତି ହେବନାହିଁ। ଅବସର ବିନୋଦନ ସମୟରେ କାର୍ମଚାରୀମାନେ ଏହିଭଳି କାର୍ଯ୍ୟ କରିବା ପ୍ରତି ଆଗଭର ହେଉଥିବାବେଳେ ଅନ୍ୟମାନଙ୍କୁ ଏହି ପ୍ରକାର କଳାକୃତି ଶିଖାଇବାପାଇଁ ମଧ୍ୟ ପ୍ରୟାସ କରୁଛନ୍ତି। ସେମାନେ ମଧ୍ୟ ଏହିଭଳି କଳାକୃତିକୁ ସେମାନଙ୍କର କାର୍ଯ୍ୟସ୍ଥଳ ମାନଙ୍କରେ ସ୍ଥାପନ କରିବା ସହିତ ଅଦରକାରୀ ଓ ଅବ୍ୟବହୃତ ପଦାର୍ଥ ଗୁଡ଼ିକରୁ ବିଭିନ୍ନ ପ୍ରକାର ପ୍ରତିଛବି କାରୁକାର୍ଯ୍ୟ ଯଥା ପଶୁପକ୍ଷୀ, ମାନବ ଓ ସଂସ୍କୃତିର ଛାପ, ଗାଡିମଟର ସହିତ ବହୁ କଳାକୃତି ନିର୍ମାଣ କରିଛନ୍ତି। ପରିବେଶକୁ ସୌନ୍ଦର୍ଯ୍ୟକରଣ କରିବା ସହିତ ପରିବେଶ ପ୍ରତି ଧ୍ୟାନଦେଇ କାରଖାନାରୁ ବାହାରୁଥିବା ଅଦରକାରୀ ଓ ଅବ୍ୟବହୃତ ବସ୍ତୁ ଗୁଡିକୁ ନେଇ ବିଭିନ୍ନ କଳାକୃତି ନିର୍ମାଣ କରାଯାଇ ଏଗୁଡ଼ିକୁ ବିଶାଖାପାଟଣା ରେଳ ଷ୍ଟେସନ, ରେଳବାଇ ଷ୍ଟାଡିୟମ ଓ ଡିଜେଲ ଲୋକୋ ଶେଡ଼ ମାନଙ୍କରେ ସ୍ଥାପନ କରାଯାଇଅଛି ଏବଂ ଅବ୍ୟବହୃତ ବସ୍ତୁରି ନିର୍ମିତ କିଛି କଳାକୃତିକୁ ଅଳ୍ପଦିନ ମଧ୍ୟରେ ଅରାକୁ ଷ୍ଟେସନ ଠାରେ ସ୍ଥାପନ କରାଯିବ।

railway
Share. Facebook Twitter LinkedIn Email WhatsApp Copy Link

Related Posts

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.