ମୁମ୍ବାଇ : ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି ଏମ୍ଆଇର ନୂତନ ଫୋନ୍ ଏ-4 । ଏହି ଫୋନ୍ଟିରେ ପ୍ରଥମ ଥର ପାଇଁ ପଞ୍ଚ ହୋଲ୍ ଡିସ୍ପ୍ଲେର ବ୍ୟବହାର କରାଯାଇଛି । ପୂର୍ବରୁ ଏ-3 ଲଞ୍ଚ ହୋଇ ସାରିଥିବା ବେଳେ ଏହାର ପରବର୍ତ୍ତୀ ସିରିଜ୍ ସିସି9 ନାମରେ ଚୀନ୍ରେ ଲଞ୍ଚ କରାଯାଇଥିଲା । ସିସି 10 କିମ୍ବା ସିସି 9 ପ୍ରୋ ନାମରେ ନାମିତ ହେବାକୁ ଥିବା ଫୋନ୍ଟିରେ ଏମ୍ଆଇ ପକ୍ଷରୁ ପ୍ରଥମ ଥର ପାଇଁ ପଞ୍ଚହୋଲ୍ ଡିସ୍ପ୍ଲେ ବ୍ୟବହାର କରାଯାଇଛି । ଏହି ଫୋନ୍ରେ କ୍ବାଲ୍କମ୍ର 855 ପ୍ରସେସର ବ୍ୟବହାର କରାଯାଇଥିବା ବେଳେ ଏହାର ମୂଲ୍ୟ ଭାରତୀୟ ବଜାରରେ 30ରୁ 35 ହଜାର ମଧ୍ୟରେ ରହିବ । (ଏଜେନ୍ସି)