ରଞ୍ଜିତ୍ ପଣ୍ଡା
କୁଜଙ୍ଗ: ଏରସମାବ୍ଳକ ଅନ୍ତର୍ଗତ ତ୍ରିଲୋଚନପୁର-ଢିଙ୍କିଆ କଂକ୍ରିଟ ରୋଡ଼ର ଶିଳାନ୍ୟାସ ଉତ୍ସବ ଗତକାଲି ତ୍ରିଲୋଚନପୁରଠାରେ ଅନୁଷ୍ଠିତ ହୋଇ ଯାଇଛି। ଢିଙ୍କିଆ ପଂଚାୟତର ସରପଂଚ କିଶୋର କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ରାସ୍ତାର ଶିଳାନ୍ୟାସ କରିଥିଲେ। ଅନ୍ୟତମ ଅତିଥିଭାବେ ଜଗତସିଂହପୁର ସାଂସଦ ଡ଼ାକ୍ତର ରାଜଶ୍ରୀ ମଲ୍ଲିକ ଯୋଗଦେଇ ରାସ୍ତା ଶିଳାନ୍ୟାସ ଉତ୍ସବରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମନ୍ତ୍ରୀ ଏବଂ ସାଂସଦ ସେମାନଙ୍କ ବକ୍ତବ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏବେ ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ତ୍ୱରାନ୍ୱିତ ହେଉଥିବା କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ରାଜ୍ୟ ସମ୍ପାଦକ ଶାରଦା ଜେନା, ବ୍ଳକ ସଭାପତି ପୀତବାଶ ଗୋଛାୟତ, ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ଭୂୟାଁ, ମନ୍ତ୍ରୀଙ୍କ ଜିଲ୍ଲା ପ୍ରତିନିଧି ଅକ୍ଷୟ କୁମାର ସ୍ୱାଇଁ, ଯୁବସମାଜସେବୀ ଡ଼କ୍ଟର ତାମିଲ ପ୍ରଧାନ, ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଣବ ସ୍ୱାଇଁ, ପୂର୍ବତନ ଅଧ୍ୟକ୍ଷ ମାନସ ରଂଜନ ସେଠୀ, ନିର୍ଭୟ ସାମନ୍ତରାୟ, ଗଡ଼କୁଜଂଗ ସରପଂଚ ସମ୍ପଦ ବାରିକ, ପ୍ରଦାୟନି ମହାନ୍ତି, ଦିଲ୍ଲୀପ ବେହେରା, ଯୁବନେତା ରଂଜନ ବର୍ଦ୍ଧନ, ସମିତିସଭ୍ୟ ଦେବ ସ୍ୱାଇଁ,ସଂଜୟ ମହାପାତ୍ର, ଶିଶିର ମହାପାତ୍ର, କୁନା ଭୂୟାଂ ପ୍ରମୁଖ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ନିମାଇଁଚରଣ ଦାସ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ବାବାଜୀଚରଣ ବେହେରା, ଯନ୍ତ୍ରୀ କେଳୁଚରଣ ଦଳାଇ, ପ୍ରସନ୍ନ ଦାସ, ରଶ୍ମି ରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରକାଶ ଯେ ତୈଳବିଶୋଧନାଗାର ପ୍ରକଳ୍ପ ପକ୍ଷରୁ ୧ କୋଟି ୫୮ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ଏହି ରାସ୍ତା ଦୀର୍ଘଦିନ ହେବ ଅତ୍ୟନ୍ତ ବ୍ୟବହାର ଅନୁପଯୁକ୍ତ ହୋଇପଡ଼ିଥିବାବେଳେ ତୁରନ୍ତ ଏହାକୁ ନୂତନଭାବେ ନିର୍ମାଣ ପାଇଁ ଦୀର୍ଘଦିନ ହେବ ଦାବୀ ହୋଇ ଆସୁଥିଲା।