ଶେରଗଡରେ ଟ୍ରୀ ଫାଉଣ୍ଡେସନ ଓ ନେହେରୁ ଯୁବ କେନ୍ଦ୍ର ତରଫରୁ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ

Published: Feb 24, 2020, 3:11 pm IST

କୃଷ୍ଣଚନ୍ଦ୍ର ସୁଆଁସିଆ

 ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟଠାରେ ଭାରତ ସରକାରଙ୍କ ଯୁବ କ୍ରୀଡା ଓ ବ୍ୟାପାର ଅଧିନ ନେହେରୁ ଯୁବ କେନ୍ଦ୍ର ଓ ଟ୍ରି ଫାଉଣ୍ଡେସନ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅର୍ଥନୀତି ଅଧ୍ୟାପକ ଶ୍ରୀଯୁକ୍ତ ଲୋକନାଥ ପରିଡା ଯୋଗ ଦେଇ ଯୁବପିଢ଼ି ସଚେତନ ହୋଇ ପରିବେଶର କିଭଳି ସୁରକ୍ଷା କରିବେ ତାହା ଆଲୋକପାତ କରିଥିଲେ ଏବଂ ମୁଖ୍ୟ ବକ୍ତା ବିଜୁ ପଟ୍ଟନାୟକ କଲେଜର ଅଧକ୍ଷ ଶ୍ରୀ ଗୌରହରି ବିଷୋୟୀ ଯୁବସମାଜକୁ ଶିକ୍ଷା ହିଁ ଉନ୍ନତିର ମୂଳମନ୍ତ୍ର ବୋଲି ଉଦବୋଧନ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଶ୍ରୀ ସିଦ୍ଧାର୍ଥ ସାହୁ,ଅରୁଣ କୁମାର ପ୍ରଧାନ,ଏସ୍ ବାଲାଜୀ ପାତ୍ର, ବୁନା ସ୍ୱାଇଁ ପ୍ରମୁଖ ଯୋଗଦେଇ ସମାଜ ପ୍ରତି ଯୁବପିଢ଼ିର ଭୂମିକା କଣ ରହିଛି ଆଲୋକପାତ କରିଥିଲେ ।

ପରିଶେଷରେ ଜାତୀୟ ଯୁବ ସ୍ବେଛାସେବୀ ତଥା ଟ୍ରୀ ଫାଉଣ୍ଡେସନର ସମ୍ପାଦକ ଶ୍ରୀ  ନିରାକାର ବିଷୋୟୀ ନିଶା ନିବାରଣର ବାର୍ତ୍ତା ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଦିପ୍ତିମୟୀ ମଲିକ, ସୋମନାଥ ସ୍ୱାଇଁ,ଭାଗ୍ୟଲକ୍ଷ୍ମୀ ଜେନା ସହଯୋଗ କରିଥିଲେ।

Related posts