Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଢିଙ୍କିଆ ପଲ୍ଲୀସଭାରେ ଜିନ୍ଦଲ ପ୍ରକଳ୍ପ ବିରୋଧୀ ନିଷ୍ପତ୍ତି ଗୃହୀତ
ଆଞ୍ଚଳିକ

ଢିଙ୍କିଆ ପଲ୍ଲୀସଭାରେ ଜିନ୍ଦଲ ପ୍ରକଳ୍ପ ବିରୋଧୀ ନିଷ୍ପତ୍ତି ଗୃହୀତ

February 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ: ଏରସମା ବ୍ଳକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ ଆଜି ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ପଲ୍ଲୀସଭା ଅନୁଷ୍ଠିତ ହୋଇ ଯାଇଛି। ୧୨ ନମ୍ବର ୱାର୍ଡ଼ସଭ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ଜିନ୍ଦଲ ପ୍ରକଳ୍ପ ବିରୋଧୀ ନିଷ୍ପତ୍ତି ଗୃହୀତ ହୋଇଛି। ଜଙ୍ଗଲ ଅଧିକାର ନିୟମ ଆଧାରରେ ଜଙ୍ଗଲ ଉପରେ କେବଳ ଏହା ଉପରେ ନିର୍ଭର କରୁଥିବା ଜନସାଧାରଣ ମାନଙ୍କର ଅଧିକାର ରହିବା ଉଚିତ୍‌। ଶହଶହ ବର୍ଷ ଧରି ପୁରୁଷାନୁକ୍ରମେ ସ୍ଥାନୀୟ ଢିଙ୍କିଆବାସୀ ଜଙ୍ଗଲ ଉପରେ ନିର୍ଭର କରି ଜିବୀକା ନିର୍ବାହ କରିଆସୁଛନ୍ତି। ଜଙ୍ଗଲ ଜମିଉପରେ ବିଭିନ୍ନ ଅର୍ଥକାରୀ ଫସଲ ଚାଷକରି ସେମାନେ ପ୍ରତିପୋଷିତ ହୋଇ ଆସୁଛନ୍ତି। ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ତୁରନ୍ତ ଅନୁବ୍ରବେଶ ବନ୍ଦ କରନ୍ତୁ ବୋଲି ଜନସାଧାରଣ ମାନେ ଦାବି କରିଥିଲେ। ଅନ୍ୟପକ୍ଷରେ ଜଙ୍ଗଲ ଅଧିକାର ଆଇନବଳରେ ପ୍ରଥମେ ଜଙ୍ଗଲ ଉପରେ ସ୍ଥାନୀୟ ଲୋକମାନଙ୍କର ଅଧିକାର ରହିଛି। ତେଣୁ ଏଠାରେ ଶିଳ୍ପ ପ୍ରତିଷ୍ଠା କରାଗଲାବେଳେ ସେମାନଙ୍କର ମତାମତକୁ ଗୁରୁତ୍ୱ ପ୍ରଦାନ କରାଯାଇ ନଥିବା ଅଭିଯୋଗ କରିଥିଲେ। ଜିନ୍ଦଲ ପ୍ରକଳ୍ପ ପାଇଁ ଜନଶୁଣାଣୀ ଶିବିର ମଧ୍ୟ କରାଯାଇ ନାହିଁ। ତେଣୁ ସର୍ବ ସମ୍ମତିକ୍ରମେ ପଲ୍ଲୀସଭାରେ ଜିନ୍ଦଲ ପ୍ରକଳ୍ପକୁ ବିରୋଧ କରାଯିବ ବୋଲି ମତପ୍ରକାଶ ପାଇଥିଲା। ଆଜି ପଲ୍ଲୀସଭାର ଫଳାଫଳକୁ ସମସ୍ତ ଜନପ୍ରତିନିଧି, ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ,ରାଜ୍ୟ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ମାନ୍ୟବର ରାଷ୍ଟ୍ରପତି ପ୍ରମୁଖଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି। ଆଜିର ପଲ୍ଲୀସଭାପରେ ପ୍ରସ୍ଥାବିତ ଅଂଚଳରେ ଜିନ୍ଦଲ ବିରୋଧୀ ସ୍ୱର ତୀବ୍ର ହୋଇଥିବା ଆଲୋଚନା ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

April 30, 2026

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026
Latest News

ପଶ୍ଚିମ ଏସିଆ ସଙ୍କଟ ପରେ ୮୪ ଲକ୍ଷ ମେଟ୍ରିକ ଟନ ସାର ଯୋଗାଇଲେ ସରକାର

May 5, 2026

କେବଳ ଥାଲାପତି ବିଜୟ ନୁହଁନ୍ତି, ରାଜନୀତିରେ ଏହି ୫ ଦକ୍ଷିଣ ସୁପରଷ୍ଟାର ମଧ୍ୟ ଦେଖାଇଛନ୍ତି ଜଲୱା

May 5, 2026

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026

ଆଜି ମଙ୍ଗଳବାର ମେ ୫ ତାରିଖରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ମାଲେମାଲ୍

May 5, 2026

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.