Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରେଢାଖୋଲ ବ୍ଲକ୍ ସ୍ତରୀୟ ଏନ୍‌ଆର୍‌ଇଜିଏସ୍ ଜନଶୁଣାଣୀ : ଶ୍ରମିକ କମ୍ ଅଧିକାରୀ ବେଶୀ
ଆଞ୍ଚଳିକ

ରେଢାଖୋଲ ବ୍ଲକ୍ ସ୍ତରୀୟ ଏନ୍‌ଆର୍‌ଇଜିଏସ୍ ଜନଶୁଣାଣୀ : ଶ୍ରମିକ କମ୍ ଅଧିକାରୀ ବେଶୀ

February 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ରେଢାଖୋଲ ବ୍ଲକ୍ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣୀ ଶିବିରରେ ସରୋଜ ମିଶ୍ର ଭୁଅର୍ଜନ ଅଧିକାରୀ ସମ୍ବଲପୁର ସଭାପତିତ୍ୱ କରିଥିଲେ। ଏଥିରେ ରେଢାଖୋଲ ବିଡିଓ ପରୀକ୍ଷିତ ସାହୁ, ଆର୍ତତ୍ରାଣ ଶତପଥ , ଡିଏସ୍‌ଏ , ସମ୍ବଲପୁର ଗୋପାଲ ପଟେଲ ଏପିଓ ରେଢାଖୋଲ , ବିକ୍ରମ ମୁର୍ମୁ ଏଇଇ,ରେଢାଖୋଲ ତଥା ରେଢାଖୋଲ ବ୍ଲକ୍ ର  ସମସ୍ତ ନିର୍ବାଚିତ ଅଧିକାରୀ , ପିଇଓ , ଜିଆର୍‌ଏସ୍ ଆଦି ଯୋଗଦେଇଥିଲେ । ରେଢାଖୋଲ ବ୍ଲକରେ୧୦୦ ଦିନ ଶ୍ରମଦିବସ ସୃଷ୍ଟିପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ୧୪୩୮୬୧ ଶ୍ରମ ଦିବସ ସୃଷ୍ଟି ହୋଇଥିବା ଜଣା ପଡିଛି । ଖର୍ଚ୍ଚ ହୋଇଛି ୪୧୯.୭୩ ଲକ୍ଷ । ନିଦ୍ଧାରିତ ସମୟରେ ଶ୍ରମ ଦିବସ ପ୍ରଦାନ ହୋଇଛି ଶତକଡା ୯୯.୧୫ । ପ୍ରକଳ୍ପ ଆରମ୍ଭ ହୋଇଛି ୨୧୭୦ ଟି ଏବଂ ସଂପୂର୍ଣ ହୋଇଛି ୧୪୨୫ ଟି । ମହିଳା ମାନଙ୍କ ଶ୍ରମଦିବସ ସୃଷ୍ଟି ଶତକଡା ୩୮.୪୫ ଓ ହାରାହାରି ଶ୍ରମ ଦିବସ ପ୍ରଦାନ ଶତକଡା ୪୦.୮୧ । ଆଧାର ସଂଯୋଗୀ କରଣ ହୋଇଛି ଶତକଡା ୯୧.୩୩ ଏବଂ ଠିକ୍ ସମୟରେ ପାଉଣା ପାଇଛନ୍ତି ଶତକଡା ୯୯.୧୫ ।

ଏହି ଶିବିରରେ ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀମାନେ କିପରି ତାଙ୍କର ପ୍ରାପ୍ୟ ଶ୍ରମଦିବସ ପାଇପାରିବେ ତା ଉପରେ ଆଲୋଚନା ହୋଇଥିଲା। ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏହି ଜନଶୁଣାଣୀ ଏକ ପ୍ରହସନରେ ପରିଣତ ହୋଇଛି । ଶ୍ରମିକ ମାନେ ଅଧିକ ସଂଖ୍ୟାରେ ରହି ନିଜନିଜ ର ମତା ମତ ଦେବା ସହ ସେମାନେ ଠିକ୍ ସମୟରେ ପାଉଣା ପାଉଛନ୍ତି କି ନାହିଁ ସେ ସଂପର୍କରେ ଶ୍ରମିକ ମାନେ ଅଭିଯୋଗ କରିବା କଥା। ହେଲେ ଶ୍ରମିକ ମାନଙ୍କୁ ଦେଖିବାକୁ ମିଳି ନ ଥିଲା । କେବଳ ସରକାରୀ କର୍ମଚାରୀ ଓ ନିର୍ବାଚିତ ପ୍ରତିନିଧିମାନେ ବେଶୀ ସଂଖ୍ୟାରେ ଉପସ୍ଥିତ ଥିଲେ ।  ଯେଉଁ ଉଦ୍ଦେଶ୍ୟରେ ଏହି ଶୁଣାଣୀ ହେବା କଥା ତାହା ହୋଇ ନ ଥିଲା। ଶେଷରେ ଏନ୍‌ଆର୍‌ଇଜିଏସର ସହକାରୀ ହେମନ୍ତ କୁମାର ଅଦାବର ଧନ୍ୟବାଦ ଅର୍ପଣ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026

ସେଣ୍ଟ ଜାଭିୟର ହାଇସ୍କୁଲ ଦ୍ଵାରା ବାଣପୁର ଅଞ୍ଚଳର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

September 7, 2026
Latest News

ବାଲେଶ୍ୱରରୁ ଉଦ୍ଧାର ଓରାଙ୍ଗଉଟାନ ଏବେ ନନ୍ଦନକାନନରେ: ଚାଲିଛି ସ୍ୱତନ୍ତ୍ର ଯତ୍ନ

September 9, 2026

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

September 9, 2026

କୁଆଖାଇକୁ ଡେଇଁଥିବା ଅଟୋ ଚାଳକ ସଞ୍ଜୟଙ୍କ ମୃତଦେହ ଉଦ୍ଧାର

September 9, 2026

ମହିଳା ଏସିଆ କପ୍ ସେମିଫାଇନାଲ ସୂଚୀ ପ୍ରକାଶିତ: ଜାଣନ୍ତୁ କେବେ ଖେଳାଯିବ ଭାରତର ମ୍ୟାଚ୍

September 9, 2026

“ପଞ୍ଜାବରେ ସରକାର ଚଳାଉଛନ୍ତି ଡ୍ରଗ୍ସ ମାଫିଆ”: ମୁଖ୍ୟମନ୍ତ୍ରୀ ମାନଙ୍କୁ ଟାର୍ଗେଟ କଲେ ରାହୁଲ

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.