Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଇକୋର୍ଟରୁ ସୁପ୍ରିମ୍‌କୋର୍ଟ ଶେଷରେ ତିହାର୍‌ ଜେଲ୍‌ରେ କାହାଣୀ ହେଲା ଶେଷ
ଆଜିର ଖବର

ହାଇକୋର୍ଟରୁ ସୁପ୍ରିମ୍‌କୋର୍ଟ ଶେଷରେ ତିହାର୍‌ ଜେଲ୍‌ରେ କାହାଣୀ ହେଲା ଶେଷ

March 20, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : 2012 ମସିହାରେ ସେଇ ଡିସେମ୍ବର 16 ତାରିଖର କଥା ମନେ ପଡିଲେ ସମସ୍ତ ଦେହ ଶୀତେଇ ଉଠିବ । ଏକ ଶୀତୁଆ ରାତ୍ରିରେ ଅମାନୁଷିକ କାଣ୍ଡ ଘଟାଇଥିଲେ ନରରୂପୀ ପିଶାଚମାନେ । ଚଳନ୍ତା ବସ୍‌ରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରି ଫିଙ୍ଗିଦେଇଥିଲେ ରାସ୍ତା କଡକୁ। ଦୀର୍ଘ ସାଢେ ସାତ ବର୍ଷ ଧରି ନିର୍ଭୟା ନ୍ୟାୟ ପାଇଁ ଗୁହାରି କରି ଚାଲିଥିବାବେଳେ ପରିଶେଷରେ ତାକୁ ଆଜି ନ୍ୟାୟ ମିଳିଛି । ଶୁକ୍ରବାର ସକାଳ 5.30 ମିନିଟ୍‌ରେ ତିହାର୍‌ ଜେଲ୍‌ରେ ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଦିଆଯାଇଛି ।  କିନ୍ତୁ ଫାଶୀ ଦିଆଯିବା ପୂର୍ବରୁ ଗତ ରାତିରେ ଦୋଷୀଙ୍କ ଓକିଲ ଫାଶୀ ଟାଳିବା ପାଇଁ ବାରମ୍ବାର ପ୍ରୟାସ କରିଥିଲେ । ହାଇକୋର୍ଟରୁ ସୁପ୍ରିମ୍‌କୋର୍ଟ ଯାଏ ବିଭିନ୍ନ ପ୍ରକାରର ପ୍ରଚେଷ୍ଟା କରି ଚାଲିଥିଲେ ବି ଶେଷରେ ସେ ନିରାଶ ହୋଇଛନ୍ତି ।

ଗୁରୁବାର ରାତ୍ରିଠାରୁ ଶୁକ୍ରବାର ସକାଳେ 5.30 ମିନିଟ୍‌ ପର୍ଯ୍ୟନ୍ତ କ’ଣ କ’ଣ ହୋଇଥିଲା :

  1. ଗୁରୁବାର ଦ୍ବିପ୍ରହରରେ ପଟିଆଲା ହାଉସ୍‌ କୋର୍ଟ ନିର୍ଭୟା ଦୋଷୀଙ୍କୁ ଚତୁର୍ଥ ଡେଥ ଓ୍ବାରେଣ୍ଟକୁ ଖାରଜ ଯାଚିକାକୁ ରଦ୍ଦ କରିଥିଲେ । ଏତଦ୍‌ବ୍ୟତୀତ ସୁପ୍ରିମ୍‌କୋର୍ଟ ମଧ୍ୟ ମୁକେଶ ସିଂହଙ୍କ ଯାଚିକାକୁ ଖାରିଜ୍‌ କରିଦେଇଥିଲେ, ଯାହା ଫଳରେ ଫାଶୀ ପାଇଁ ରାସ୍ତା ସଫା ହୋଇଥିଲା ।
  2. ସନ୍ଧ୍ୟା ହେଉ ହେଉ ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂ ପଟିଆଲା ହାଉସ୍‌ କୋର୍ଟ ଫାଶୀ ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅପିଲ୍‌ କରିଥିଲେ । ଏହାପରେ ହାଇକୋର୍ଟ ରାତ୍ରି 9 ଘଟିକା ସମୟରେ ଏହି ମାମଲାର ଶୁଣାଣି କରିଥିଲେ
  3. ଦିଲ୍ଲୀ ହାଇକୋର୍ଟ ଏପି ସିଂଙ୍କ ଡେଥ୍‌ ଓ୍ବାରେଣ୍ଟ ଟାଳିବା ଅପିଲ୍‌ର ଶୁଣାଣି କରି କହିଥିଲେ ଯେ, ତାଙ୍କ ପାଖରେ କୌଣସି ଆଇନ୍‌ ଦଲିଲ୍‌ ନାହିଁ, ଯେଉଁଥିପାଇଁ ଏହା ଉପରେ ନିଷ୍ପତ୍ତି ନିଆଯାଇପାରିବ ।
  4. କୋର୍ଟରେ ଓକିଲ ଏପି ସିଂହ କହିଥିଲେ ଯେ, କରୋନା ଭାଇରସ୍‌ ବ୍ୟାପୁଥିବା ଯୋଗୁଁ ବହୁ ଜାଗାରେ କୋର୍ଟ ବନ୍ଦ ରହୁଛି, ଏଥିପାଇଁ ତାଙ୍କ ଯାଚିକାର ଶୁଣାଣି ହୋଇପାରୁନାହିଁ। ଏପି ସିଂ ଅନ୍ତର୍ରାଷ୍ଟ୍ରୀୟ କୋର୍ଟରେ ମଧ୍ୟ ଏନେଇ ଯାଚିକା ଦାଏର କରିଛନ୍ତି । କିନ୍ତୁ ଦିଲ୍ଲୀ ହାଇକୋର୍ଟ ଏହି ତଥ୍ୟ ଆଧାରରେ ଡେଥ୍‌ ଓ୍ବାରେଣ୍ଟ ଟାଳିବା ପାଇଁ ମନା କରିଥିଲେ ।
  5. ବିଳମ୍ବିତ ରାତ୍ରି 12ଟା ସମୟରେ ଦିଲ୍ଲୀ ହାଇକୋର୍ଟ ଏହି ଯାଚିକାକୁ ଖାରଜ କରିବା ସହିତ ଫାଶୀ ଆଦେଶକୁ ପାଳନ କରିବା ପାଇଁ କହିଥିଲେ । ଏହି ନିଷ୍ପତ୍ତିରେ ସାଙ୍ଗେ ସାଙ୍ଗେ ଦୋଷୀଙ୍କ ଓକିଲ ସୁପ୍ରିମ୍‌କୋର୍ଟରେ ଏନେଇ ଅପିଲ୍‌ କରିଥିଲେ ।
  6. ରାତ୍ରି ପ୍ରାୟ ଗୋଟାଏ ସମୟରେ ଏପି ସିଂହ ସୁପ୍ରିମ୍‌କୋର୍ଟଙ୍କ ରେଜିଷ୍ଟ୍ରାରଙ୍କ ଘରେ ପହଞ୍ଚିଥିଲେ । ଓ ଯାଚିକାର ଶୁଣାଣି ପାଇଁ ଅପିଲ୍‌ କରିଥିଲେ । ଏହି ସମୟରେ ଏପି ସିଂ ଅଭିଯୋଗ କରିଥିଲେ ଯେ, ଦିଲ୍ଲୀ ହାଇକୋର୍ଟ ନିଷ୍ପତ୍ତିର କପି ତାଙ୍କୁ ମିଳି ପାରିଲା ନାହିଁ। ଏହି ଆଧାରରେ ଏହାର ଶୁଣାଣିକୁ ସେ ବିଳମ୍ବ କରିବାକୁ ଚାହୁଁଥିଲେ ।
  7. ରାତ୍ରି ପ୍ରାୟ 2.30 ସମୟରେ ସୁପ୍ରିମ୍‌କୋର୍ଟରେ ଜଷ୍ଟିସ୍‌ ଭାନୁମତୀଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଏହା ତୃତୀୟ ଥର ପାଇଁ ରାତି ଅଧରେ ସୁପ୍ରିମ୍‌କୋର୍ଟ ଶୁଣାଣି କରିଛନ୍ତି ।
  8. ଏପି ସିଂହ ଦିଲ୍ଲୀ ହାଇକୋର୍ଟରେ ସୁପ୍ରିମ୍‌କୋର୍ଟରେ ମଧ୍ୟ ତାଙ୍କ ଅଭିଯୋଗ ବାଢିଥିଲେ । କରୋନା ଭାଇରସ୍‌କୁ ବାହାନା ବନାଇଥିଲେ । କିନ୍ତୁ ସୁପ୍ରିମ୍‌କୋର୍ଟ ତାଙ୍କର ସମସ୍ତ ଦଲିଲ୍‌କୁ ଖାରଜ କରିଥିଲେ ।
  9. ସୁପ୍ରିମ୍‌କୋର୍ଟ ଆଦେଶ ଦେଇଥିଲେ ଯେ, ତାଙ୍କ ପାଖରେ କୌଣସି ନ୍ୟାୟିକ ତର୍କ ନାହିଁ, ଯାହା ରାଷ୍ଟ୍ରପତିଙ୍କ ଦ୍ବାରା ଖାରଜ କରାଯାଇଥିବା ଯାଚିାକ ଉପରେ ପ୍ରଶ୍ନ କରିପାରିବ । ଏହା ପରେ ଅଦାଲତ ସାଢ ତିନିଟା ସମୟରେ ଯାଚିକାକୁ ଖାରଜ କରିଥିଲେ ।
  10. ସମସ୍ତ ନ୍ୟାୟିକ ରାସ୍ତା ବନ୍ଦ ହେବା ପରେ ସକାଳ 4ଟା ସମୟରେ ତିହାର ଜେଲ୍‌ରେ ନିର୍ଭୟାର ଚାରି ଦୋଷୀ ଅକ୍ଷୟ, ବିନୟ, ମୁକେଶ ଓ ପଓ୍ବନ ଗୁପ୍ତାଙ୍କୁ ଫାଶୀ  ପାଇଁ ନିଆଯାଇଥିଲା । ଫାଶୀ ପୂର୍ବରୁ ତାଙ୍କୁ ଗାଧୋଇବା ପାଇଁ କୁହାଯାଇଥିଲା, ନୂଆ କପଡା ଦିଆଯାଇଥିଲା ଓ କିଛି ଖାଇବାକୁ ଦିଆଯାଇଥିଲା ।
  11. ଚାରି ଦୋଷୀ ନିଜର ଶେଷ ଇଚ୍ଛା ସମ୍ପର୍କରେ କିଛି କହିନଥିଲେ । ଠିକ୍‌ 5.30 ସମୟରେ ତିହାରର ଫାଶୀ ଘରେ ପଓ୍ବନ ଜହ୍ଲାଦ ଫାଶୀରେ ଲଟକାଇଥିଲେ ।
  12. ପ୍ରାୟ ପାଞ୍ଚ ମିନିଟ୍‌ ପରେ ଡକ୍ଟର ଚାରି ଦୋଷୀଙ୍କୁ ମୃତ ଘୋଷିତ କରିଥିଲେ । ତିହାର୍‌ ଜେଲ୍‌ରେ ଲକ୍‌ଡାଉନ୍‌କୁ ବନ୍ଦ କରି ଦିଆଗଲା, ସମସ୍ତ ଦୋଷୀଙ୍କ ଶବକୁ ପୋଷ୍ଟମର୍ଟମ୍‌ କରିବା ପାଇଁ ପଠାଗଲା । (ଏଜେନ୍ସି)
nirbhayacase nirbhayavictim
Share. Facebook Twitter LinkedIn Email WhatsApp Copy Link

Related Posts

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026
Latest News

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.