ସମ୍ପ୍ରସାରଣ ହେଲା ଲକ୍‌ ଡାଉନ୍‌ : 14ଟି ଜିଲ୍ଲାରେ ଲକ୍‌ ଡାଉନ୍‌

Published: Mar 23, 2020, 5:11 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର :  କରୋନା ମୁକାବିଲା ନେଇ ରାଜ୍ୟ ସରକାର ରାଜ୍ୟରେ ଲକ୍‌ ଡାଉନ୍‌ ଘୋଷଣା କରିଥିବାବେଳେ କେନ୍ଦ୍ର ସରକାର ମଧ୍ୟ ଲକ୍‌ ଡାଉନ୍‌କୁ କଡାକଡି କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଏହି ନିୟମ ଭଙ୍ଗ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଆଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ  ଆଜି ରାଜ୍ୟ ସରକାର ଲକ୍‌ ଡାଉନ୍‌କୁ ସମ୍ପ୍ରସାରଣ କରିଛନ୍ତି । ପ୍ରଥମେ 5ଟି ଜିଲ୍ଲାରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିଲା । ଏବେ ଏହା 5ଟି ଜିଲ୍ଲାରୁ ଏହାକୁ 14ଟି ଜିଲ୍ଲାକୁ ସମ୍ପ୍ରସାରଣ କରିଛନ୍ତି । ପୁରୀ, ଜଗତସିଂହପୁର, ଢେଙ୍କାନାଳ, ନୟାଗଡ, ଭଦ୍ରକ, ବାଲେଶ୍ବର, ଯାଜପୁର, ସମ୍ବଲପୁର, ଝାରସୁଗୁଡା ଜିଲ୍ଲାକୁ ଲକ୍‌ ଡାଉନ୍‌ କରାଯାଇଛି । ଆସନ୍ତାକାଲି ସକାଳଠାରୁ ଏହି ସବୁ ଜିଲ୍ଲାରେ ଲକ୍‌ ଡାଉନ୍‌ କାର୍ଯ୍ୟକାରୀ ହେବ ।

ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ  ଜିଲ୍ଳା ତଥା ଏହି ସମସ୍ତ ଜିଲ୍ଲାର ସମସ୍ତ ସହରକୁ ଲକ୍‌ ଡାଉନ୍‌ କରାଯାଇଥିଲେ ।

Related posts