ନୂଆଦିଲ୍ଲୀ : କରୋନା ମହାମାରୀ ସାରା ବିଶ୍ବରେ ପ୍ରକୋପ ଜାରି ରଖିଛି । ଦୁନିଆର 195ଟି ଦେଶରେ ଏହି କରୋନା ବ୍ୟାପି ସାରିଛି । ୟୁରୋପରେ କରୋନା ସ୍ଥିତି ଜଟିଳ ରହିଛି। ବିଶେଷ କରି ଇଟାଲିରେ ମୃତକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ସୋମବାର ଦିନ 601 ଜଣଙ୍କ ମୃତ୍ୟୁ ଘଟିଛି। କରୋନା ଯୋଗୁଁ ସାରା ବିଶ୍ବରେ 381,744ଲୋକ ଆକ୍ରାନ୍ତ ହୋଇଥିବାବେଳେ ଏଥିରେ ମୃତ୍ୟୁବରଣ କରିଛନ୍ତି 16,558 । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 102,429 ଜଣ ।
ଚାଇନାରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ରୋଗଟି ଏବେ ଇଟାଲୀରେ ତାଣ୍ଡବ କରୁଛି । ଇଟାଲୀରେ ସର୍ବାଧିକ ମୃତ୍ୟୁ 6,077ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ଆକ୍ରାନ୍ତ ହୋଇଛନ୍ତି 63, 927 ଜଣ । ଇଟାଲୀ ପରେ ସ୍ପେନ, ଇରାନ୍, ଜର୍ମାନୀ, ଆମେରିକା ଆଦି ଦେଶଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶ୍ ଦ୍ରୁତଗତିରେ ବୃଦ୍ଧି ପାଉଛି । ସ୍ପେନ୍ରେ ଏହି ରୋଗ ଯୋଗୁଁ 2,311ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 35,136 ରହିଛନ୍ତି । ପୂରା ୟୁରୋପ ଏବେ ଲକ୍ ଡାଉନ୍ ଅବସ୍ଥାରେ ରହିଛି। ସେହିପରି ପାକିସ୍ତାନରେ 875 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 6ରେ ପହଞ୍ଚିଛି ।
ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍ :