Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ପୋଲିସ୍‌ ଓ ଅବକାରୀ ବିଭାଗଙ୍କ ମିଳିତ କାର୍ଯ୍ୟାନୁଷ୍ଠାନରେ ବିପୁଳ ପରିମାଣରେ ମଦ ପୋଚ ଜବତ
ଆଜିର ଖବର

ବାଣପୁର ପୋଲିସ୍‌ ଓ ଅବକାରୀ ବିଭାଗଙ୍କ ମିଳିତ କାର୍ଯ୍ୟାନୁଷ୍ଠାନରେ ବିପୁଳ ପରିମାଣରେ ମଦ ପୋଚ ଜବତ

March 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କରୋନା ଭାଇରସ୍‌ ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। ଏହି ଭୟଙ୍କର ମହାମାରୀ ସହ ମୁକାବିଲା ପାଇଁ ତତ୍ପର ରହିଛନ୍ତି ଓଡ଼ିଶା ପୋଲିସ୍‌। ଏହି କ୍ରମରେ ବାଣପୁର ପୋଲିସ୍ ବେଶ୍‌ କଡା କାର୍ଯ୍ୟାନୁଷ୍ଠାନ ନେବା ସହିତ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟ କରୁଛି। ସହରର ଭିନ୍ନ ଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ କଟକଣାକୁ ଯାଞ୍ଚ କରିବା ସହିତ ଲୋକଙ୍କୁ ସଚେତନତାର ବାର୍ତ୍ତା ମଧ୍ୟ ଦେଉଛନ୍ତି।

ବାଣପୁର ଓ ବାଲୁଗାଁ ଅଞ୍ଚଳରେ ବହୁ ପରିମାଣରେ ବିଦେଶୀ ଫେରନ୍ତା ତଥା ଅନ୍ୟ ରାଜ୍ୟରୁ ବହୁ ଲୋକ ଫେରିଥିବାର ସୂଚନା ମିଳିଛି। ଏହି ସୂଚନା ମିଳିବା ପରେ ବାଣପୁର ପୋଲିସ୍‌ ବେଶ୍‌ କଡା ନଜର ରଖିଛି। ସହରରେ ବୁଲି ବୁଲି ଲକ୍‌ ଡାଉନ୍‌ କଟକଣାକୁ କଡା ଯାଞ୍ଚ କରାଯାଉଥିବାବେଳେ ସାମାଜିକ ଦୂରତ୍ବ ରଖିବା ଲାଗି ସଚେତନ ମଧ୍ୟ କରାଉଛନ୍ତି। ବାଣପୁର ସହରରେ କରୋନା ଭାଇରସର ସଫଳ ମୁକାବିଲା କରିବା ପାଇଁ ବାଣପୁର ପୋଲିସ ତତ୍ପର ରହିଛି ବୋଲି କହିଛନ୍ତି ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ। ଆଗାମୀ ସମୟରେ ଲକ୍‌ ଡାଉନ୍‌କୁ ଆହୁରି ଅଧିକ କଡାକଡି କରିବା ସହିତ ବାହାର ରାଜ୍ୟ ତଥା ବାହାର ଦେଶରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯାଇଛି ବୋଲି କହିଛନ୍ତି ବାଣପୁର ଆଇଆଇସି।

ଲକ୍‌ ଡାଉନ୍‌କୁ ସଫଳ କରିବା ଉଦ୍ଦେଶ୍ୟରେ ପାଟ୍ରୋଲିଂ କରିବା ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ  ଶୀତାଂଶୁ କୁମାର ରାଉତ ଏବଂ ଏସ୍‌ପି ଅଜେୟ ପ୍ରତାପ ସ୍ଵାଇଁଙ୍କ ସୂଚନା କ୍ରମେ ବାଣପୁର ପୋଲିସ୍‌ ଓ ଅବକାରୀ ବିଭାଗ ନିଳାଦ୍ରି ପ୍ରସାଦ ଓ ଦାମିଆବରବରା ଅଞ୍ଚଳରେ ଚଢାଉ କରି ବିପୁଳ ପରିମାଣର ମଦ ପୋଚ ଜବତ କରିଛନ୍ତି। ବାଣପୁର ପୋଲିସ୍‌ ଓ ଅବକାରୀ ବିଭାଗଙ୍କ ମିଳିତ କାର୍ଯ୍ୟାନୁଷ୍ଠାନରେ ଛଅ ହଜାର ଲିଟର ମଦ ପୋଚ ଜବତ କରାଯାଇଛି। ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ବରେ ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ, ଏସ୍‌ଆଇ ପ୍ରସନ୍ନ କୁମାର ଜେନା ଏବଂ ତାଙ୍କ ଟିମ୍‌ ଦାମିଆ ବରବରା ଏବଂ ନିଳାଦ୍ରିପ୍ରସାଦ ପଞ୍ଚାୟତରେ ଲକଡାଉନ୍‌ କଟକଣାକୁ ଯାଞ୍ଚ କରିବା ପାଇଁ ଯାଇଥିବାବେଳେ ସେଠାରେ ବିପୁଳ ପରିମାଣର ମଦ ପୋଚ ଜବତ କରାଯାଇଥିଲା। ନିଳାଦ୍ରି ପ୍ରସାଦ, କୋସରଡା, ବିରଜାଇ ଅଞ୍ଚଳରୁ ଏହି ମଦ ପୋଚ ଜବତ କରାଯାଇ ଏହାକୁ ନଷ୍ଟ କରିଦିଆଯାଇଛି।

ବାଣପୁର ପୋଲିସ୍‌ ଲକ୍‌ ଡାଉନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଭିସୁଟ ବୁର୍ଲାର ୧୭ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

December 26, 2025

୮୫ ଲକ୍ଷ ଡକାୟତିର ପର୍ଦ୍ଦାଫାସ କଲା ହାପୁର ପୋଲିସ, ଛଅ ଅଭିଯୁକ୍ତ ଗିରଫ

December 26, 2025

ମସଜିଦ ବିବାଦକୁ ନେଇ ପୋଲିସ ଉପରେ ପଥରମାଡ଼, ଇଣ୍ଟରନେଟ୍ ସେବା ସ୍ଥଗିତ

December 26, 2025

ନାଇଜେରିଆରେ ବିମାନ ଆକ୍ରମଣ କଲା ଆମେରିକା: ISIS ଆତଙ୍କବାଦୀଙ୍କୁ କଲା ଟାର୍ଗେଟ

December 26, 2025
Latest News

ଭିସୁଟ ବୁର୍ଲାର ୧୭ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

December 26, 2025

୮୫ ଲକ୍ଷ ଡକାୟତିର ପର୍ଦ୍ଦାଫାସ କଲା ହାପୁର ପୋଲିସ, ଛଅ ଅଭିଯୁକ୍ତ ଗିରଫ

December 26, 2025

ମସଜିଦ ବିବାଦକୁ ନେଇ ପୋଲିସ ଉପରେ ପଥରମାଡ଼, ଇଣ୍ଟରନେଟ୍ ସେବା ସ୍ଥଗିତ

December 26, 2025

ନାଇଜେରିଆରେ ବିମାନ ଆକ୍ରମଣ କଲା ଆମେରିକା: ISIS ଆତଙ୍କବାଦୀଙ୍କୁ କଲା ଟାର୍ଗେଟ

December 26, 2025

ବାଂଲାଦେଶ ହିଂସାକୁ ନେଇ ସମଗ୍ର ଭାରତରେ ହିନ୍ଦୁ ଗୋଷ୍ଠୀଗୁଡ଼ିକର ବିରୋଧ: ପୁରୀରେ ପ୍ରତିବାଦ ରାଲି

December 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.