ଜାଣନ୍ତୁ କେଉଁ ଦେଶର ରାଷ୍ଟ୍ରପତି ଲକ୍‌ ଡାଉନ୍‌ ଉଲ୍ଲଂଘନକାରୀଙ୍କୁ ଗୁଳି ମାରିବାର ଆଦେଶ ଦେଲେ

Published: Apr 2, 2020, 10:52 am IST

ନୂଆଦିଲ୍ଲୀ : କରୋନାର ଜଟିଳ ପରିସ୍ଥିତିକୁ ନେଇ ସାରା ବିଶ୍ବ ଏବେ ଥରହର ହେଉଥିବାବେଳେ ଜଣେ ରାଷ୍ଟ୍ରପତିଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି । ଏହି ରାଷ୍ଟ୍ରପତି ଜଣକ କହିଛନ୍ତି ଯେ, ଯିଏ କରୋନାର ମୁକାବିଲା ନିମେନ୍ତ ଲକ୍‌ ଡାଉନ୍‌ର ପାଳନ ନ କରିବେ, ତାଙ୍କୁ ତତ୍‌କ୍ଷଣାତ୍‌ ଗୁଳି ମାରିବାକୁ ଆଦେଶ ଦେଇଛନ୍ତି । ଏପରି ଆଦେଶ ଦେଇଥିବା ରାଷ୍ଟ୍ରପତି ହେଉଛନ୍ତି ଫିଲିଫିନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଡୁଟର୍ଟେ |। ରୋଡ୍ରିଗୋ ନିଜ ସରକାର ଓ ପୁଲିସ୍‌ ପ୍ରଶାସନକୁ ଆଦେଶ ଦେଇଛନ୍ତି ଯେ, ଯେଉଁମାନେ ଲକ୍‌ ଡାଉନକୁ ମାନୁନାହାନ୍ତି କିମ୍ବା ଏହାକୁ ନେଇ ସମସ୍ୟା ସୃଷ୍ଟି କରୁଛନ୍ତି, ତାଙ୍କୁ ତତ୍‌କ୍ଷଣାତ୍‌ ଗୁଳି ମାରିଦିଅ ।

ରୋଡ୍ରିଗୋ ଦେଶର ସରୁକ୍ଷାବଳକୁ କହିଛନ୍ତି ଯେ, ଏହା ଦେଶ ପାଇଁ ଏକ କଡା ପରୀକ୍ଷାର ସମୟ । କୌଣସି ସ୍ବାସ୍ଥ୍ୟକର୍ମୀ, ଡାକ୍ତରଙ୍କୁ କ୍ଷତି ଯେପରି ନ ହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ। ଯଦି ଲକ୍‌ ଡାଉନକୁ ନେଇ  ସମସ୍ୟା ଉପୁଜିଛି, ତେବେ ଊଲ୍ଲଂଘନକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରରେ 2000ରୁ ଅଧିକ ଲୋକେ କରୋନାର ସଂକ୍ରମିତ ହୋଇଥିବାବେଳେ 90 ରୁ ଅଧିକ ଲୋକଙ୍କର ମୃତ୍ରୁ ହୋଇଛି । ଫିଲିଫାଇନ୍ସର ରାଷ୍ଟ୍ରପତି ନିଜେ ଆଇସୋଲେସନରେ ରହିବା ସହିତ ଫିଲିଫିନ୍ସର ସଂସଦ ଓ କେନ୍ଦ୍ରୀୟ ବ୍ୟାଙ୍କକୁ ମଧ୍ୟ କ୍ବାରେଣ୍ଟାଇନ୍‌ କରାଯାଇଥିଲା । (ଏଜେନ୍ସି)

Related posts