ଲକ୍‌ ଡାଉନ୍‌ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜଗତସିଂହପୁର ପ୍ରଶାସନର କଡା ପଦକ୍ଷେପ

Published: Apr 2, 2020, 3:35 pm IST

ରମେଶ ମହାନ୍ତି

ଜଗତସିଂହପୁର : କୋଭିଡ-19 ସଂକ୍ରମଣରୁ ଜନସାଧାରଣଙ୍କୁ ପ୍ରତିହତ କରିବା ଲାଗି ଭାରତ ସରକାର 24 ମାର୍ଚ୍ଚ ରୁ 21 ଦିନ ପାଇଁ ସମ୍ପୁର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି ।

ଏହି ସମୟରେ ଜନସାଧାରଣଙ୍କୁ ଘରେ ରହିବା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ନିବେଦନ କରିବା ସତ୍ତ୍ୱେ ଅନେକ ଲୋକ ସରକାରୀ ନିୟମକୁ ଜାଣିଶୁଣି ଉଲଂଘନ କରୁଛନ୍ତି। କୋଭିଡ-19 ସଂକ୍ରମଣକୁ ରୋକିବାକୁ କରାଯାଇଥିବା ଆଇନ ଅମାନ୍ୟ କରିଥିବା ଲୋକଙ୍କ ବିରୁଦ୍ଧରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନା ଗୁଡିକରେ ମାମଲା ରୁଜ୍ଜୁ ହୋଇଛି ।

ଜିଲ୍ଲାର ରଘୁନାଥପୁର ଥାନାରେ ତିନି ଜଣ ଲୋକଙ୍କୁ  ଆଇପିସିର ଧାରା 188/269/270/271 ଅନୁଯାୟୀ କେସ ନମ୍ବର 46/20,47/20 ଏବଂ 48/20 ରେ  ମାମଲା ଦାୟର କରାଯାଇ ଗିରଫ କରାଯାଇଛି ଓ ଗୋଟିଏ ଗାଡି କୁ   ଆଇପିସିର ଧାରା 188/269/270/271 ଅନୁଯାୟୀ କେସ ନମ୍ବର 47/20 ରେ  ମାମଲା ଦାୟର କରାଯାଇ ଜବତ  କରାଯାଇଛି  ।

ସେହିପରି ତିର୍ତ୍ତୋଲ ଥାନାରେ ସାତ ଜଣ ଲୋକଙ୍କୁ  ଆଇପିସିର ଧାରା 188/269/270/34  ଅନୁଯାୟୀ କେସ ନମ୍ବର 117/20 ରେ  ମାମଲା ଦାୟର କରାଯାଇ ଗିରଫ କରାଯାଇଛି  ।

କୁଜଙ୍ଗ ଥାନାରେ ଛଅ ଜଣ ଲୋକଙ୍କ ବିରୋଧରେ ଆଇପିସିର ଧାରା 188/269/270/271 ଏବଂ OPG ର ଅଧିନିୟମ 3 ଅନୁଯାୟୀ କେସ ନମ୍ବର 100/20 ରେ  ମାମଲା ଦାୟର କରାଯାଇ ଗିରଫ ଏବଂ ଗୋଟିଏ ଗାଡି ଜବତ  କରାଯାଇଛି  ।

Related posts