Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରର ସୁନ୍ଦରପଦା, ଯଦୁପୁର ଅଞ୍ଚଳକୁ ସିଲ୍‌ କଲା ବିଏମସି
ଆଜିର ଖବର

ଭୁବନେଶ୍ବରର ସୁନ୍ଦରପଦା, ଯଦୁପୁର ଅଞ୍ଚଳକୁ ସିଲ୍‌ କଲା ବିଏମସି

April 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କପିଳ ପ୍ରସାଦରୁ ଜଣେ ଚିହ୍ନଟ ହୋଇଥିବାବେଳେ ଆଉ ଜଣେ ବମିଖାଲରୁ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ଭୁବନେଶ୍ବର ମହାନଗର ନିଗମ ଭୁବନେଶ୍ବରର ସୁନ୍ଦରପଦା ଓ ଯଦୁପୁର ଅଞ୍ଚଳକୁ ସିଲ୍‌ କରିଛନ୍ତି । ପୂର୍ବରୁ ବମିଖାଲ୍‌କୁ ସିଲ୍‌ କରାଯାଇଛି । 67 ନମ୍ବର ଓ୍ବାର୍ଡର କପିଳପ୍ରସାଦରୁ କରୋନା ରୋଗୀ ଚିହ୍ନଟ ହେବା ପରେ ବିଏମସି ତତ୍ପର ହୋଇ ସଂକ୍ରମଣକୁ ରୋକିବା ପାଇଁ ଏପରି ପଦକ୍ଷେପ ନେଇଛି । ଏହି କ୍ରମରେ ସୁନ୍ଦରପଦା ଓ 64 ଓ୍ବାର୍ଡ ନମ୍ବର ଯଦୁପୁର ଅଞ୍ଚଳକୁ ସିଲ୍‌ କରିଛି । ଏହି ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ବିଏମ୍‌ସି ସୁନ୍ଦରପଦା ପୌର ଚିକିତ୍ସାଳୟଠାରୁ କାଳୁଆସନୀ ମନ୍ଦିର ଓ ପୌର ଚିକିତ୍ସାଳୟଠାରୁ ସରକନ୍ତରା ନୂଆ କଲଭର୍ଟ ଯାଏଁ ସିଲ୍ କରିଛି। ସେହିପରି କାଳୁଆସନୀ ମନ୍ଦିରଠାରୁ ଟାଟା ପ୍ରୋଜେକ୍ଟ ଯାଏଁ ଓ ଟାଟା ପ୍ରୋଜେକ୍ଟଠାରୁ ସରକନ୍ତରା ନୂଆ କଲଭର୍ଟ ଯାଏଁ ସିଲ କରାଯାଇଛି। ସଂପୃକ୍ତ ଅଞ୍ଚଳରୁ କେହି ନବାହାରକୁ ଅପିଲ୍‌ କରାଯାଇଛି। ସଂପୃକ୍ତ ଅଞ୍ଚଳ ମଧ୍ୟରେ ଥିବା ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ। ଆସନ୍ତାକାଲି ଏହି ଅଞ୍ଚଳକୁ ସାନିଟାଇଜ୍‌ କରାଯିବ। ଏପରିକି ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜଣାପଡିଛି ।

ସେହିପରି ସ୍ଥାନୀୟ ଲୋକଙ୍କ ଜରୁରୀ ଆବଶ୍ୟକତା ପାଇଁ ବିଏମସ୍‌ ତରଫରୁ ଚାରିଜଣିଆ ଟିମ୍ ଗଠନ କରାଯାଇଛି । ସାନିଟେସନ୍‌ ପାଇଁ ଡ. ଦେବୀକାନ୍ତ ଧମିଲ୍‌, ଏଏଚ୍‌ଓ, ବିଏମ୍‌ସି ଫୋ – 9437028945, ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ କମଲଜିତ୍‌ ଦାସ ଓଏଏସ୍‌, ଫୋନ : 9439431672, ସ୍ବାସ୍ଥ୍ୟ ସେବା ପାଇଁ ଡ. ବିଜୟଲକ୍ଷ୍ମୀ ପଣ୍ଡା; ଫୋ- 9337397134 ୯ଓ ଆକ୍ଟିଭ୍‌ ସର୍ଭିଲାନ୍ସ ପାଇଁ ଡ. ଶୁଭମ୍ ପୁହାଣ; ଫୋ- 7978200059 ରହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଗଣନା

May 4, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ଶତାଧିକ କର୍ମକର୍ତ୍ତା

May 4, 2026

ଆଉ କିଛି ସମୟର ଅପେକ୍ଷା : ଆସିବ ନିର୍ବାଚନ ଫଳ

May 4, 2026

ଆଜି ମଇ ୪ ତାରିଖ ସୋମବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

May 4, 2026
Latest News

ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଗଣନା

May 4, 2026

ହର୍ମୁଜ ଦେଇ ଭାରତ ଆସୁଛି ରନ୍ଧନ ଗ୍ୟାସ: ମେ’ ୧୩ରେ ପହଞ୍ଚିବ ୪୬ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

May 4, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ଶତାଧିକ କର୍ମକର୍ତ୍ତା

May 4, 2026

ଆଉ କିଛି ସମୟର ଅପେକ୍ଷା : ଆସିବ ନିର୍ବାଚନ ଫଳ

May 4, 2026

ଆଜି ମଇ ୪ ତାରିଖ ସୋମବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.