ଭୁବନେଶ୍ବରର ସୁନ୍ଦରପଦା, ଯଦୁପୁର ଅଞ୍ଚଳକୁ ସିଲ୍‌ କଲା ବିଏମସି

Published: Apr 5, 2020, 8:18 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କପିଳ ପ୍ରସାଦରୁ ଜଣେ ଚିହ୍ନଟ ହୋଇଥିବାବେଳେ ଆଉ ଜଣେ ବମିଖାଲରୁ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ଭୁବନେଶ୍ବର ମହାନଗର ନିଗମ ଭୁବନେଶ୍ବରର ସୁନ୍ଦରପଦା ଓ ଯଦୁପୁର ଅଞ୍ଚଳକୁ ସିଲ୍‌ କରିଛନ୍ତି । ପୂର୍ବରୁ ବମିଖାଲ୍‌କୁ ସିଲ୍‌ କରାଯାଇଛି । 67 ନମ୍ବର ଓ୍ବାର୍ଡର କପିଳପ୍ରସାଦରୁ କରୋନା ରୋଗୀ ଚିହ୍ନଟ ହେବା ପରେ ବିଏମସି ତତ୍ପର ହୋଇ ସଂକ୍ରମଣକୁ ରୋକିବା ପାଇଁ ଏପରି ପଦକ୍ଷେପ ନେଇଛି । ଏହି କ୍ରମରେ ସୁନ୍ଦରପଦା ଓ 64 ଓ୍ବାର୍ଡ ନମ୍ବର ଯଦୁପୁର ଅଞ୍ଚଳକୁ ସିଲ୍‌ କରିଛି । ଏହି ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ବିଏମ୍‌ସି ସୁନ୍ଦରପଦା ପୌର ଚିକିତ୍ସାଳୟଠାରୁ କାଳୁଆସନୀ ମନ୍ଦିର ଓ ପୌର ଚିକିତ୍ସାଳୟଠାରୁ ସରକନ୍ତରା ନୂଆ କଲଭର୍ଟ ଯାଏଁ ସିଲ୍ କରିଛି। ସେହିପରି କାଳୁଆସନୀ ମନ୍ଦିରଠାରୁ ଟାଟା ପ୍ରୋଜେକ୍ଟ ଯାଏଁ ଓ ଟାଟା ପ୍ରୋଜେକ୍ଟଠାରୁ ସରକନ୍ତରା ନୂଆ କଲଭର୍ଟ ଯାଏଁ ସିଲ କରାଯାଇଛି। ସଂପୃକ୍ତ ଅଞ୍ଚଳରୁ କେହି ନବାହାରକୁ ଅପିଲ୍‌ କରାଯାଇଛି। ସଂପୃକ୍ତ ଅଞ୍ଚଳ ମଧ୍ୟରେ ଥିବା ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ। ଆସନ୍ତାକାଲି ଏହି ଅଞ୍ଚଳକୁ ସାନିଟାଇଜ୍‌ କରାଯିବ। ଏପରିକି ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜଣାପଡିଛି ।

ସେହିପରି ସ୍ଥାନୀୟ ଲୋକଙ୍କ ଜରୁରୀ ଆବଶ୍ୟକତା ପାଇଁ ବିଏମସ୍‌ ତରଫରୁ ଚାରିଜଣିଆ ଟିମ୍ ଗଠନ କରାଯାଇଛି । ସାନିଟେସନ୍‌ ପାଇଁ ଡ. ଦେବୀକାନ୍ତ ଧମିଲ୍‌, ଏଏଚ୍‌ଓ, ବିଏମ୍‌ସି ଫୋ – 9437028945, ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ କମଲଜିତ୍‌ ଦାସ ଓଏଏସ୍‌, ଫୋନ : 9439431672, ସ୍ବାସ୍ଥ୍ୟ ସେବା ପାଇଁ ଡ. ବିଜୟଲକ୍ଷ୍ମୀ ପଣ୍ଡା; ଫୋ- 9337397134 ୯ଓ ଆକ୍ଟିଭ୍‌ ସର୍ଭିଲାନ୍ସ ପାଇଁ ଡ. ଶୁଭମ୍ ପୁହାଣ; ଫୋ- 7978200059 ରହିଛନ୍ତି।

Related posts