Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ସନ୍ଦେହରେ ଆତ୍ମହତ୍ୟା କଲେ ବୃଦ୍ଧା
ଆଜିର ଖବର

କରୋନା ସନ୍ଦେହରେ ଆତ୍ମହତ୍ୟା କଲେ ବୃଦ୍ଧା

April 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
dead body found in rayagada
dead body found in rayagada

ପଞ୍ଜାବ : କରୋନା ଯୋଗୁଁ ବିଶ୍ବରେ 74ହଜାରର ଉର୍ଦ୍ଧ୍ବ ମୃତ୍ୟୁବରଣ କରିଥିବାବେଳେ ଏବେ 13 ଲକ୍ଷ ଲୋକେ ସଂକ୍ରମିତ ହୋଇଛନ୍ତି । ଏହା ମଧ୍ୟରେ କରୋନା ସନ୍ଦେହରେ ବିଭିନ୍ନ ଜାଗାରେ ଆତ୍ମହତ୍ୟା ପରି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ପଞ୍ଜାବର କପୁରଥଲାରୁ ଏପରି ଏକ ମାମଲା ଦେଖିବାକୁ ମିଳିଛି । ଏଠାରେ ଜଣେ 65 ବର୍ଷୀୟା ମହିଳା କରୋନା ସନ୍ଦେହରେ ଆତ୍ମହତ୍ୟା କରିଛନ୍ତି ।

ମୃତକ ଜଣକ ହେଉଛନ୍ତି ଖୁର୍ମପୁର ଗ୍ରାମର ସନ୍ତୋଷ କୌର । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଶବର ପୋଷ୍ଟମର୍ଟମ୍‌ ପାଇଁ ପଠାଇଥିଲେ । ସନ୍ତୋଷ କୌର୍‌ଙ୍କ ଚାରି ଝିଅ ଥିବାବେଳେ ସେମାନେ ସମସ୍ତ ବିବାହିତ ହୋଇଥିବାବେଳେ ଗତ ବର୍ଷ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇସାରିଥିଲା । ସନ୍ତୋଷ ଏକାକୀ ଘରେ ରହୁଥିବାବେଳେ ଗତ କିଛି ଦିନ ହେବ ତାଙ୍କ ଗଳା ଖରାପ ରହିଥିଲା । ଏଥିପାଇଁ ସେ ମେଡ଼ିସିନ୍‌ ମଧ୍ୟ ନେଉଥିଲେ ।

ଗଳା ଖରାପ ଯୋଗୁଁ ସନ୍ତୋଷ ନିଜକୁ କରୋନା ସଂକ୍ରମିତ ହୋଇଥିବାର ଅନୁମାନ କରି ପାଖ ପଡୋଶୀଙ୍କଠାରୁ ଦୂରତ୍ବ ବନାଇ ରଖିଥିଲେ । ମୃତକ ବୃଦ୍ଧାଙ୍କ ଝିଅଙ୍କ କହିବାନୁସାରେ ସେ ଗତକାଲି ରାତ୍ରି 10ଟା ସମୟରେ ଫୋନ୍‌ କରି କଥାବାର୍ତ୍ତା ହୋଇଥିଲେ, ତାହା ପରେ ସେ ଆଉ ଫୋନ୍‌ ଉଠାଇନଥିଲେ । ତାଙ୍କ ଝିଅ ପଡୋଶୀଙ୍କଠାରୁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିବାର ଖବର ଶୁଣିଥିଲେ । ସେ କିଛି ବିଷାକ୍ତ ପଦାର୍ଥ ଖାଇ ମୃତ୍ୟୁବରଣ କରିଛନ୍ତି ବୋଲି ଜଣାପଡିଛି । ତେବେ ସେ କରୋନାରେ ଆକ୍ରାନ୍ତ ହୋଇନଥିଲେ ବୋଲି ଡାକ୍ତର କହିଛନ୍ତି । ପୋଷ୍ଟମର୍ଟମ ପରେ ତାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ପଞ୍ଜାବରେ ଏପର୍ଯ୍ୟନ୍ତ 80ଟି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବାବେଳେ ଏହି ରୋଗ ଯୋଗୁଁ 7ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4 ଜଣ ଠିକ୍‌ ହୋଇଛନ୍ତି । ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 4000 ଟପି ସାରିଛି । (ଏଜେନ୍ସି)

coronaoutbreak
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଫେସର କହ୍ନେୟା ତ୍ରିପାଠୀଙ୍କ ଆଇସିଏଆର-ସିଆଇଡବ୍ଲୁଏ ପରିଦର୍ଶନ

March 23, 2026

ଆଜି ମାର୍ଚ୍ଚ ୨୩ ତାରିଖ: ଏହି ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

March 23, 2026

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026
Latest News

ପ୍ରଫେସର କହ୍ନେୟା ତ୍ରିପାଠୀଙ୍କ ଆଇସିଏଆର-ସିଆଇଡବ୍ଲୁଏ ପରିଦର୍ଶନ

March 23, 2026

ଆଜି ମାର୍ଚ୍ଚ ୨୩ ତାରିଖ: ଏହି ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

March 23, 2026

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.