Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ ଡାଉନ୍‌ ସମୟରେ ସାଙ୍ଗକୁ ଦେଖା କରିବା ପାଇଁ ଅଭିନବ ଉପାୟ କଲେ ଯୁବକ, ଶେଷରେ ପୋଲିସ୍‌ ହାତରେ ଧରାପଡିଲେ
ଆଜିର ଖବର

ଲକ୍‌ ଡାଉନ୍‌ ସମୟରେ ସାଙ୍ଗକୁ ଦେଖା କରିବା ପାଇଁ ଅଭିନବ ଉପାୟ କଲେ ଯୁବକ, ଶେଷରେ ପୋଲିସ୍‌ ହାତରେ ଧରାପଡିଲେ

April 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମାଙ୍ଗଲୋର୍‌ : କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକ୍ ଡାଉନ୍‌ । 21 ଦିନିଆ ଲକ୍‌ ଡାଉନ୍‌ ସମୟରେ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । କେବଳ ଅତ୍ୟାବଶ୍ୟକ ଜିନିଷ ପାଇଁ ଘରୁ ଯାଇ ହେବ । ପୋଲିସ୍‌ ଓ ପ୍ରଶାସନ ଲକ୍‌ ଡାଉନ୍‌କୁ ବେଶ୍‌ କଡାକଡି କାର୍ଯ୍ୟକାରୀ କରୁଛନ୍ତି । ସେହିପରି ଏହି ଲକ୍‌ ଡାଉନକୁ ଭାଙ୍ଗିବା ପାଇଁ ମଧ୍ୟ ଭିନ୍ନ ଭିନ୍ନ ପ୍ରୟାସ କରୁଛନ୍ତି କିଛି ଲୋକେ । ଲକ୍‌ଡାଉନ୍‌ର କଡା ନିୟମ ମଧ୍ୟରୁ ବାହାରି ଜଣେ ଯୁବକ ତାଙ୍କ ସାଙ୍ଗକୁ ଦେଖିବାକୁ ଯାଇଥିଲେ । କିନ୍ତୁ ପରିଶେଷରେ ଧରା ପଡିଯାଇଥିଲେ।

ଲକ୍‌ ଡାଉନର କଡା ନିୟମ ମଧ୍ୟରୁ ଭିନ୍ନ ଉପାୟ ବାହାର କରି ଯୁବକ ଜଣକ ନିଜ ସାଙ୍ଗକୁ ସାକ୍ଷାତ କରିବାକୁଯାଇଥିଲେ । ତେବେ ସେ କିଭଳି ଭାବରେ ତାଙ୍କ ଲକ୍‌ ଡାଉନର ନିୟମକୁ ଭାଙ୍ଗିଥିଲେ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମିଳିଥିବା ସୂଚନା ଅନୁସାରେ ଏହି ଘଟଣାଟି କର୍ଣ୍ଣାଟକର ମାଙ୍ଗାଲୋର୍‌ରେ ଘଟିଛି । ମାଙ୍ଗାଲୋର୍‌ ରହୁଥିବା ଜଣେ ଯୁବକ ତାଙ୍କ ସାଙ୍ଗକୁ ଭେଟିବା ପାଇଁ ଚାହୁଁଥିଲେ । ରାସ୍ତାରେ ପୋଲିସର କଡା ପ୍ରହାର ଯୋଗୁଁ ରାସ୍ତାକୁ ବାହାରିବା ଅସମ୍ଭବ ଥିଲା । ଏଥିପାଇଁ ସେ ନିଜକୁ ଏକ ସୁଟ୍‌କେଶ୍‌ରେ ବନ୍ଦ କରିଦେଲେ । ଆଉ ଜଣେ ସାଙ୍ଗଙ୍କ ସାହାଯ୍ୟରେ ସେ ତାଙ୍କ ସାଙ୍ଗଙ୍କ ଘରକୁ ଯାଇଥିଲେ ।  କିନ୍ତୁ ସୁଟ୍‌କେଶରୁ ବାହାରିବା ସମୟରେ ସେ ଧରାପଡିଯାଇଥିଲେ । ଏହି ଘଟଣାଟି ଆର୍ଯ୍ୟସମାଜ ରୋଡସ୍ଥିତ ଏକ ଆପାର୍ଟମେଣ୍ଟରେ ଘଟିଛି । ସୁଟ୍‌କେଶ୍‌ଟି ଆପାର୍ଟମେଣ୍ଟକୁ ଯିବା ସମୟରେ ଏହା ଗଳି ପଡିଥିଲା । ପରେ ଲୋକଙ୍କୁ ଏହି ସୁଟ୍‌କେଶକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଯେତେବେଳେ ସୁଟ୍‌କେଶ ଖୋଲାଗଲା ସେତେବେଳେ ଏହା ଭିତରୁ ଜଣେ ମଣିଷ ବାହାରିଲା । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁଇ ସାଙ୍ଗକୁ ପଚାରାଉଚୁରା କରିବା ସହ ଦୁହିଁଙ୍କୁ ପୋଲିସ୍‌ ଷ୍ଟେସନ ନେଇଯାଇଛି । (ଏଜେନ୍ସି)

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମୁମ୍ବାଇ ଏବଂ ଲକ୍ଷ୍ନୌ ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପିଚ୍ ରିପୋର୍ଟ, ପ୍ଲେଇଂ ୧୧ ଏବଂ ମ୍ୟାଚ୍ ପୂର୍ବାନୁମାନ

May 4, 2026

କିଷାନ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତି ପୂର୍ବରୁ ସମାପ୍ତ କରନ୍ତୁ ଏହି କାର୍ଯ୍ୟ: ଜାଣନ୍ତୁ….

May 4, 2026

‘ଜାଣିଶୁଣି ଭୋଟ ଗଣନାକୁ ବିଳମ୍ବ କରାଯାଉଛି’: ଖରାପ ପ୍ରଦର୍ଶନ ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା

May 4, 2026

ମର୍ମନ୍ତୁଦ ଦୁର୍ଘଟଣା : ୫ ମୃତ

May 4, 2026
Latest News

ଆଜି ମୁମ୍ବାଇ ଏବଂ ଲକ୍ଷ୍ନୌ ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପିଚ୍ ରିପୋର୍ଟ, ପ୍ଲେଇଂ ୧୧ ଏବଂ ମ୍ୟାଚ୍ ପୂର୍ବାନୁମାନ

May 4, 2026

କିଷାନ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତି ପୂର୍ବରୁ ସମାପ୍ତ କରନ୍ତୁ ଏହି କାର୍ଯ୍ୟ: ଜାଣନ୍ତୁ….

May 4, 2026

‘ଜାଣିଶୁଣି ଭୋଟ ଗଣନାକୁ ବିଳମ୍ବ କରାଯାଉଛି’: ଖରାପ ପ୍ରଦର୍ଶନ ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା

May 4, 2026

ମର୍ମନ୍ତୁଦ ଦୁର୍ଘଟଣା : ୫ ମୃତ

May 4, 2026

କିଏ ହେବେ କେରଳର ମୁଖ୍ୟମନ୍ତ୍ରୀ?: କଂଗ୍ରେସ ନେତା ଶଶି ଥରୁର ଦେଲେ ସଙ୍କେତ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.