ଲକ୍‌ ଡାଉନ୍‌ ସମୟରେ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କରି ଅନ୍ତିମ ସଂସ୍କାର କଲେ ସ୍ବେଚ୍ଛାସେବୀ

Published: Apr 12, 2020, 10:06 pm IST

ବବୁଲୁ ସାହୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲକ୍‌ଡାଉନ ସମୟରେ ଭବାନୀପାଟଣା ରାମନଗର ପଡ଼ାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ବିଶ୍ବରେ କରୋନା ମହାମାରୀ ଆତଙ୍ଗ ଖେଳି ଯାଇଥିବା ଯୋଗୁଁ ଲୋକେ ଘରୁ ବାହାରୁ ନାହାନ୍ତି। ଏହି ସମୟରେ ଜଣେ ବୃଦ୍ଧଙ୍କ ଶବ ଦୁଇ ଦିନ ହେଲା ଘରେ ପଡି ରହିଥିବାର ସୂଚନା ମିଳିଛି।

ବୃଦ୍ଧଙ୍କ ନାମ ରମେଶ ନରିଆ ବୋଲି ଜଣାପଡିଥିବାବେଳେ ତାଙ୍କ ବୟସ ୭୫ ବର୍ଷ। ବହୁତ ବର୍ଷ ହେବ ସିଏ ରାମନଗର ପଡ଼ାରେ ରହୁଥିଲେ। ନିଜର କେହି ନଥିବାବେଳେ କିଛି ଦୂର ସମ୍ପର୍କୀୟ ହେଉଛନ୍ତି ତାଙ୍କ ପରିବାର ଲୋକେ।  ଶବ  ପଡିଥିବା ଖବର ପାଇ ସ୍ଥାନୀୟ  ୟୁଥ କମିଟିର  ଚିନ୍ମୟ ମିଶ୍ର , ସୁମିତ ନାଗ, ଜଗନ୍ନାଥ ନାଏକ, ରବି ଶଙ୍କର ଆଚାରି, ଓଁ ମେହେର , ଶିବ ଆଚାରି, ପୂର୍ଣ୍ଣ ଅହୀର ସମସ୍ତେ  ମିଶି  ଶବ  ବାହାରକୁ ଆଣି ଅନ୍ତିମ ସଂସ୍କାର କରିବାକୁ ମୁକ୍ତିଧାମ ଶ୍ମଶାନକୁ ନେଇଥିଲେ। ଏହି  ସ୍ବେଚ୍ଛାସେବୀମାନଙ୍କର କାର୍ଯ୍ୟକୁ ଜିଲ୍ଲାରେ ପ୍ରଶଂସା କରାଯାଉଛି।

Related posts