ଲକ୍‌ ଡାଉନ୍ ସମୟରେ ଇନ୍‌ଷ୍ଟାଗ୍ରାମ୍ ଜରିଆରେ ଗ୍ରାହକଙ୍କୁ ତିନି ଗୁଣ ଚଢା ଦରରେ ବିକ୍ରି କରୁଥିଲା ମଦ

Published: Apr 13, 2020, 11:30 pm IST

ବେଙ୍ଗାଲୁରୁ : କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ରାଜ୍ୟରେ 21 ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଘରେ ସମେସ୍ତ ରହିଛନ୍ତି । କେବଳ ଅତ୍ୟାବଶ୍ୟକ ଜିନିଷକୁ ଛାଡିଦେଲେ ବାକି ସମସ୍ତ ଦୋକାନ ବନ୍ଦ ରହିଛି । କିଛି ଲୋକ ନିଶା ଅର୍ଥାତ୍‌ ମଦ ପିଇବାର ଅଭ୍ୟାସ ରଖିଥିଲେ ମଧ୍ୟ ଏହି ଲକ୍‌ଡାଉନ୍‌ ସମୟରେ ମଦ ବିକ୍ରି ଉପରେ ନିଷେଧାଜ୍ଞା ଜାରି ରହିଥିବାରୁ ସେମାନେ ବାଧଧ୍ୟ ହୋଇ ରହୁଛନ୍ତି। କିନ୍ତୁ ଜଣେ ଲୋକ ଏହି ଲକ୍‌ ଡାଉନ୍‌ ସମୟରେ କଡା ନିୟମ ମଧ୍ୟରେ ମଧ୍ୟ କ୍ରୟ ମୂଲ୍ୟଠାରୁ ଚଢା ଦରରେ ମଦ ବିକ୍ରି କରିଥିବାର ସୂଚନା ମିଳିଛି। ମଦ ବିକ୍ରି କରିବା ପାଇଁ ସେ ସୋସିଆଲ ମିଡିଆକୁ ମଧ୍ୟ ଉପଯୋଗ କରିଛି।

ମିଳିଥିବା ସୂଚନା ଅନୁସାରେ ବେଙ୍ଗାଲୁରର ଜଣେ ବ୍ୟକ୍ତି ଲକ୍ ଡାଉନ୍‌ ଓ କର୍ଫ୍ୟୁର ଫାଇଦା ଉଠାଇ ସୋସିଆଲ ମିଡିଆ ଜରିଆରେ ଗ୍ରାହକ ଖୋଜି ନିଜର ବ୍ୟବସାୟ ଆରମ୍ଭ କରିଛି । ଏଥିପାଇଁ ସେ ଇନ୍‌ଷ୍ଟାଗ୍ରାମକୁ ବ୍ୟବହାର କରିଥିବାର ଜଣାପଡିଛି । ଲକ୍‌ ଡାଉନର ନିୟମ ଭାଙ୍ଗି ସେ ମଦ ବିକ୍ରି କରୁଥିବାବେଳେ ସେ ଅବକାରୀ ବିଭାଗ ହାତରେ ଧରାପଡିଛି।

ବ୍ୟକ୍ତି ଜଣକ ଜଣେ ସେନାନିବୃତ୍ତ କର୍ମଚାରୀଙ୍କ ସାହାଯ୍ୟରେ ଡିଫେନ୍ସ କ୍ୟାଣ୍ଟିନ୍‌ରୁ ମଦ କିଣି ତାକୁ ଚଢା ଦରରେ ବିକ୍ରି କରୁଥିଲା । ବ୍ୟକ୍ତି ଜଣକ ସୋସିଆଲ ମିଡିଆ ସାହାଯ୍ୟରେ ସମ୍ପର୍କ କରୁଥିଲା ମଦ ଡେଲିଭରୀ କରିବା ପୂର୍ବରୁ ଅନ୍‌ ଲାଇନ୍‌ ପେମେଣ୍ଟ ଆପ୍‌ ଗୁଗୁଲ୍‌ ପେ ଓ ଫୋନ୍‌ ପେ’ ମାଧ୍ୟମରେ ପଇସା ସଂଗ୍ରହ କରୁଥିଲା । ପଇସା ମିଳିସାରିବା ପରେ ଏକ ଅଜଣା ଶୂନଶାନ୍‌ ଜାଗରେ ଲୁଚିକରି ଗ୍ରାହକଙ୍କୁ ମଦ ଦେଉଥିଲା । (ଏଜେନ୍ସି)

Related posts