ଗୁରୁପଦ ବେରା
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ମହାକାଳପଡ଼ା ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳ ସଭ୍ୟମାନେ ମିଳିତ ଭାବେ ୧ଲକ୍ଷ ୨୧ହଜାର ୧୧୧ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଲକଡାଉନ ସମୟରେ ରୋଜଗାର ନ ଥିବା ସତ୍ତ୍ବେ ଜରୁରୀକାଳୀନ ପରିସ୍ଥିତିରେ ନିଜ ନିଜର ପକେଟ ଖର୍ଚ୍ଚ କାଟି ଦୁର୍ଦ୍ଦିନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସହାୟତାର ହାତବଢ।ଇଛନ୍ତି । ଆଜି ପୂର୍ବାହ୍ନରେ ବିଜୁ ଜନତା ଦଳର ସଭ୍ୟ ମାନେ ସଂଗୃହୀତ ଅର୍ଥରାଶିକୁ ମହାକାଳପଡ଼ା ବିଡିଓ ଦେବାଶିଷ ରାଉତଙ୍କ ଜରିଆରେ କୋଭିଡ-୧୯ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍କୁ ଚେକ ଆକାରରେ ପ୍ରଦାନ କରିଛନ୍ତି। ଚେକ ପ୍ରଦାନ ସମୟରେ ମହାକାଳପଡ଼ା ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ତଥା ଦାୟିତ୍ଵ ନ୍ୟସ୍ତ ସରପଞ୍ଚ ଅଭିଳାଷ ଦାସ,ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ପାଳ, ଦଳର ପଞ୍ଚାୟତ ସଭାପତି ଆଇନଜୀବି ଭରତ ଚନ୍ଦ୍ର ଦାସ, ସମାଜ ସେବୀ ସଞ୍ଜୟ କୁମାର ଜେନା, ନୃସିଂହ ଚରଣ ମହାପାତ୍ର, ଜୋତି ପ୍ରକାଶ ଯତି, ପ୍ରଦୀପ ପାଇକରାୟ, ଶିକ୍ଷକ ଦିଲ୍ଲୀପ କୁମାର ମଲ୍ଲ, ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ଦାସଙ୍କ ସମେତ ୨୦ ଜଣ ଉତ୍ସାହୀ ସଭ୍ୟ ଉପସ୍ଥିତ ଥିଲେ ।