ହେମାଙ୍ଗ ପ୍ରସାଦ ରାଉଳ
ଗଞ୍ଜାମ: କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ ଜାରି ରହିଥିବାବେଳେ ଏହି ଲକ୍ ଡାଉନ୍ ଯୋଗୁଁ ପ୍ରବାସୀ ଶ୍ରମିକମାନ ନାହିଁ ନଥିବାର ହଇରାଣ ହେଉଛନ୍ତି। ଏଥିପାଇଁ ସେମାନେ ନିଜ ଭିଟାମାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଲକ୍ ଡାଉନ୍ ନିୟମ ନ ମାନି ଆଜି ୩୮ ଜଣ ଶ୍ରମିକ ଗଞ୍ଜାମକୁ ଫେରିଛନ୍ତି। ଖାଇବା ପିଇବାରେ କଷ୍ଟ ଅନୁଭବ କରି ୨୧ ତାରିଖ ଦିନ ଏହି ଶ୍ରମିକମାନେ ଜଳଯାତ୍ରା ଆରମ୍ଭ କରି ଆଜି ସନ୍ଧ୍ୟା ୫ ଟା ସୁଦ୍ଧା ଗଞ୍ଜାମରେ ପହଞ୍ଚିଛନ୍ତି। ସମୁଦ୍ର ପଥରେ ଗଞ୍ଜାମ ଚିକିଟି ବ୍ଲକ ଓ ସୋନପୁର ଅଞ୍ଚଳର ଶ୍ରମିକ ମାନେ ଫେରିଛନ୍ତି। ଦୁଇ ଲକ୍ଷ ଟଙ୍କାରେ ଏକ ଡଙ୍ଗା ଭଡା କରି ଭିଟାମାଟିକୁ ଫେରିଛନ୍ତି ଏହି ଶ୍ରମିକମାନେ। ଫେରିଥିବା ୩୮ ଶ୍ରମିକଙ୍କ ମଧ୍ୟରୁ ୨୪ ଜଣ ସୋନପୁରର, ଦୁଇ ଆନ୍ଧ୍ରର ହୋଇଥିବାବେଳେ ବାକି ୧୨ ଜଣ ଶ୍ରମିକ ଗୋପାଳପୁର ଅଞ୍ଚଳର ବୋଲି ସୂଚନା ରହିଛି। ଫେରିଥିବା ଶ୍ରମିକ ଏବେ ସୋନପୁର ସାମୁଦ୍ରିକ ଥାନାରେ ଅଛନ୍ତି।
ଏହି ୩୮ ଜଣ ଶ୍ରମିକଙ୍କ ଆସନ୍ତାକାଲି ସ୍ବାବ ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରମିକଙ୍କ ଥର୍ମାଲି ସ୍କ୍ରିନିଂ ପରେ ରାତି ସୁଦ୍ଧା ୩୮ ଜଣ ଶ୍ରମିକଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ।