Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବ୍ରହ୍ମପୁରରେ ସାମ୍ବାଦିକଙ୍କୁ ମାସ୍କ ବଣ୍ଟନ ଏବଂ କରେନା ସଚେତନତା କାର୍ଯ୍ୟକ୍ରମ
ଆଞ୍ଚଳିକ

ବ୍ରହ୍ମପୁରରେ ସାମ୍ବାଦିକଙ୍କୁ ମାସ୍କ ବଣ୍ଟନ ଏବଂ କରେନା ସଚେତନତା କାର୍ଯ୍ୟକ୍ରମ

April 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : କରୋନାକୁ ନେଇ ଏବେ ସାରା ବିଶ୍ୱରେ ଲଢେଇ ଚାଲିଛି। ଆଉ ଏହାକୁ ମୁକାବିଲା କରିବା ଲାଗି ଦେଶ ଓ ରାଜ୍ୟରେ ଲକ ଡାଉନ ଘୋଷଣା କରାଯାଇଛି। ଏହାର ମୁଖ୍ୟ କାରଣ ହେଲା ସାମାଜିକ ଦୂରତା ବଜାୟ ରଖିବା। ପ୍ରଶାସନ ପକ୍ଷରୁ ମଧ୍ୟ ଲକ ଡାଉନକୁ କଡା କଡି କରାଯାଉଛି। ତେବେ ଏହି ଯୁଦ୍ଧରେ ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଦ୍ଧା ପାଲଟିଛନ୍ତି। ତେବେ ଏହି କରୋନା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି ଗଣ ମାଧ୍ୟମ ପ୍ରତିନିଧି। ସେଥିପାଇଁ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇଛି। କାହିଁକି ନା ଦିନ ରାତି ଏକ କରି ରାଜ ରାସ୍ତାରେ ଠିଆ ହୋଇ ସାମ୍ବାଦିକ ମାନେ ଲୋକଙ୍କ ନିକଟରେ ପ୍ରତ୍ୟକ ଦିନ ଟିକ୍ ନିଖ ଖବର ପହଂଚାଉଛନ୍ତି। ଆଉ ଏହି ଖବର ପ୍ରସାରଣ ଭିତରେ ଭୁଲି ଯାଇଥାନ୍ତି ନିଜର ସୁରକ୍ଷା ଚିନ୍ତା। ଦେଶର ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତ ଲୋକେ ସୁରକ୍ଷିତରେ ଘରେ ରହୁଥିବା ବେଳେ ସାମ୍ବାଦିକ ମାନେ ଏହି ଯୁଦ୍ଧର ଯୋଦ୍ଧା ପାଲଟି ଆଜି ରାଜ ରାସ୍ତାରେ। ତଥାପି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆଢୁଆଳରେ ଏହି ସାମ୍ବାଦିକ ମାନେ। ତେବେ ବର୍ତମାନର ପରିସ୍ଥିତିରେ ସାମ୍ବାଦିକ ମାନେ ମଧ୍ୟ କରୋନା ସହ ଲଢେ଼ଇ କରୁଥିବା ବେଳେ ସେମାନଙ୍କୁ ମଧ୍ୟ କରୋନା ଭୟ ରହିଛି। ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ଚିନ୍ତା କରାଯାଉନଥିବା ବେଳେ ନିଜେ ନିଜ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ବ୍ରହ୍ମପୁର ସହରର କାର୍ଯ୍ୟରତ ସମ୍ବାଦିକ ।

ଏନେଇ ଆଜି ବ୍ରହ୍ମପୁର ମୟୂରୀ ଟାୱାର ନିକଟରେ ସହରର ସମସ୍ତ କାର୍ଯ୍ୟରତ ସମ୍ବାଦିକ ଏକାଠି ହୋଇ କରୋନା ଠାରୁ ଦୂରେଇ ରହି କିଭଳି କାର୍ଯ୍ୟ କରିବେ ସେନେଇ ଆଲୋଚନା କରିଥିଲେ । ଏଥିସହ ବ୍ରହ୍ମପୁର ପ୍ରେସ କ୍ଳବ ପକ୍ଷରୁ ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ଲାଗି ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ବଜାୟି ରଖି ସମସ୍ତଙ୍କୁ ସାନିଟାଇଜର ,ସାବୁନ ଓ ମାସ୍କ ଆଦି ପ୍ରଦାନ କରାଯାଇଥିଲା। ଏଥିସହ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ତ୍ତବ୍ୟ ନିଷ୍ଠ ସାମ୍ବାଦିକଙ୍କ ସୁରକ୍ଷା ଚିନ୍ତା କରାଯାଉନଥିବାରୁ ଉଦବେଗ ପ୍ରକାଶ କରାଯାଇଥିଲା। ଏହି ବଣ୍ଟନ କାର୍ଯ୍ୟକ୍ରମରେ ବରିଷ୍ଠ ସମ୍ବାଦିକ ଶିଶିର ପାଣିଗ୍ରାହୀ, ହେମାଙ୍ଗ ପ୍ରସାଦ ରାଉଳ, ଗୋପାଳ ପଟ୍ଟନାୟକ,ପ୍ରଶାନ୍ତ ଦାସ, ଜଗନ୍ନାଥ ସାହୁ, ବିନୋଦ ପ୍ରଧାନ, ପ୍ରହ୍ଲାଦ ସାହୁ, ଅସିତ ପଣ୍ଡା, ମାନସ ବିଶୋୟୀ, ଅମର ଦାଶ, ଗୋପାଳ ରେଡି, ଶୁବ୍ରମଣ୍ୟମ ସ୍ୱାମୀଙ୍କ ସମେତ ବ୍ରହ୍ମପୁରର ସମସ୍ତ କାର୍ଯ୍ୟରତ ସମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026
Latest News

IPL 2026 ପୂର୍ବରୁ ‘ଫିକ୍ସିଂ’ କ୍ରିକେଟ୍ ଜଗତରେ ହଇଚଇ: ପୂର୍ବତନ KKR ଖେଳାଳି ନିଲମ୍ବିତ

March 12, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଦେଶରେ ତୈଳ ସଙ୍କଟ ଉପରେ ସଂସଦରେ ଚର୍ଚ୍ଚା: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ?

March 12, 2026

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.