Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବ୍ରହ୍ମପୁରରେ ସାମ୍ବାଦିକଙ୍କୁ ମାସ୍କ ବଣ୍ଟନ ଏବଂ କରେନା ସଚେତନତା କାର୍ଯ୍ୟକ୍ରମ
ଆଞ୍ଚଳିକ

ବ୍ରହ୍ମପୁରରେ ସାମ୍ବାଦିକଙ୍କୁ ମାସ୍କ ବଣ୍ଟନ ଏବଂ କରେନା ସଚେତନତା କାର୍ଯ୍ୟକ୍ରମ

April 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : କରୋନାକୁ ନେଇ ଏବେ ସାରା ବିଶ୍ୱରେ ଲଢେଇ ଚାଲିଛି। ଆଉ ଏହାକୁ ମୁକାବିଲା କରିବା ଲାଗି ଦେଶ ଓ ରାଜ୍ୟରେ ଲକ ଡାଉନ ଘୋଷଣା କରାଯାଇଛି। ଏହାର ମୁଖ୍ୟ କାରଣ ହେଲା ସାମାଜିକ ଦୂରତା ବଜାୟ ରଖିବା। ପ୍ରଶାସନ ପକ୍ଷରୁ ମଧ୍ୟ ଲକ ଡାଉନକୁ କଡା କଡି କରାଯାଉଛି। ତେବେ ଏହି ଯୁଦ୍ଧରେ ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଦ୍ଧା ପାଲଟିଛନ୍ତି। ତେବେ ଏହି କରୋନା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି ଗଣ ମାଧ୍ୟମ ପ୍ରତିନିଧି। ସେଥିପାଇଁ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇଛି। କାହିଁକି ନା ଦିନ ରାତି ଏକ କରି ରାଜ ରାସ୍ତାରେ ଠିଆ ହୋଇ ସାମ୍ବାଦିକ ମାନେ ଲୋକଙ୍କ ନିକଟରେ ପ୍ରତ୍ୟକ ଦିନ ଟିକ୍ ନିଖ ଖବର ପହଂଚାଉଛନ୍ତି। ଆଉ ଏହି ଖବର ପ୍ରସାରଣ ଭିତରେ ଭୁଲି ଯାଇଥାନ୍ତି ନିଜର ସୁରକ୍ଷା ଚିନ୍ତା। ଦେଶର ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତ ଲୋକେ ସୁରକ୍ଷିତରେ ଘରେ ରହୁଥିବା ବେଳେ ସାମ୍ବାଦିକ ମାନେ ଏହି ଯୁଦ୍ଧର ଯୋଦ୍ଧା ପାଲଟି ଆଜି ରାଜ ରାସ୍ତାରେ। ତଥାପି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆଢୁଆଳରେ ଏହି ସାମ୍ବାଦିକ ମାନେ। ତେବେ ବର୍ତମାନର ପରିସ୍ଥିତିରେ ସାମ୍ବାଦିକ ମାନେ ମଧ୍ୟ କରୋନା ସହ ଲଢେ଼ଇ କରୁଥିବା ବେଳେ ସେମାନଙ୍କୁ ମଧ୍ୟ କରୋନା ଭୟ ରହିଛି। ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ଚିନ୍ତା କରାଯାଉନଥିବା ବେଳେ ନିଜେ ନିଜ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ବ୍ରହ୍ମପୁର ସହରର କାର୍ଯ୍ୟରତ ସମ୍ବାଦିକ ।

ଏନେଇ ଆଜି ବ୍ରହ୍ମପୁର ମୟୂରୀ ଟାୱାର ନିକଟରେ ସହରର ସମସ୍ତ କାର୍ଯ୍ୟରତ ସମ୍ବାଦିକ ଏକାଠି ହୋଇ କରୋନା ଠାରୁ ଦୂରେଇ ରହି କିଭଳି କାର୍ଯ୍ୟ କରିବେ ସେନେଇ ଆଲୋଚନା କରିଥିଲେ । ଏଥିସହ ବ୍ରହ୍ମପୁର ପ୍ରେସ କ୍ଳବ ପକ୍ଷରୁ ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ଲାଗି ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ବଜାୟି ରଖି ସମସ୍ତଙ୍କୁ ସାନିଟାଇଜର ,ସାବୁନ ଓ ମାସ୍କ ଆଦି ପ୍ରଦାନ କରାଯାଇଥିଲା। ଏଥିସହ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ତ୍ତବ୍ୟ ନିଷ୍ଠ ସାମ୍ବାଦିକଙ୍କ ସୁରକ୍ଷା ଚିନ୍ତା କରାଯାଉନଥିବାରୁ ଉଦବେଗ ପ୍ରକାଶ କରାଯାଇଥିଲା। ଏହି ବଣ୍ଟନ କାର୍ଯ୍ୟକ୍ରମରେ ବରିଷ୍ଠ ସମ୍ବାଦିକ ଶିଶିର ପାଣିଗ୍ରାହୀ, ହେମାଙ୍ଗ ପ୍ରସାଦ ରାଉଳ, ଗୋପାଳ ପଟ୍ଟନାୟକ,ପ୍ରଶାନ୍ତ ଦାସ, ଜଗନ୍ନାଥ ସାହୁ, ବିନୋଦ ପ୍ରଧାନ, ପ୍ରହ୍ଲାଦ ସାହୁ, ଅସିତ ପଣ୍ଡା, ମାନସ ବିଶୋୟୀ, ଅମର ଦାଶ, ଗୋପାଳ ରେଡି, ଶୁବ୍ରମଣ୍ୟମ ସ୍ୱାମୀଙ୍କ ସମେତ ବ୍ରହ୍ମପୁରର ସମସ୍ତ କାର୍ଯ୍ୟରତ ସମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଏକତରଫା ପ୍ରେମର କରୁଣ ପରିଣତି: ଘର ଭିତରୁ କଲେଜ୍ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

October 31, 2026

ଲୌହ ମାନବଙ୍କ ୫୬୦ ରାଜ୍ୟକୁ ଏକ କଲେ, ଆମେ ସମୃଦ୍ଧ ଓଡ଼ିଶା ଗଢିବା: ଏକତା ଦିବସରେ ମୁଖ୍ୟମନ୍ତ୍ରୀ

October 31, 2026

ଋଷିକୁଲ୍ୟା ବନ୍ୟା ସ୍ଥିତି ସମୀକ୍ଷା: ବନ୍ଧ ପୁନରୁଦ୍ଧାର ପାଇଁ ସଚିବଙ୍କ ନିର୍ଦ୍ଦେଶ

October 31, 2026

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତାକାଲି ବାତ୍ୟାର ରୂପ ନେବାର ସମ୍ଭାବନା

October 31, 2026
Latest News

ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟ: ଅଷ୍ଟ୍ରେଲିଆକୁ ୧୭୬ ରନରେ ହରାଇ ହେଲା ନମ୍ବର-୧

October 31, 2026

ଏକତରଫା ପ୍ରେମର କରୁଣ ପରିଣତି: ଘର ଭିତରୁ କଲେଜ୍ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

October 31, 2026

ଲୌହ ମାନବଙ୍କ ୫୬୦ ରାଜ୍ୟକୁ ଏକ କଲେ, ଆମେ ସମୃଦ୍ଧ ଓଡ଼ିଶା ଗଢିବା: ଏକତା ଦିବସରେ ମୁଖ୍ୟମନ୍ତ୍ରୀ

October 31, 2026

ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଜେଲରୁ ମୁକୁଳିବା ମାତ୍ରେ ପୁଣି ଗିରଫ ହେଲେ ଆଜମ ଖାନ

October 31, 2026

ଋଷିକୁଲ୍ୟା ବନ୍ୟା ସ୍ଥିତି ସମୀକ୍ଷା: ବନ୍ଧ ପୁନରୁଦ୍ଧାର ପାଇଁ ସଚିବଙ୍କ ନିର୍ଦ୍ଦେଶ

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.