Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍ ଡାଉନ୍ କୋହଳ ହେବା ପରେ ମଜା କରିବାକୁ ଆସି ଗାଡ଼ି ସହ ସମୁଦ୍ରରେ ଫସିଲେ ଯୁବକ
ଆଜିର ଖବର

ଲକ୍ ଡାଉନ୍ କୋହଳ ହେବା ପରେ ମଜା କରିବାକୁ ଆସି ଗାଡ଼ି ସହ ସମୁଦ୍ରରେ ଫସିଲେ ଯୁବକ

May 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ : ଲକ୍ ଡାଉନ କୋହଳ ହେବା ପରେ ସମୁଦ୍ର କୂଳରେ ମଜା କରିବାକୁ ଆସି ଫସିଲେ ଯୁବକ। ସମୁଦ୍ରରେ ଗାଡି ଫସିଗଲା । ଶେଷରେ ଅଗ୍ନିଶମ ବିଭାଗ ଓ ପୋଲିସ୍ କର୍ମଚାରୀ ପହଞ୍ଚି ଉଦ୍ଧାର କଲେ ଗାଡିକୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ବନ୍ଦର ନଗରୀ ପାରାଦ୍ବୀପର ସମୁଦ୍ର ବେଳାଭୂମିରେ। ଦୀର୍ଘ ଦିନର ଲକ୍ ଡାଉନ ପରେ ଗ୍ରୀନ ଜୋନରେ ଥିବା ପାରାଦ୍ୱୀପରେ ଆଜି ଘଟିଛି ଏମିତି ଅଘଟଣ ।

କାର ଧରି ସମୁଦ୍ର କୂଳରେ ମଜା କରିବାକୁ ଆସି ଥିଲେ ଦୁଇଜଣ ଯୁବକ।ସମୁଦ୍ର ବେଳାଭୂମିରେ ପହଞ୍ଚି ଏତେ ମାତ୍ରାରେ ଉଲ୍ଲସିତ ହୋଇଗଲେ ଯେ ସମୁଦ୍ର ଲହଡିରେ କାର ଚଳାଇ ମଜା ମସ୍ତି ଆରମ୍ଭ କରିଦେଲେ। କିନ୍ତୁ ଏହି ମସ୍ତି ତାଙ୍କର ବେଶି ସମୟ ଗଲାନାହିଁ। କାର ଚକା ଫସିଗଲା ସମୁଦ୍ର ବାଲିରେ। ଲହଡି ଯୋଗୁଁ ଚକା ପୋତି ହୋଇ ହୋଇ ଚାଲିଲା। ସମସ୍ତ ଚେଷ୍ଟା ବିଫଳ ହେବା ପରେ ଶେଷରେ ଅଗ୍ନିଶମ ବିଭାଗ ଓ ପୋଲିସ୍ ପହଞ୍ଚି ଗାଡିକୁ ଉଦ୍ଧାର କରିଥିଲେ। ସୂଚନାଯୋଗ୍ୟ କାର ଚଳାଇ ମଉଜ ମସ୍ତି କରୁଥିବା ଦୁଇ ଯୁବକଙ୍କ ଭିତରେ ଥିଲେ ଜଣେ ଡାକ୍ତର, ଯିଏକି ପାରାଦ୍ୱୀପ କୋଭିଡ-19 ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି, ଜଗତସିଂହପୁର ଜିଲ୍ଲା ଓ ପାରାଦ୍ୱୀପରେ ଲକ ଡାଉନ କଟକଣା କୋହଳ ହେବା ପରେ ଏକ କଳା ରଙ୍ଗର ସ୍ବିଫ୍ଟ କାର ନମ୍ବର OD05L-1653 ଧରି ସମୁଦ୍ର କୂଳରେ ସିନେମା ଷ୍ଟାଇଲରେ କାର ଚଳେଇ ବୁଲୁଥିଲେ । ସମୁଦ୍ର ଲହଡି ମାଡ଼ରେ କାରଟି ଧୀରେ ଧୀରେ ସମୁଦ୍ର ବାଲିରେ ପୋତି ହେଇ ଯାଇଥିଲା । କୌଣସି କ୍ଷୟ କ୍ଷତି ଘଟି ନଥିଲେ ସୁଦ୍ଧା ଗୋଟିଏ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଉଭୟେ ।

ବିଗତ ଦିନରେ ପାରାଦ୍ୱୀପ ବେଳାଭୂମିରେ ବିଭିନ୍ନ ଅଘଟଣ ପାଇଁ ଏଠାରେ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି ଏବଂ ବେଳାଭୂମିରେ ଏଥିପାଇଁ ସତର୍କ ସୂଚନା ଫଳକ ମଧ୍ୟ ଲଗାଯାଇଛି,ଏହି ଘଟଣା ପାରାଦ୍ବୀପରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପାରାଦ୍ୱୀପ ମେରାଇନ ଥାନା ଅଧିକାରୀ ଏହାକୁ ଅତି  ହାଲୁକା ଭାବରେ ଏଡାଇ ଯାଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ମା ତାରିଣୀ ପୀଠରେ ନିର୍ମାଣ ହେବ ଯଜ୍ଞ ମଣ୍ଡପ, କଲ୍ୟାଣ ମଣ୍ଡପ ଏବଂ ବ୍ୟାଖ୍ୟାନ କେନ୍ଦ୍ର

August 26, 2025

ଜିଲ୍ଲା ସଭାପତି ବାଛିବା ପାଇଁ କଂଗ୍ରେସ ଘୋଷଣା କଲା 35 ଜଣିଆ ପର୍ଯ୍ୟବେକ୍ଷକ ତାଲିକା, କେଉଁ ଜିଲ୍ଲାରୁ କିଏ?

August 26, 2025

ଆଦିମ ଜନଜାତି ଛାତ୍ରୀ ଚମ୍ପା ରାସ୍‌ପେଦାଙ୍କୁ କାହିଁକି ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

August 26, 2025

ବିଜେଡିର ଦୁଇ ଛାମୁଆ ସଂଗଠନରେ ଦୁଇ ସାହୁଙ୍କୁ ନିଯୁକ୍ତି କଲେ ସଭାପତି ନବୀନ ପଟ୍ଟନାୟକ

August 26, 2025
Latest News

ମା ତାରିଣୀ ପୀଠରେ ନିର୍ମାଣ ହେବ ଯଜ୍ଞ ମଣ୍ଡପ, କଲ୍ୟାଣ ମଣ୍ଡପ ଏବଂ ବ୍ୟାଖ୍ୟାନ କେନ୍ଦ୍ର

August 26, 2025

ଜିଲ୍ଲା ସଭାପତି ବାଛିବା ପାଇଁ କଂଗ୍ରେସ ଘୋଷଣା କଲା 35 ଜଣିଆ ପର୍ଯ୍ୟବେକ୍ଷକ ତାଲିକା, କେଉଁ ଜିଲ୍ଲାରୁ କିଏ?

August 26, 2025

ଆଦିମ ଜନଜାତି ଛାତ୍ରୀ ଚମ୍ପା ରାସ୍‌ପେଦାଙ୍କୁ କାହିଁକି ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

August 26, 2025

ବିଜେଡିର ଦୁଇ ଛାମୁଆ ସଂଗଠନରେ ଦୁଇ ସାହୁଙ୍କୁ ନିଯୁକ୍ତି କଲେ ସଭାପତି ନବୀନ ପଟ୍ଟନାୟକ

August 26, 2025

‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସିଧା ମତାମତ ନେବେ ମୁଖ୍ୟମନ୍ତ୍ରୀ

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.