Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଲାଂଜିଗଡ ପୋଲିସର ସଫଳତା, ଆନ୍ତଃ ରାଜ୍ୟ ବାଇକ ଚୋରି ରାକେଟ ଠାବ, ୧୧ ଗିରଫ
ଅପରାଧ

ଲାଂଜିଗଡ ପୋଲିସର ସଫଳତା, ଆନ୍ତଃ ରାଜ୍ୟ ବାଇକ ଚୋରି ରାକେଟ ଠାବ, ୧୧ ଗିରଫ

May 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ ପଣ୍ଡା

କଳାହାଣ୍ଡି: ଓଡିଶାରୁ ମଧ୍ୟପ୍ରଦେଶ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଯାଏ ଲମ୍ବିଥିବା ଏକ ବିରାଟ ଆନ୍ତରାଜ୍ୟ  ବାଇକ ଚୋରୀ ରାକେଟର ଠାବ କରିଛି କଳାହାଣ୍ଡି ଜିଲ୍ଲା ଲାଂଜିଗଡ ଥାନା ପୋଲିସ। ଦୀର୍ଘ ଚାରିମାସର ଅପରେସନ ପରେ ଲାଂଜିଗଡ ପୋଲିସକୁ ସଫଳତା ମିଳିଛି। ବାଇକ ଚୋରି ରାକେଟର ମାଷ୍ଟର ମାଇଣ୍ଡ ସମେତ ଦୁଇଜଣ ନାବାଳକ ସହିତ ୧୧ଜଣକୁ ଗିରଫ କରାଯାଇଥିବା ବେଳେ ୩୯ ଗୋଟି ଚୋରୀ ବାଇକ ଜବତ କରାଯାଇଥିବା ଜଣାପଡିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଡିସେମ୍ବର ୩ ତାରିଖ ୨୦୧୯ ରେ ବିଶ୍ୱନାଥପୁର ଥାନାରେ ସ୍ଥାନୀୟ ବ୍ୟବସାୟୀ ପ୍ରମୋଦ ଗୋଏଲଙ୍କ ହିରୋ ସୁପର ବାଇକ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ବିଶ୍ୱନାଥପୁର ଥାନା କେଶ ନଂ ୪୯/୨୦୧୯ ରେ ଏକ ମାମଲା ରୁଜ୍ଜୁ ହୋଇ ଅନୁସନ୍ଧାନ ଜାରି ରହିଥିବା ବେଳେ  ବିଶ୍ୱନାଥପୁରର ଅମିତ କୁମାର (୨୪) ଚୋରୀ କରିଥିବା ପୋଲିସ ଜାଣିବାକୁ ପାଇଥିଲା। ଅମିତକୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ଏହି ଆନ୍ତରାଜ୍ୟ ବାଇକ ରାକେଟ ସଂପର୍କରେ ଅନେକ ସୁରାକ ପାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶରେ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କ ତତ୍ୱାବଧାନରେ ଲାଂଜିଗଡ ଥାନାଧିକାରୀ ସଦାନନ୍ଦ ପାତ୍ର ଓ ବିଶ୍ୱନାଥପୁର ଥାନାଧିକାରୀ ରୁନୁକୁମାରୀ ମାଝୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନ ଟିମ ଏହି ବାଇକ ଚୋରୀ ଘଟଣାର ତଦନ୍ତ କରୁଥିଲେ। ଅମିତ ଠାରୁ ମିଳିଥିବା ତଥ୍ୟ ଆଧାରରେ ନର୍ଲା ଥାନା ଅନ୍ତର୍ଗତ ରୁପ୍ରାରୋଡ ର ଅବିନାଶ ସାହୁ ( ୩୩) କୁ କରିଥିଲା ପୋଲିସ।

ତଦନ୍ତ ସମୟରେ ଅବିନାଶ ବାଇକ ଚୋରୀ ସଂପର୍କରେ ସ୍ୱୀକାର କରିବା ସହିତ ତାର ସହେଯାଗୀ ମାନଙ୍କ ନାମ ପ୍ରକାଶ କରିଥିଲା। ମାଷ୍ଟରମାଇଣ୍ଡ ଅବିନାଶର ତଥ୍ୟ ଆଧାରରେ ପୋଲିସ ଲାଂଜିଗଡ, ବିଶ୍ୱନାଥପୁର, ଛତ୍ରପୁର, ରାୟଗଡା, ମୁନିଗୁଡା, ବିଷମକଟକ,ଗଂଜାମ, ଭୂବନେଶ୍ୱର, ବଲାଙ୍ଗୀର, କନ୍ଧମାଳ, ନବରଂଗପୁର ସମେତ ଛତିଶଗଡ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ସ୍ଥାନରେ ଚଢଉ କରି ୩୯ ଟି ବାଇକ ଉଦ୍ଧାର କରିବାରେ ସଫଳ ହୋଇଥିବା ଜଣାପଡିଛି।

ପୋଲିସର ଏହି ସର୍ଚ୍ଚ ଅପରେସନ ପରେ  ବାଇକ ଲୁଟେରା ଦଳରେ ସାମିଲ ଥିବା ମାଷ୍ଟର ମାଇଣ୍ଡ ଅବିନାଶ ସାହୁ ,ଅମିତ କୁମାର ଓ ଚନ୍ଦ୍ର କଂସ ବେହେରା ସମେତ ଲାଂଜିଗଡ ଛତ୍ରପୁର ର ସୁଧିର ହରିଜନ (୨୯), ମଂଟୁ ହରିଜନ (୨୨.ସାଗର ହରିଜନ (୨୦),ରମାକାନ୍ତ ହରିଜନ (୨୦), ଏବଂ ଦୁଇଜଣ ନାବାଳକ ସମେତ କମର୍ଡା ର ଦିବ୍ୟ ଭୂଷଣ ବୁଦ୍ଧିଆ (୪୪), ଓ ଭବାନୀପାଟଣାର ଠାକୁର ସୁନାନୀ (୩୪) ମୋଟ ୧୧ ଜଣକୁ ଗିରଫ କରିଥିବା ସହିତ ଆହୁରି ଅଧିକ ତଥ୍ୟ ପାଇଁ ଅନୁସନ୍ଧାନ ଜାରି ରହିଥିବା ଥାନାଧିକାରୀ ସଦାନନ୍ଦ ପାତ୍ର ଙ୍କ ସୂତ୍ରରୁ ପ୍ରକାଶ।

ବାଇକଚୋରି ରାକେଟ ଠାବ ଲାଞ୍ଜିଗଡ ପୋଲିସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.