Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ରୀନ୍‌ ଜୋନ୍‌ରେ ଗଡିବ ସରକାରୀ ବସ୍‌
ଆଜିର ଖବର

ଗ୍ରୀନ୍‌ ଜୋନ୍‌ରେ ଗଡିବ ସରକାରୀ ବସ୍‌

May 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଗ୍ରୀନ୍‌ ଜୋନ୍‌ରେ ସରକାରୀ ବସ୍‌ ଗଡିବ ବୋଲି ସୂଚନା ରହିଛି । ଗ୍ରୀନ୍‌ ଜୋନ୍‌ରେ ଓଏସ୍‌ଆରଟିସି ବସ୍‌ ଚଳାଚଳ କରିବ। ଘରୋଇ ବସ୍‌ ମାଲିକ ରାଜି ନ ହେବାରୁ ଗ୍ରୀନ୍‌ ଜୋନ୍‌ରେ ସରକାରୀ ବସ୍‌ ଚାଳିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ବସ୍‌ ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। 50 ପ୍ରତିଶତ ଯାତ୍ରୀ ଏହି ବସ୍‌ରେ ଯାତ୍ରା କରିପାରିବେ ଏବଂ ଯାତ୍ରୀଙ୍କୁ ଦୁଇଗୁଣା ଭଡା ଦେବାକୁ ପଡିବ ବୋଲି କହିଛନ୍ତି ମନ୍ତ୍ରୀ । ଆଜି ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ବସ୍‌ ଚାଲିଥିବାବେଳେ ଆଗକୁ ଅଧିକ ବସ୍‌ ଚାଲିବ । କିନ୍ତୁ ରେଡ୍‌ ଜୋନ୍‌ ଦେଇ କୌଣସି ବସ୍‌ ଯିବନି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

ଲକ୍‌ ଡାଉନ୍‌ 3.0ରେ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ  ଗ୍ରୀନ୍‌ ଜୋନ୍‌ଗୁଡିକରେ ଆନ୍ତଃ ଜିଲ୍ଲା ଓ ଜିଲ୍ଲା ଭିତରେ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଗ୍ରୀନ୍‌ ଜୋନ୍‌ରେ ସର୍ତ୍ତମୂଳକ ବସ୍‌ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ପଚାଶ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ସମ୍ଭବ ନୁହେଁ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କହିଥିଲା । ଖର୍ଚ୍ଚ ଉଠିବନି । ମାଲିକମାନେ କ୍ଷତି ସହିବେ ବୋଲି କହିଥିଲେ ।

ଏହା ପରେ ରାଜ୍ୟ ସରକାର ତରଫରୁ ଗତକାଲି ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚାଲିବା ନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଥିଲେ। ବସ୍‌ରେ ସାମାଜିକ ଦୂରତ୍ବକୁ ପାଳନ କରାଯିବା ପୂର୍ବକ ବସ୍‌ର କ୍ଷମତା ମୁତାବକ ସିଟ୍‌ରେ ଅଧା ଲୋକେ ବସିବାର ନିର୍ଦ୍ଦେଶ ରହିଥିବାରୁ କ୍ଷତି ହ୍ରାସ ପାଇଁ ଭଡା ଦୁଇଗୁଣା କରାଯିବ ବୋଲି ସୂଚନା ରହିଥିଲା। କିନ୍ତୁ ମାଲିକ ସଂଘ ରାଜି ନ ହେବାରୁ ସରକାରୀ ବସ୍‌ ଚାଲିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଆଜି ସରକାରୀ ଚାକିରିଆଙ୍କ ପାଇଁ କଟକରୁ ଭୁବେନଶ୍ବର ଓଏସ୍‌ଆର୍‌ଟିସିର ଗୋଟିଏ ବସ୍‌ ଗଡିଛି ।

green zone osrtc
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ

October 2, 2026
Latest News

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.