Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଳଭଦ୍ରପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ : ୧୦ ପରିବାର ସର୍ବସାନ୍ତ : ଅଗ୍ନି ବିପନ୍ନଙ୍କୁ ଭେଟିଲେ ମନ୍ତ୍ରୀ
ଆଜିର ଖବର

ବଳଭଦ୍ରପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ : ୧୦ ପରିବାର ସର୍ବସାନ୍ତ : ଅଗ୍ନି ବିପନ୍ନଙ୍କୁ ଭେଟିଲେ ମନ୍ତ୍ରୀ

May 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ବୋଝ ଉପରେ ନଳିତା ବିଡା ଭଳି କରୋନା ମହାମାରୀ ପାଇଁ ଲକଡାଉନ୍ ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ଶୋଚନୀୟ ଥିବାବେଳେ ଏବେ ଆମ୍ଫାନ ମହାବାତ୍ୟାର ଆଶଙ୍କାରେ ଲୋକେ ଭୟଭୀତ। ଏଭଳି ସମୟରେ ଦଇବ ଦାଉସାଧିଲା ପରି ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି ଦଶଟି ପରିବାରର ସବୁକିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଜାନକାଦେଇପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମରେ।

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଜାନକାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଅନତି ଦୂର ବଳଭଦ୍ରପୁର ଗ୍ରାମରେ ୧୫ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡରେ ଜଳିଗଲା ଦଶଟି ପରିବାରର ସବୁକିଛି। ବିଳମ୍ବିତ ରାତିରେ କେହି କିଛି ଜାଣିବା ପୁର୍ବରୁ ଗୋଟିଏ ପରେ ଗୋଟିଏ ଦଶଟି ପରିବାରକୁ ନିଆଁ ବ୍ୟାପିଯାଇଥିଲା। ଲୋକେ ଜୀବନ ବଞ୍ଚାଇ ପଦାକୁ ବାହାରି ଆସିବା ପରେ ଆଖିଆଗରେ ସବୁକିଛି ଜଳିଯାଇଥିଲା। ଘୋର ନିଦ୍ରାରେ ସମସ୍ତେ ଶୋଇଥିବା ବେଳେ ହଠାତ ନିଆଁଲାଗି ଯାଇଥିଲା। ସେହିବାଟେ ଗାଡି ନେଇ ଯାଉଥିବା ଡ୍ରାଇଭର ବଡପାଟି କରି ଡାକ ପକାଇବାରୁ ଜଣଙ୍କ ପରେ ଜଣେ ଜୀବନ ବଞ୍ଚାଇ ପାରିଥିଲେ।

ଅଗ୍ନିକାଣ୍ଡରେ ରମେଶ ଦାସ, ସୁବାସ ଦାସ, ନିଲୁ ଦାସ, ଟୁଲୁ ଦାସ, ପ୍ରଦୀପ୍ତ ଦାସ, ଦିଲ୍ଲୀପ ଦାସ, ରଂଜନ ଦାସ, ବୈରାଗୀ ଦାସ, ପବିତ୍ର ଦାସ ଓ ପ୍ରତାପ ଦାସ ପ୍ରମୁଖଙ୍କ ଘର ସମେତ ଆସବାବପତ୍ର ଜଳିଯାଇଛି। ଏମାନଙ୍କ ମଧ୍ୟରୁ ତିନୋଟି ପରିବାର ସର୍ବସାନ୍ତ ହୋଇ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି। ଦୁଇମାସ ଧରି କରୋନା ମହାମାରୀ ଲକଡାଉନରେ ଏମାନଙ୍କ ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ଆଗକୁ ଆମ୍ଫାନ ମହାବାତ୍ୟାର ଭୟ। ଏହାରି ଭିତରେ ଏମାନେ ସବୁକିଛି ହରାଇ ଆକାଶକୁ ଚାହିଁ ଦିନ କାଟୁଛନ୍ତି।

ଏହି ଅଗ୍ନିକାଣ୍ଡ ସଂପର୍କରେ ଖବରପାଇ ସ୍ଥାନୀୟ ବିଧାୟକ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ,ବ୍ଲକ ଅଧ୍ୟକ୍ଷ, ଏରସମା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନଙ୍କୁ ସମବେଦନା ଜଣାଇବା ସହ ସରକାରୀ ସହଯୋଗ ଯୋଗାଇଦେବାର ପ୍ରତିଶୃତି ଦେଇଥିଲେ। ଏହି ଅଗ୍ନିବିପନ୍ନଙ୍କୁ ସମାଜସେବୀ ତଥା ମହିଳା ନାରୀନେତ୍ରୀ ମନୋରମା ସ୍ୱାଇଁ ପହଞ୍ଚି ସହଯୋଗର ହାତ ବଢାଇବା ସହ ସରକାର ତୁରନ୍ତ ଏମାନଙ୍କୁ ସହଯୋଗ ଯୋଗାଇଦିଅନ୍ତୁ ବୋଲି ଦାବି କରିଛନ୍ତି।

ଏରସମା ଥାନା ଅଧିକାରୀ ପ୍ରଶାନ୍ତ ମାଝୀ ଓ ବିଡ଼ିଓ କୈଳାସ ଚନ୍ଦ୍ର ବେହେରା ଅଗ୍ନିବିପନ୍ନଙ୍କୁ ଭେଟି ଆଶ୍ୱାସନା ଦେବା ସହ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ଲକଡାଉନରେ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଥିବା ଏହି ଅଗ୍ନିବିପନ୍ନ ପରିବାର ସବୁକିଛି ହରାଇଥିବା ବେଳେ ଆଗକୁ ଆମ୍ଫାନ ମହାବାତ୍ୟାର ଭୟରେ ଭୟାତୁର ହୋଇପଡିଛନ୍ତି। ଏମାନଙ୍କୁ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଜରୁରୀ ଥିବାବେଳେ ପ୍ରଶାସନ ଏମାନଙ୍କୁ ତୁରନ୍ତ ସହଯୋଗ ଯୋଗାଇଦେବାର ଆବଶ୍ୟକତା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବିମାନବନ୍ଦରରେ ଇବୋଲା ସତର୍କତା

May 23, 2026

ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

May 23, 2026

ବଦଳିଲା ଓଟିଇଟି ତାରିଖ

May 22, 2026

୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା ଲାଗୁ

May 22, 2026
Latest News

ବିମାନବନ୍ଦରରେ ଇବୋଲା ସତର୍କତା

May 23, 2026

ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

May 23, 2026

ବଦଳିଲା ଓଟିଇଟି ତାରିଖ

May 22, 2026

୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା ଲାଗୁ

May 22, 2026

ନଗରପାଳଙ୍କ ଘର ଉପରକୁ ବୋମାମାଡ, ପୋଲିସ ତଦନ୍ତ ଜାରି

May 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.