କନ୍ଦର୍ପ ବେହେରା
ରେଢାଖୋଲ :ଗତ ୧୭ ତାରିଖରେ ସମ୍ବଲପୁର ଜିଲ୍ଲାର ରେଢାଖୋଲ ବ୍ଲକର ଲୁହାପଙ୍କ କ୍ୱାରେନଟାଇନ୍ରେ ସମ୍ବଲପୁର ଜିଲ୍ଲାର ପ୍ରଥମ କରୋନା ପଜିଟିଭ ବାହାରିଥିଲା । ଅଂଚଳରେ ଭୟର ବାତାବରଣ ଦେଖା ଦେଇଥିଲା
ଆଜି ସକାଳେ ରେଢାଖୋଲ ଦମକଳ ବାହିନୀ ଓ ଲୁହାପଙ୍କ ସରପଂଚ ଅଶ୍ୱିନୀ ପ୍ରଧାନଙ୍କ ସହଯୋଗରେ ଗ୍ରାମରେ ପ୍ରତେକ ସାହିକୁ ଯାଇ ସାନିଟାଇଜ କରାଯାଇଛି। ଏପରିକି ପାଖ ଗ୍ରାମ ବେତଗଡ ଓ କେନ୍ଦୁଖୁପିଲିକୁ ମଧ୍ୟ ସାନିଟାଇଜ୍ କରାଯାଇଛି। ଏହି ସାଇନିଟାଇଜ୍ ରେ ଦମକଳ ବାହିନୀର ବରିଷ୍ଠ ଅଧିକାରୀ ଓ ସରପଂଚ ସହଯୋଗ କରି ସାନିଟାଇଜ୍ କରିଥିଲେ। ଗ୍ରାମରେ କରୋନା ଭୂତାଣୁ କିପରି ପଶି ପାରିବ ନାହିଁ ଏଥିପାଇଁ ସାନିଟାଇଜ୍ କରାଯାଇଛି । ବର୍ତମାନ ଲୁହାପଙ୍କ କ୍ୱାରେନଟାଇନ୍ ଗୃହରେ ୧୯ ଜଣ ପ୍ରବାସୀ ବ୍ୟକ୍ତି ରହୁଛନ୍ତି। ଗତ ଦୁଇଦିନ ତଳେ ଜଣଙ୍କୁ କରୋନା ପଜିଟିଭ ବାହାରିବାରୁ ସେଠାରେ ଥିବା ପ୍ରବାସୀମାନଙ୍କ ମଧ୍ୟରେ ଛନକା ପଶିଯାଇଥିଲା।
Tags: