ସୀତାରାମ ଅଗ୍ରଓ୍ବାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତର ଦାଶରଥିପୁର ଶାସନରୁ ଜଙ୍ଘୀ ଏକ ଭାଲୁ ଉଦ୍ଧାର ହୋଇଛି। ଦୁଇଟି ଜଙ୍ଘୀ ଭାଲୁ ପରସ୍ପର ମଧ୍ୟରେ ଝଗଡା ହୋଇ ଦୌଡ଼ା ଦୌଡ଼ି ହୋଇ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ଭାଲୁ ଏକ କୂଅ ମଧ୍ୟରେ ଖସି ପଡିଥିଲା। ଗ୍ରାମବାସୀ ଭାଲୁଟିକୁ ଉଦ୍ଧାର କରି ଏହି ଘଟଣାକୁ ନେଇ ବନବିଭାଗକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୋଗାଯୋଗ ନହେବାରୁ ଗଙ୍ଗାଧରପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।
ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସେହି ଭାଲୁକୁ ନେଇ ଅନ୍ୟତ୍ର ଖୋଲା ଜାଗାରେ ନେଇ ଛାଡ଼ିଦେଥିଲେ। ଅଗ୍ନିଶମ ବିଭାଗ ଅଧିକାରୀ ମନୋଜ କୁମାର ସାହୁ ଘଟଣା ସ୍ଥଳରେ ଭାଲୁଟିକୁ ଗ୍ରାମବାସୀ ଉଦ୍ଧାର କରିଥିବା ଭାଲୁଟିକୁ ଆଣି ନିରାପଦ ସ୍ଥାନରେ ଛାଡିଥିବା ନେଇ ସୂଚନା ଦେଇଛନ୍ତି। ସ୍ଥାନୀୟ ଲୋକ ଏହାକୁ ଜଙ୍ଘୀ ଭାଲୁ ବୋଲି କହୁଥିବାବେଳେ ଭାଲୁମାନେ ଅନେକ ସମୟରେ ମାଛ ଖାଇବା ପାଇଁ ଚିଲିକା କୂଳକୁ ଆସନ୍ତି ବୋଲି ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି।