Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅଶାନ୍ତ ଆମେରିକା : ଓ୍ବାଶିଂଟନ୍‌ ଡିସି ସମେତ 40ଟି ସହରରେ କର୍ଫ୍ୟୁ
ଅନ୍ତରାଷ୍ଟ୍ରୀୟ

ଅଶାନ୍ତ ଆମେରିକା : ଓ୍ବାଶିଂଟନ୍‌ ଡିସି ସମେତ 40ଟି ସହରରେ କର୍ଫ୍ୟୁ

June 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆମେରିକା : କରୋନା ସଂକଟ କାଳରେ ଆମେରିକାରେ ଗୃହ ଯୁଦ୍ଧ ପରି ପରିସ୍ଥିତି ଉପୁଜିଛି। ଦୀର୍ଘଦିନ ପରେ ଆମେରିକାରେ ପୁଣିଥରେ କୃଷ୍ଣକାୟ ଓ ଶ୍ବେତାଙ୍ଗ ପ୍ରସଙ୍ଗ ଉଠିଛି ।  ପୋଲିସ୍‌ ହେପାଜତରେ ଥିବା ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆମେରିକାରେ ହିଂସା ଉଗ୍ରରୂପ ଧାରଣ କରିଛି । ଏହି ନିଆଁ ଏବେ ହ୍ବାଇଟ୍‌ ହାଉସ୍‌ ପାଖରେ ପହଞ୍ଚିଲାଣି । ରବିବାର ଦିନ ପଥରମାଡ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁରକ୍ଷିତ ବଙ୍କରରେ ନିଆଯାଇଛି । ହ୍ବାଇଟ୍‌ ହ୍ବାଉସ୍‌ ନିକଟରେ ପ୍ରବଳ ପ୍ରତିବାଦ କରାଯାଉଛି । ଦେଶରେ ଏହି ହିଂସା ସ୍ଥିତି ଯୋଗୁଁ ଆମେରିକାର ରାଜଧାନୀ ଓ୍ବାଶିଂଟନ୍‌ ଡିସି ସମେତ ନ୍ୟୁୟର୍କ, ନ୍ୟୁଜର୍ସି ସମେତ ଆମେରିକାର 40ଟି ସହରରେ କର୍ଫ୍ୟୁ ଜାରି ହୋଇଛି । 15ଟି ପ୍ରୋଭିନ୍ସ ଓ ଓ୍ବାଶିଂଟନ୍‌ ଡିସିରେ 5 ହଜାର ନ୍ୟାସନାଲ୍‌ ଗାର୍ଡ ମୂତୟନ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମିନ୍ନିଆପଲିସ୍‌ରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ଘଟଣା ବିପକ୍ଷରେ ପ୍ରତିବାଦରେ ଆମେରିକା ଅଶାନ୍ତ ହୋଇପଡିଛି । ଫ୍ଲଏଡ୍‌ଙ୍କ ମୃତ୍ୟୁ ପାଇଁ ଦାୟୀ ପୋଲିସ୍‌ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହଜାର ହଜାର ଲୋକେ ଆନ୍ଦୋଳନରେ ସାମିଲ୍‌ ହୋଇଛନ୍ତି  ତେବେ ଏହି ଘଟଣାରେ 1400 ଜଣ ପ୍ରଦର୍ଶନକରୀଙ୍କୁ ଗିରଫ କରାଯାଇଥିବାରସୂଚନା ମିଳିଛି ।

ମେ 26ତାରିଖରେ ମିନ୍ନିଆପଲିସ୍‌ରେ ଜର୍ଜ ଫ୍ଲୋଏଡ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଧୋକ୍କାଧଡ୍ଡି ଅଭିଯୋଗରେ ଗିରଫ କରିଥିଲେ । ଜଣେ ଶ୍ବେତ ପୋଲିସ୍‌ ଅଫିସର୍‌ ସଡକ ଉପରେ ଫ୍ଲୋଏଡଙ୍କୁ ବେକକୁ ଆଠ ମିନିଟ୍‌ ଦକ ଦବାଇ ରଖିଥିବାବେଳେ ଏହାର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା । ଏହାପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । କିନ୍ତୁ ଏହି ଘଟଣା ପରେ ହିଂସା ଦେଖିବାକୁ ମିଳିଥିଲା ପରବର୍ତ୍ତୀ ସମୟରେ ଏହା ଅନ୍ୟ ସହରକୁ ବ୍ୟାପିବାରେ ଲାଗିଥିଲା ।  ହିଂସା ଯୋଗୁଁ ଆମେରିକାରେ ସ୍ଥିତି ଅଣାୟତ୍ତ ହେଉଥିବାରୁ ବିକ୍ଷୋଭକାରୀଙ୍କୁ ରୋକିବାକୁ ଯାଇ ପୋଲିସ୍‌ ଲୁହବୁହା ଗ୍ୟାସ୍‌ ଓ ଲାଠିଚାଳନା କରିଛି । (ଏଜେନ୍ସି)

curfew
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.