Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ଯୋଗୁଁ ସଂକଟରେ ଫିଲ୍ମ ଇଣ୍ଡଷ୍ଟ୍ରି : ଦୁଇ ଦଶକ ପଛକୁ ଫେରିବ ବଲିଉଡ୍‌ !
ବିଶେଷ ଖବର

କରୋନା ଯୋଗୁଁ ସଂକଟରେ ଫିଲ୍ମ ଇଣ୍ଡଷ୍ଟ୍ରି : ଦୁଇ ଦଶକ ପଛକୁ ଫେରିବ ବଲିଉଡ୍‌ !

June 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କରୋନାର ପ୍ରକୋପ ସାରା ବିଶ୍ବରେ ଜାରି ରହିଛି । ଭାରତରେ ମଧ୍ୟ ଏହାର ସ୍ଥିତି ବେଶ୍‌ ସଂକଟଜନକ ଅବସ୍ଥାରେ ରହିଛି । କରୋନା ମୁକାବିଲା ପାଇଁ ଭାରତରେ 4ଟି ପର୍ଯ୍ୟାୟରେ ଲକ୍‌ ଡାଉନ୍‌ କରାଯାଇଥିବାବେଳେ ଏବେ ଅନଲକ୍ କରାଯାଉଛି । ଲକ୍‌ଡାଉନ୍‌ ଯୋଗୁଁ ଭାରତର ସିନେମା ଜଗତ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ଫିଲ୍ମଗୁଡିକୁ ରିଲିଜ୍‌ ନ ହୋଇ ପଡି ରହିଥିବାବେଳେ ଅନେକ ବଡ ବଡ ଷ୍ଟାର୍‌ଙ୍କ ଫିଲ୍ମ ଅଧା ଶୁଟିଂ ହୋଇ ପଡି ରହିଛି । ପୁଣି କିଛି ଫିଲ୍ମ ଶୁଟିଂ ହେବାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି ।

ଯଦିଓ ଅନଲକ୍‌ 1.0ରେ ଫିଲ୍ମ ଓ ଧାରାବାହିକ ଶୁଟିଂକୁ ଅନୁମତି ଦିଆଯାଇଛି କିନ୍ତୁ ଏବେ ଫିଲ୍ମ ଶୁଟିଂରେ ବହୁତ ପ୍ରକାରର ସମସ୍ୟା ଦେଖିବାକୁ ମିଳୁଛି । ସମୟ ସହ ତାଳ ଦେଇ ବଲିଉଡ୍‌ ବେଶ୍‌ ଆଗରେ ରହିଥିବାବେଳେ କରୋନା ପାଇଁ ବଲିଉଡ୍‌କୁ ଏବେ ଦୁଇରୁ ତିନି ଦଶକ ପଛକୁ ଯିବାକୁ ପଡିବ । ପୂର୍ବରୁ ଫିଲ୍ମରେ କିସିଂ ତଥା ଅନ୍ତରଙ୍ଗ ସିନ୍‌କୁ ପ୍ରତୀକାତ୍ମକ ଭାବେ ଦେଖାଯାଉଥିବାବେଳେ ଏବେ ବଲିଉଡ୍‌ରେ ପୁନର୍ବାର ସେହି ସମୟ ଚାଲିଆସିଛି । କରୋନା ଯୋଗୁଁ ଜାରି ହୋଇଥିବା ଗାଇଡଲାଇନ୍ସ ମଧ୍ୟରେ ଫିଲ୍ମ ଶୁଟିଂକୁ ଅନୁମତି ଦିଆଯାଇଛି । କିନ୍ତୁ କରୋନା ମହାମାରୀ ସମୟରେ ବଲିଉଡ୍‌ରେ କିସିଂ ତଥା ଅନ୍ତରଙ୍ଗ ସିନ୍‌ ଶୁଟିଂଗୁଡିକୁ ନେଇ ଏବେ ସମସ୍ୟା ସୃଷ୍ଟି ହୋଇଛି। ସାମାଜିକ ଦୂରତ୍ବକୁ ପାଳନ ପୂର୍ବକ ଶୁଟିଂ କରିବାକୁ ଅନୁମତି ଦିଆଯାଇଥିବାବେଳେ ଫିଲ୍ମଜଗତରେ ଏହାର ପ୍ରଭାବ ବିଶେଷ ଭାବରେ ଅନୁଭୂତ ହେଉଛି ।

ଫିଲ୍ମ ତଥା ଧାରାବହିକ ଶୁଟିଂ ପାଇଁ ଗାଇଡଲାଇନ୍ସ ମଧ୍ୟ ଜାରି କରାଯାଇଛି । ସୀମିତ ସଂଖ୍ୟକ ଲୋକଙ୍କ ମଧ୍ୟରେ ଶୁଟିଂ କରାଯିବା ନେଇ ଅନୁମତି ରହିଥିବାବେଳେ 10 ବର୍ଷରୁ କମ୍‌ ଶିଶୁ ଓ 65ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଶୁଟିଂ କରିବାକୁ ବାରଣ କରାଯାଇଛ । ଶୁଟିଂ ସେଟ୍‌ରେ ସାମାଜିକ ଦୂରତ୍ବ ତଥା ସାନିଟାଇଜେସନ୍‌କୁ ବାଧ୍ୟତାମୂଳକ କରାଯାଇଛି । ଏପରି ସମୟରେ କେହି କାହା ସହିତ ହାତ ମିଳାଇ ପାରିବେ ନାହିଁ କି କୋଳାଗ୍ରତ କରିପାରିବେ ନାହିଁ । ଏପରି ସମୟରେ କିସ୍‌ ସିନ୍‌ କିପରି ହେବ ନେଇ ସେନେଇ ଏବେ ପ୍ରଶ୍ନ ଉଠିଛି ।

ତେବେ ବଲିଉଡ୍‌ରେ ରୋମାନ୍ସକୁ ଯେ କିସ୍‌ କିମ୍ବା ଅନ୍ତରଙ୍ଗ ଦୃଶ୍ୟରେ ଦୃଶ୍ୟାୟିତ କରାଯିବ ତାହା ନୁହେଁ,କିଛି ବର୍ଷ ପୂର୍ବେ ବଲିଉଡ୍‌ରେ ଫୁଲ ଜରିଆରେ ରୋମାନ୍ସକୁ ଦେଖାଯାଉଥିଲା ।  ଦୁଇ ତିନି ଦଶକ ପୂର୍ବରୁ ବଲିଉଡ୍‌ରେ କିସିଂ ତଥା ଅନ୍ତରଙ୍ଗ ସିନ୍‌କୁ ପ୍ରତୀକାତ୍ମକ ଭାବରେ ଦେଖାଯାଉଥିଲା । ସାମ୍ପ୍ରତିକ ସମୟରେ ଏବେ ଏପରି ଭାବରେ ପ୍ରତୀକାତ୍ମକ ସିନ୍‌କୁ ଦୃଶ୍ୟାୟିତ କରାଯାଇପାରେ ।

ତେବେ କରୋନା ଯୋଗୁଁ ବଲିଉଡ୍‌ ପୁଣି ଥରେ ଦୁଇରୁ ତିନି ଦଶକ ପଛକୁ ଚାଲିଯିବ । କେବଳ ଫୁଲ, ନିଆଁ ଜରିଆରେ ରୋମାନ୍ସକୁ ଦର୍ଶାଯିବ । ବଙ୍ଗାଳୀ ଫିଲ୍ମଗୁଡିକରେ ଏବେ ଏହିପରି ଟେକ୍‌ନିକ୍‌ ବ୍ୟବହାର କରାଯାଉଛି। ତେବେ ସମ୍ପ୍ରତି ଫିଲ୍ମ ତଥା ଧାରାବାହିକର ଟ୍ରେଣ୍ଡ୍‌ ବଦଳିଯାଇଥିବା ସମୟରେ ପୁନର୍ବାର ଫିଲ୍ମ ଓ ଧାରାବାହିକରେ ପୁରୁଣା ରୀତିକୁ ବ୍ୟବହାର କରିବା କେତେଦୂର ସଫଳ ହେବ ତାହା ସମୟ କହିବ ।

Bollywood
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଗ୍ରାମ-ବିକଶିତ ଭାରତ’ ପାଇଁ ପ୍ରସ୍ତୁତ ହେଲା ସହଭାଗୀ ରୋଡମ୍ୟାପ୍

June 30, 2026

Puri News: ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଭକ୍ତ ବିଭୋର, ମଙ୍ଗଳବାରଠାରୁ ପଟ୍ଟିଦିଅଁ ଦର୍ଶନ

June 29, 2026

ଅଲଗା ଆଲଗା ରାସ୍ତାରେ ଜଗା ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଲୋକେ କହିଲେ…

June 29, 2026

ତିନିଭାଷା ନୀତି ଉପରେ CBSE ବଡ଼ ନିଷ୍ପତ୍ତି: ଜାଣନ୍ତୁ ସ୍ଵତନ୍ତ୍ର ବ୍ୟବସ୍ଥା

June 29, 2026
Latest News

ଅମିତ ଶାହଙ୍କ ଉପସ୍ଥିତିରେ ଯମୁନା ଜଳ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକାରିତା ପାଇଁ ଚୁକ୍ତି ସ୍ୱାକ୍ଷର

June 30, 2026

ବିକଶିତ ଗ୍ରାମ-ବିକଶିତ ଭାରତ’ ପାଇଁ ପ୍ରସ୍ତୁତ ହେଲା ସହଭାଗୀ ରୋଡମ୍ୟାପ୍

June 30, 2026

ବିସ୍ତୃତ ରାଶିଫଳ: ଜୁନ ୩୦ ତାରିଖ ମଙ୍ଗଳବାରରେ ଏହି ସାତୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

June 30, 2026

ପେଟ୍ରୋଲ ଓ ଡିଜେଲ ବିକ୍ରି ଏବଂ ବଣ୍ଟନ ଉପରେ ଅସ୍ଥାୟୀ କଟକଣା ପ୍ରତ୍ୟାହୃତ

June 30, 2026

ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯିବ – ମନ୍ତ୍ରୀ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.