Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ମ ଆଗରେ ବଳି ପଡୁଛି ମାତୃତ୍ବ : ୭ ମାସର ଗର୍ଭବତୀ ହେବା ସତ୍ତ୍ବେ କାର୍ଯ୍ୟରତ କୋଭିଡ ଯୋଦ୍ଧା
ଆଜିର ଖବର

କର୍ମ ଆଗରେ ବଳି ପଡୁଛି ମାତୃତ୍ବ : ୭ ମାସର ଗର୍ଭବତୀ ହେବା ସତ୍ତ୍ବେ କାର୍ଯ୍ୟରତ କୋଭିଡ ଯୋଦ୍ଧା

June 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଯଦି ସରକାରୀ ଘୋଷଣାନାମାକୁ ଯିବା ତେବେ ବିଶ୍ୱ ବ୍ୟାପୀ କରୋନା ମହାମାରୀ ସମୟରେ ଏ ମହିଳା ଜଣକ ହେଉଛନ୍ତି ଜଣେ କୋଭିଡ୧୯ ଯୋଦ୍ଧା। ନାମ ସର୍ମିଷ୍ଠା କୁମାରୀ ପଣ୍ଡା, ଏବଂ ସେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଗୋଲିଆ ପଞ୍ଚାୟତର ଚିରିକିପଡା ଗ୍ରାମର ଥିବା ଗୋଟିଏ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ ଉପରେ ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜିକରଣ ହୋଇଥିବା ସମସ୍ତ ପ୍ରାକ ଶିକ୍ଷା ଗ୍ରହଣ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କର ଦାୟିତ୍ୱ ନ୍ୟସ୍ତ ରହିଛି । ହେଲେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲେ ଏହି କର୍ମୀ ଜଣକ ମଧ୍ୟ ୭ମାସର ଗର୍ଭବତୀ ଅଟନ୍ତି। କେନ୍ଦ୍ର ଅଧୀନରେ ଥିବା ଗର୍ଭବତୀ ପ୍ରସୂତି ମହିଳା ମାନଙ୍କ ଯାବତୀୟ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ଆଦି କରିବା ସହିତ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରୁଛନ୍ତି। ଲକ ଡାଉନ ସଟ ଡାଉନ ଭଳି ସମୟରେ ନିଜେ ଗର୍ଭବତୀ ଥାଇ ମଧ୍ୟ ନିଜେ ସ୍କୁଟି ଚଳାଇ ଘର ଘର ପହଁଚି ଶିଶୁ ଓ ପ୍ରସୂତି ମହିଳାମାନଙ୍କ କଥା ବୁଝୁଛନ୍ତି। ଗାଁରେ ଜଣେ ଉଚ୍ଚ ଶିକ୍ଷିତା ଅଙ୍ଗନବାଡି ଦିଦିଙ୍କୁ ପାଇ ଗାଁ ଲୋକେ ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି। ହେଲେ ପରିତାପର ବିଷୟ ଗର୍ଭବତୀ ଅବସ୍ଥାରେ ସଙ୍ଗୀନ ସ୍ଥିତିରେ କିନ୍ତୁ ଏହି ଅଙ୍ଗନବାଡି ଦିଦିଙ୍କୁ କିନ୍ତୁ ତାଙ୍କ ବିଭାଗ ବୁଝୁନଥିବା ଜାଣିବାକୁ ମିଳିଛି। ଜନନୀ ମାନଙ୍କୁ ସୁରକ୍ଷା ଦେଉଥିବା ଏହି ଅଙ୍ଗନବାଡି ଦିଦି ଯେତେବେଳେ ଜନନୀ ହେବାକୁ ଯାଉଛନ୍ତି ତାଙ୍କ ପାଇଁ ଯେମିତି ଏହା ଏକ ସାତ ସ୍ୱପ୍ନ ପାଲଟିଯାଇଛି।

ଏହି ଦିଦିଙ୍କୁ କାର୍ଯ୍ୟରତ ଥିବା ସେହି ବିଭାଗୀୟ ଅଧିକାରୀ ମାନେ ମହିଳା ଶ୍ରେଣୀର ହୋଇଥିଲେ ମଧ୍ୟ କେମିତି ହୃଦବୋଧ କରି ପାରୁନାହାନ୍ତି ପ୍ରସବ ପ୍ରସଙ୍ଗକୁ ତାହା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଗର୍ଭବତୀ ସ୍ଥିତିରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ କାହିଁକି ମାଟରନିଟି ଲିଭ ଦିଆଯାଉନାହିଁ ତାହା ଏବେ ଆଶ୍ଚର୍ଯ୍ୟ ବିଷୟ ପାଲଟିଛି। ଏହି କର୍ମୀ ଜଣଙ୍କୁ ଏବେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ଆଦି କରିବା ସହିତ ଆଗକୁ ଜନ୍ମିତ ହେବାକୁ ଥିବା ସନ୍ତାନର ସୁରକ୍ଷା ନେବାକୁ ବିଶ୍ରାମ ନେବାକୁ ଆବଶ୍ୟକତା ରହିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କିଛି ଆଭାସ ମିଳିନି। ତେବେ ଜିଲା ପ୍ରଶାସନ ଓ ଉଚ୍ଚପଦସ୍ଥ ଅଧିକାରୀ ମାନେ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ନିତାନ୍ତ ହୋଇଯାଇଛି।ଏଭଳି ସଙ୍ଗିନୀ ସ୍ଥିତିରେ କାର୍ଯ୍ୟ କରୁଥିବା ଏହି ଦିଦିଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ମାନ ମିଳିବାତ ଦୂରର କଥା ପ୍ରସବ କାଳୀନ ଛୁଟି ଟିଏ ମଧ୍ୟ ମିଳୁନଥିବା ଦୁଃଖଦ ଘଟଣା ପାଲଟିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.