Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହିଳାଙ୍କ ପାଇଁ ତେତିଶି ପ୍ରତିଶତ ରାଜନୈତିକ ସଂରକ୍ଷଣ, କଥାରେ ନୁହଁ କାମରେ ଦେଖେଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା
ବିଶେଷ ଖବର

ମହିଳାଙ୍କ ପାଇଁ ତେତିଶି ପ୍ରତିଶତ ରାଜନୈତିକ ସଂରକ୍ଷଣ, କଥାରେ ନୁହଁ କାମରେ ଦେଖେଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା

March 10, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

“କେନ୍ଦ୍ରାପଡା ମାଟି ବିଜୁ ବାବୁଙ୍କର ମାଟି। ବିଜୁ ବାବୁଙ୍କ କର୍ମଭୂମି ଐତିହାସିକ କେନ୍ଦ୍ରାପଡା ମାଟିରୁ ମୁଁ ଘୋଷଣା କରୁଛି, ଆଗାମୀ ନିର୍ବାଚନରେ ଓଡ଼ିଶାରୁ ୩୩% ମହିଳା ସଂସଦକୁ ଯିବେ। ଓଡ଼ିଶାର ମହିଳାମାନେ ନାରୀ ସଶକ୍ତିକରଣ କ୍ଷେତ୍ରରେ ସାରା ଭାରତକୁ ବାଟ ଦେଖେଇବେ। ସଂସଦ ଏବଂ ବିଧାନସଭାରେ ମହିଳାମାନଙ୍କୁ ୩୩% ସ୍ଥାନ ସଂରକ୍ଷଣ ଦେବାକୁ ଆମେ ଦେଶରେ ପ୍ରଥମ ଥର ପାଇଁ ବିଧାନସଭାରେ ଏହି ପ୍ରସ୍ତାବ ପାରିତ କରିଲୁ। ଏନେଇ ଆମେ ଅନ୍ୟ ରାଜ୍ୟମାନଙ୍କ ସମର୍ଥନ ମଧ୍ୟ ନେଇଛୁ। ଜାତୀୟ ଦଳମାନେ ନାରୀ ସଶକ୍ତିକରଣ ନେଇ ଯାହା କହୁଛନ୍ତି ତାହା ପାଳନ କରନ୍ତୁ।ଯଦି ଭାରତକୁ ବିଶ୍ଵରେ ଅଗ୍ରଣୀ କରିବାର ଅଛି, ଭାରତ ଯଦି ଆମେରିକା, ଚାଇନା ଭଳି ସମୃଦ୍ଧ ରାଷ୍ଟ୍ର ହେବାକୁ ଚାହୁଁଛି ତେବେ ନାରୀ ସଶକ୍ତିକରଣ ଦ୍ଵାରା ହିଁ ଏହା ସମ୍ଭବ ହୋଇପାରିବ। କେନ୍ଦ୍ରପଡା ମାଟିରୁ ହୋଇଥିବା ଏହି ଘୋଷଣା ସାରା ଦେଶରେ ଇତିହାସ ରଚିବ।”

ନିର୍ବାଚନ ଘୋଷଣା ହେବାର ଠିକ କେଇ ଘଣ୍ଟା ଆଗରୁ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ରାଜନୈତିକ ଅଂଶୀଦାରୀତା ପାଇଁ ମହିଳାଙ୍କୁ ସଂସଦ ଓ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ପାଇଁ ଆସଥିବା ବିଲ କୁ ଦୃଢ ସମର୍ଥନ ଜଣାଇ ବିଜୁ ଜନତା ଦଳ ଏକ ଅଭିଯାନ ଆରମ୍ଭ କରିଥିଲା। ଆଗରୁ “ସମୀକ୍ଷା’ ରେ ଆମେ ଏ ପ୍ରସଙ୍ଗରେ ଭବିଷ୍ୟବାଣୀ କରିଥିଲୁ ଯେ ହୁଏତ ଏଥର ନିର୍ବାଚନରେ ବିଜେଡି ୩୩% ମହିଳାଙ୍କୁ ନିଜର ଟିକଟ ଦେଇପାରେ। ତାହା ଆଜି ସତ୍ୟରେ ପରିଣତ ହୋଇଛି।

ନିର୍ବାଚନରେ ମହିଳାଙ୍କ ପ୍ରସଙ୍ଗକୁ ମୂଳ କରି ବିଜେଡି ଏବେ ନିର୍ବାଚନରେ ଏକ ମାଷ୍ଟର ଷ୍ଟ୍ରୋକ ଖେଳିଛି। ଯଦିଓ ମହିଳାଙ୍କ ପ୍ରତି ଓଡିଶାରେ ନିର୍ଯାତନା ବଢୁଛି ବୋଲି ବିରୋଧୀ ଦଳ ଗୁଡିକ ଅଭିଯୋଗ ଆଣୁଛନ୍ତି,  ତେବେ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଏକ ବିରାଟ ସଫଳତା ବୋଲି କୁହାଯାଇପାରେ। ଏହି ପ୍ରସଙ୍ଗକୁ ରାଜନୈତିକ ଦୃଷ୍ଟିରୁ ଏକ ଭିନ୍ନ ଦିଶା ଦେବାରେ ବିଜେଡି ସଫଳ ହୋଇଛି। ବର୍ତ୍ତମାନ ସବୁ ରାଜନୈତିକ ଦଳ ନିଜର ରଣନୀତି ବଦଳାଇବାକୁ ବାଧ୍ୟ ହେବେ। ଲୋକସଭା ପାଇଁ ବିଜେଡି ୩୩% ମହିଳା ପ୍ରାର୍ଥୀ ଦେବାପାଇଁ ଘୋଷଣା କରିବା ପରେ ବିଧାନସଭାରେ ମଧ୍ୟ ଏହି ପ୍ରତିଶତ ବଢିପାରେ। ତେଣୁ ଏବେ ପ୍ରତି ମହିଳା ଭୋଟରଙ୍କ ଆକର୍ଷଣ ବୃଦ୍ଧି ପାଇବ। ଅବଶ୍ୟ ରାଜ୍ୟର ମହିଳା ଭୋଟରଙ୍କ ଭିତରେ ଆଜି ମଧ୍ୟ ନବୀନ ସବୁଠୁ ଲୋକପ୍ରିୟ। ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗ ସେଥିରେ ଅଧିକ ଶକ୍ତି ସଂଯୋଗ କରିବ।

ବିଜେପି ନିଜର ପାଞ୍ଚ ବର୍ଷର ଶାସନ ଭିତରେ ମହିଳା ସଂରକ୍ଷଣ ବିଲକୁ ଆଦୌ ପ୍ରାଧାନ୍ୟ ଦେଇନାହିଁ । ଯଦିଓ ମୋଦୀ ସରକାରରେ ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମହିଳା ମନ୍ତ୍ରୀ ଅଛନ୍ତି, ହେଲେ ବି ସେମାନେ ରାଜନୈତିକ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଛାୟାରୁ ମୁକ୍ତ ନୁହନ୍ତି। ଓଡିଶାରେ ମଧ୍ୟ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ମହିଳାଙ୍କ ସଂଖ୍ୟା ଯଥେଷ୍ଟ କମ। ବାସ୍ତବ କ୍ଷେତ୍ରରେ  ଅଧିକ ମହିଳାଙ୍କୁ ସଂସଦ ଓ ବିଧାନସଭାରେ ସୁଯୋଗ ଦେବା ପାଇଁ ବିଜେଡ଼ିର ଏହି ଘୋଷଣା ଆଗାମୀ ଦିନରେ ଜାତୀୟ ରାଜନୀତିକୁ ମଧ୍ୟ ପ୍ରଭାବିତ କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ନୂତନ ବିହନ ଆଇନ ସଂକ୍ରାନ୍ତରେ ସୂଚନା ପ୍ରଦାନ କଲେ କେନ୍ଦ୍ର କୃଷିମନ୍ତ୍ରୀ

January 16, 2026

ଷ୍ଟାର୍ଟଅପଗୁଡ଼ିକର ସାହସ, ଆତ୍ମବିଶ୍ୱାସ ଏବଂ ନବସୃଜନ ଭାରତର ଭବିଷ୍ୟତକୁ ଗଢ଼ି ତୋଳିଛି: ପ୍ରଧାନମନ୍ତ୍ରୀ

January 16, 2026

Sisira Sarasa in Bhubaneswar: କିଣାକିଣି କରିବାରେ ଲୋକଙ୍କ ବଢୁଛି ଆଗ୍ରହ

January 16, 2026

ଭାରତରେ ଗଣତନ୍ତ୍ରର ଅର୍ଥ ହେଉଛି ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବା: ପ୍ରଧାନମନ୍ତ୍ରୀ

January 16, 2026
Latest News

ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ-୨୦୨୬କୁ ସମ୍ବୋଧିତ କଲେ ଅମିତ ଶାହ

January 16, 2026

ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ

January 16, 2026

ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ଦୁଇଟି ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଘୋଷଣା

January 16, 2026

ନୂତନ ବିହନ ଆଇନ ସଂକ୍ରାନ୍ତରେ ସୂଚନା ପ୍ରଦାନ କଲେ କେନ୍ଦ୍ର କୃଷିମନ୍ତ୍ରୀ

January 16, 2026

ଏବେ ବ୍ୟାଟସମ୍ୟାନ କରିବେ ନାହିଁ ଫିଲ୍ଡିଂ!: ବଦଳିଯିବ ଲିଗ୍ କ୍ରିକେଟର ଦୃଶ୍ୟପଟ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.