Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହିଳାଙ୍କ ପାଇଁ ତେତିଶି ପ୍ରତିଶତ ରାଜନୈତିକ ସଂରକ୍ଷଣ, କଥାରେ ନୁହଁ କାମରେ ଦେଖେଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା
ବିଶେଷ ଖବର

ମହିଳାଙ୍କ ପାଇଁ ତେତିଶି ପ୍ରତିଶତ ରାଜନୈତିକ ସଂରକ୍ଷଣ, କଥାରେ ନୁହଁ କାମରେ ଦେଖେଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା

March 10, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

“କେନ୍ଦ୍ରାପଡା ମାଟି ବିଜୁ ବାବୁଙ୍କର ମାଟି। ବିଜୁ ବାବୁଙ୍କ କର୍ମଭୂମି ଐତିହାସିକ କେନ୍ଦ୍ରାପଡା ମାଟିରୁ ମୁଁ ଘୋଷଣା କରୁଛି, ଆଗାମୀ ନିର୍ବାଚନରେ ଓଡ଼ିଶାରୁ ୩୩% ମହିଳା ସଂସଦକୁ ଯିବେ। ଓଡ଼ିଶାର ମହିଳାମାନେ ନାରୀ ସଶକ୍ତିକରଣ କ୍ଷେତ୍ରରେ ସାରା ଭାରତକୁ ବାଟ ଦେଖେଇବେ। ସଂସଦ ଏବଂ ବିଧାନସଭାରେ ମହିଳାମାନଙ୍କୁ ୩୩% ସ୍ଥାନ ସଂରକ୍ଷଣ ଦେବାକୁ ଆମେ ଦେଶରେ ପ୍ରଥମ ଥର ପାଇଁ ବିଧାନସଭାରେ ଏହି ପ୍ରସ୍ତାବ ପାରିତ କରିଲୁ। ଏନେଇ ଆମେ ଅନ୍ୟ ରାଜ୍ୟମାନଙ୍କ ସମର୍ଥନ ମଧ୍ୟ ନେଇଛୁ। ଜାତୀୟ ଦଳମାନେ ନାରୀ ସଶକ୍ତିକରଣ ନେଇ ଯାହା କହୁଛନ୍ତି ତାହା ପାଳନ କରନ୍ତୁ।ଯଦି ଭାରତକୁ ବିଶ୍ଵରେ ଅଗ୍ରଣୀ କରିବାର ଅଛି, ଭାରତ ଯଦି ଆମେରିକା, ଚାଇନା ଭଳି ସମୃଦ୍ଧ ରାଷ୍ଟ୍ର ହେବାକୁ ଚାହୁଁଛି ତେବେ ନାରୀ ସଶକ୍ତିକରଣ ଦ୍ଵାରା ହିଁ ଏହା ସମ୍ଭବ ହୋଇପାରିବ। କେନ୍ଦ୍ରପଡା ମାଟିରୁ ହୋଇଥିବା ଏହି ଘୋଷଣା ସାରା ଦେଶରେ ଇତିହାସ ରଚିବ।”

ନିର୍ବାଚନ ଘୋଷଣା ହେବାର ଠିକ କେଇ ଘଣ୍ଟା ଆଗରୁ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ରାଜନୈତିକ ଅଂଶୀଦାରୀତା ପାଇଁ ମହିଳାଙ୍କୁ ସଂସଦ ଓ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ପାଇଁ ଆସଥିବା ବିଲ କୁ ଦୃଢ ସମର୍ଥନ ଜଣାଇ ବିଜୁ ଜନତା ଦଳ ଏକ ଅଭିଯାନ ଆରମ୍ଭ କରିଥିଲା। ଆଗରୁ “ସମୀକ୍ଷା’ ରେ ଆମେ ଏ ପ୍ରସଙ୍ଗରେ ଭବିଷ୍ୟବାଣୀ କରିଥିଲୁ ଯେ ହୁଏତ ଏଥର ନିର୍ବାଚନରେ ବିଜେଡି ୩୩% ମହିଳାଙ୍କୁ ନିଜର ଟିକଟ ଦେଇପାରେ। ତାହା ଆଜି ସତ୍ୟରେ ପରିଣତ ହୋଇଛି।

ନିର୍ବାଚନରେ ମହିଳାଙ୍କ ପ୍ରସଙ୍ଗକୁ ମୂଳ କରି ବିଜେଡି ଏବେ ନିର୍ବାଚନରେ ଏକ ମାଷ୍ଟର ଷ୍ଟ୍ରୋକ ଖେଳିଛି। ଯଦିଓ ମହିଳାଙ୍କ ପ୍ରତି ଓଡିଶାରେ ନିର୍ଯାତନା ବଢୁଛି ବୋଲି ବିରୋଧୀ ଦଳ ଗୁଡିକ ଅଭିଯୋଗ ଆଣୁଛନ୍ତି,  ତେବେ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଏକ ବିରାଟ ସଫଳତା ବୋଲି କୁହାଯାଇପାରେ। ଏହି ପ୍ରସଙ୍ଗକୁ ରାଜନୈତିକ ଦୃଷ୍ଟିରୁ ଏକ ଭିନ୍ନ ଦିଶା ଦେବାରେ ବିଜେଡି ସଫଳ ହୋଇଛି। ବର୍ତ୍ତମାନ ସବୁ ରାଜନୈତିକ ଦଳ ନିଜର ରଣନୀତି ବଦଳାଇବାକୁ ବାଧ୍ୟ ହେବେ। ଲୋକସଭା ପାଇଁ ବିଜେଡି ୩୩% ମହିଳା ପ୍ରାର୍ଥୀ ଦେବାପାଇଁ ଘୋଷଣା କରିବା ପରେ ବିଧାନସଭାରେ ମଧ୍ୟ ଏହି ପ୍ରତିଶତ ବଢିପାରେ। ତେଣୁ ଏବେ ପ୍ରତି ମହିଳା ଭୋଟରଙ୍କ ଆକର୍ଷଣ ବୃଦ୍ଧି ପାଇବ। ଅବଶ୍ୟ ରାଜ୍ୟର ମହିଳା ଭୋଟରଙ୍କ ଭିତରେ ଆଜି ମଧ୍ୟ ନବୀନ ସବୁଠୁ ଲୋକପ୍ରିୟ। ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗ ସେଥିରେ ଅଧିକ ଶକ୍ତି ସଂଯୋଗ କରିବ।

ବିଜେପି ନିଜର ପାଞ୍ଚ ବର୍ଷର ଶାସନ ଭିତରେ ମହିଳା ସଂରକ୍ଷଣ ବିଲକୁ ଆଦୌ ପ୍ରାଧାନ୍ୟ ଦେଇନାହିଁ । ଯଦିଓ ମୋଦୀ ସରକାରରେ ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମହିଳା ମନ୍ତ୍ରୀ ଅଛନ୍ତି, ହେଲେ ବି ସେମାନେ ରାଜନୈତିକ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଛାୟାରୁ ମୁକ୍ତ ନୁହନ୍ତି। ଓଡିଶାରେ ମଧ୍ୟ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ମହିଳାଙ୍କ ସଂଖ୍ୟା ଯଥେଷ୍ଟ କମ। ବାସ୍ତବ କ୍ଷେତ୍ରରେ  ଅଧିକ ମହିଳାଙ୍କୁ ସଂସଦ ଓ ବିଧାନସଭାରେ ସୁଯୋଗ ଦେବା ପାଇଁ ବିଜେଡ଼ିର ଏହି ଘୋଷଣା ଆଗାମୀ ଦିନରେ ଜାତୀୟ ରାଜନୀତିକୁ ମଧ୍ୟ ପ୍ରଭାବିତ କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026

Flood Situation: ତିନୋଟି ରାଜ୍ୟର ବନ୍ୟା ସ୍ଥିତି ରହିଛି ଗମ୍ଭୀର, ଓଡିଶାରେ ସାମାନ୍ୟ ସୁଧାର

August 2, 2026

ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଦୌରାତ୍ମା, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ବ୍ଲକ ଅଧିକାରୀ

August 2, 2026

ନିଟ୍‌-ପିଜି ୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

August 2, 2026
Latest News

ବାଣପୁର କୁମାରାଙ୍ଗ କୃଷି ସେବା ସମବାୟ ମାଧ୍ୟମରେ ଚାଷୀଙ୍କୁ ରିହାତି ଦରରେ ସାର ବଣ୍ଟନ

August 2, 2026

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026

Flood Situation: ତିନୋଟି ରାଜ୍ୟର ବନ୍ୟା ସ୍ଥିତି ରହିଛି ଗମ୍ଭୀର, ଓଡିଶାରେ ସାମାନ୍ୟ ସୁଧାର

August 2, 2026

ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଦୌରାତ୍ମା, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ବ୍ଲକ ଅଧିକାରୀ

August 2, 2026

ପାଣି କମୁଛି, ହେଲେ ବଢୁଛି ଦୁର୍ଦ୍ଦଶା; ଭଦ୍ରକ-ଯାଜପୁରରେ ବନ୍ୟା ପରେ ଅସହାୟ ଚିତ୍ର

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.