Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଚିତ୍ର ବିଦେଶ ନୀତି, ଶେଷରେ ନେପାଳକୁ ବି ଶତ୍ରୁ ରାଷ୍ଟ୍ର ବୋଲି ଆମକୁ ଭାବିବାକୁ ପଡିବ କି?
ବିଶେଷ ଖବର

ବିଚିତ୍ର ବିଦେଶ ନୀତି, ଶେଷରେ ନେପାଳକୁ ବି ଶତ୍ରୁ ରାଷ୍ଟ୍ର ବୋଲି ଆମକୁ ଭାବିବାକୁ ପଡିବ କି?

June 15, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଶେଷରେ ରାଜର୍ଷି ଜନକଙ୍କର ରାଜ୍ୟ ଓ ଭୂମିସୂତା ମା ସୀତାଙ୍କର ଜନ୍ମସ୍ଥାନ ବି ଭାରତର ଶତ୍ରୁ ଭାବେ ବିବେଚିତ ହେବ କି? ଭାରତୀୟ ସେନା ବାହିନୀରେ ୩୨ ହଜାର ଗୁର୍ଖା ସୈନିକ, ଯେଉଁମାନେ ନେପାଳର ନାଗରିକ। ଆଜି ସେମାନଙ୍କର ପ୍ରତିବଦ୍ଧତା ଓ ଭାରତ ପ୍ରେମ ଉପରେ ଆମେ ସନ୍ଦେହ କରିବା କି? ସଂଖ୍ୟାଧିକ ଭାରତୀୟଙ୍କର ବିଶ୍ଵସ୍ତ ଜଗୁଆଳି ଭାବରେ ଯେଉଁ ନେପାଳୀ ମାନେ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିଲେ, ସେମାନଙ୍କୁ ଆମେ ଆମ ଜୀବନରୁ ଅଲଗା କରି ପାରିବା କି? ଭାରତୀୟ ସଂସ୍କୃତି ଓ ସଭ୍ୟତା ନେପାଳର ନାଭିନାଡର ସମ୍ପର୍କ। ସେ ଜନକ ନନ୍ଦିନୀ ମା ସୀତା ହୁଅନ୍ତୁ ବା ପରମ କାରୁଣିକ ଗୌତମ ବୁଦ୍ଧ, ଭାରତୀୟ ଜୀବନବୋଧରେ ନେପାଳ ଏକ ଅବିଚ୍ଚେଦ୍ୟ ଚେତନା। ନେପାଳକୁ ଶେଷରେ ଶତ୍ରୁ ବୋଲି ଭାବି ଆମେ “ବୟକଟ ନେପାଳ” ବୋଲି କହି ପାରିବା କେମିତି?

ଏ ପ୍ରଶ୍ନ ସବୁ ହୁଏତ ଆଜି କେବଳ ଭାବ ପ୍ରବଣତା ଭଳି ଶୁଣା ଯାଇପାରେ। କୂଟନୈତିକ ସ୍ତରରେ ନେପାଳ ସହିତ ଆମର ସମ୍ପର୍କ ଦିନକୁ ଦିନ ଖରାପ ହୋଇ ଚାଲିଛି। ଏକଦା ଭାରତର ବିଶ୍ଵସ୍ତ ସାନଭାଇ ଥିବା ନେପାଳ ଆଜି ଭାରତ ସୀମାନ୍ତରେ ଗୁଳି ଚଳାଇଛି। ଭାରତ ସହିତ ନେପାଳର ସୀମା ବିବାଦ ଭଳି ଗୋଟେ କଥା ଯେ ଆମକୁ କେବେ ଶୁଣିବାକୁ ମିଳିବ, ଏ କଥା ଆମେ କେବେ କଳ୍ପନା କରି ନଥିଲୁ। ପାକିସ୍ତାନ ଭାରତ କୁ ଦୁଇ ଭାଗ କରି ଗଢା ହୋଇଥିଲେ ମଧ୍ୟ, ପାକିସ୍ତାନ କୁ ଆମେ ସବୁବେଳେ ଶତ୍ରୁ ବୋଲି ଭାବି ଆସିଛୁ। ଶହ ଶହ ବର୍ଷ ଧରି ନେପାଳ ଭାରତ ସୀମାନ୍ତରେ ଏକ ସାର୍ବଭୌମ ସ୍ଵାଧୀନ ରାଷ୍ଟ୍ର ଭାବେ ରହି ଆସିଥିଲେ ମଧ୍ୟ, ପ୍ରତ୍ୟେକ ନେପାଳୀଙ୍କ ସହିତ ଭାରତର ଭାବର ବନ୍ଧନ ରହି ଆସିଛି। ଆମେ ଓଡିଆ ମାନେ ନେପାଳକୁ ଟିକେ ବେଶୀ ଶ୍ରଦ୍ଧା କରିଥାଉ, କାରଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା କସ୍ତୁରୀ ନେପାଳ ରାଜାଙ୍କ ସୌଜନ୍ୟରୁ ହିଁ ଆସିଥାଏ। ଶ୍ରୀ ମନ୍ଦିରରେ ନେପାଳ ରାଜାଙ୍କର ଏକ ସ୍ଵତନ୍ତ୍ର ସେବା ଅଧିକାର ରହି ଆସିଛି।

ଏତେ ନିବିଡ ସାଂସ୍କୃତିକ, ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସମ୍ପର୍କ ସତ୍ତ୍ୱେ ନେପାଳ ସହିତ ଆମର ଶତ୍ରୁତା ତିଆରି ହେଲା କେମିତି ଓ କାହିଁକି? ଉତ୍ତରାଖଣ୍ଡ ଓ ନେପାଳ ସୀମାରେ କିଛି ଭାରତୀୟ ଅଞ୍ଚଳକୁ ନେପାଳ ଏବେ ନିଜର ବୋଲି ଦାବି କରୁଛି। ନେପାଳର ଏହି ଦୁଃସାହସିକ ଦାବି ପଛରେ ଅନ୍ୟ ଦେଶର(ପରୋକ୍ଷରେ ଚୀନର) ଗୋପନ ହାତ ରହିଛି ବୋଲି ଭାରତୀୟ ସେନାବାହିନୀର ମୁଖିଆ କହିଲେ। ଏହାକୁ ନେଇ ଗୋଟେ ସୁଦୀର୍ଘ ବିବାଦ ଆରମ୍ଭ ହୋଇ ଆସ୍ତେ ଆସ୍ତେ ଏହା ଶତ୍ରୁତା ସ୍ତରକୁ ଚାଲି ଯାଉଛି। ଭାରତରେ ଗତ ୬ ବର୍ଷ ହେଲା ଆମେ ଯେଉଁ କୂଟନୈତିକ ଏବଂ ବିଦେଶ ନୀତି ଦେଖୁଛୁ, ସେଥିରେ ଆମର ସମସ୍ତ ପଡୋଶୀ ଦେଶଙ୍କ ସହିତ ଆମର ସମ୍ପର୍କ କ୍ଷୁଣ୍ଣ ହେବା ଆରମ୍ଭ କରିଛି। ପାକିସ୍ତାନ ଓ ଚୀନ ସହିତ ଆମର ପୂର୍ବ ଶତ୍ରୁତା ରହିଥିଲା। ସେହି ଦୃଷ୍ଟିରୁ ଦକ୍ଷିଣ ଏସିଆର ଅନ୍ୟ ଛୋଟ ଛୋଟ ଦେଶ ସହିତ ଆମ ସମ୍ପର୍କ ସୁଦୃଢ ହେବା ନିତାନ୍ତ ଜରୁରୀ ଥିଲା। ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ଭୂଟାନ ଓ ମାଲଦ୍ଵୀପ ଭଳି ଦେଶ ସବୁବେଳେ ଭାରତର ସହଯୋଗୀ ଭାବେ ରହିଆସିଛନ୍ତି।

ନାଗରିକତା ସଂଶୋଧନ ଆଇନ ଓ ଆସାମ ନାଗରିକ ପଞ୍ଜୀକରଣ ପ୍ରସଙ୍ଗକୁ ନେଇ ବାଂଲାଦେଶ ସହିତ ଆମର ସମ୍ପର୍କ ତିକ୍ତ ହେବା ଆରମ୍ଭ କରିଛି। ଗତ କିଛି ବର୍ଷ ଭିତରେ ଦକ୍ଷିଣ ଏସିଆରେ ନିଜର ପତିଆରା ବଢାଇବାକୁ ଚୀନ ଏହି ସବୁ ମୂଲକରେ ପ୍ରଭୂତ ପୁଞ୍ଜି ଲଗାଣ କରିଛି। ଗତ ଦଶନ୍ଧିରେ ଦକ୍ଷିଣ ଏସିଆର ଦେଶ ଗୁଡିକରେ ଚୀନ ୧୫୦ ବିଲିଅନ ଡଲାରରୁ ଅଧିକ ପୁଞ୍ଜିଆ ଲଗାଣ କରିଛି। ପୂର୍ବରୁ ଶ୍ରୀଲଙ୍କା, ବାଂଲାଦେଶ, ନେପାଳ, ଭୂଟାନ ଓ ମାଲଦ୍ଵୀପ ଭାରତର ସର୍ବ ପ୍ରଥମ ଅର୍ଥନୈତିକ ସହଯୋଗୀ ଥିଲେ। ଗତ ପାଞ୍ଚ ବର୍ଷରେ ଚୀନ ଏହି ସବୁ ଦେଶର ଅର୍ଥନୈତିକ କ୍ଷେତ୍ରକୁ ନିଜ ଅଧିନକୁ ଆଣିବାରେ ସଫଳ ହୋଇଛି।

ସେହି କ୍ରମରେ ନେପାଳ ସହିତ ଚୀନର ଅର୍ଥନୈତିକ ଏବଂ କୂଟନୈତିକ ସମ୍ପର୍କ ଅଧିକ ସୁଦୃଢ ହୋଇଛି। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦକ୍ଷିଣ ଏସୀୟ ଦେଶମାନଙ୍କର ସଂଗଠନ “ସାର୍କ” କୁ ଅଚଳ କରିଦେଲେ। ପାକିସ୍ତାନକୁ ଏକ ଘରିକିଆ କରିବାର ଲକ୍ଷ୍ୟ ନେଇ “ସାର୍କ” କୁ ଅପ୍ରାସଙ୍ଗିକ କରାଗଲା। ତେବେ ପାକିସ୍ତାନକୁ ଏକ ଘରିକିଆ କରିବାକୁ ହେଲେ ଆମକୁ ଅନ୍ୟ ପଡୋଶୀମାନଙ୍କୁ ଆମ ନିଜର କରି ରଖିବାର ଆବଶ୍ୟକତା ଥିଲା। ସେତକ କରିବାରେ ଆମେ ବିଫଳ ହୋଇଛୁ ବୋଲି, ଆଜି ଆମର ସବୁ ପଡୋଛି ଏବେ ଆମର ଶତ୍ରୁ କିମ୍ବା ଆମ ଶତ୍ରୁର ମିତ୍ର ପଲାତି ଯାଉଛନ୍ତି।

ବିଶେଷକରି ନେପାଳ ପ୍ରସଙ୍ଗରେ ଆମକୁ ଗଭୀର ଆତ୍ମା ସମୀକ୍ଷା କରିବାକୁ ପଡିବ। ନେପାଳକୁ ଆଉ ଏକ “ପାକିସ୍ତାନ” ହେବାକୁ ନ ଦେବା ପାଇଁ ଭାରତ ସରକାର ସବୁ ପ୍ରକାର ଉଦ୍ୟମ କରିବା ଉଚିତ। ନେପାଳ ସହିତ ଆମର ଐତିହାସିକ ସମ୍ପର୍କ ଯେମିତି ଶତ୍ରୁତା ଆଡକୁ ନ ଯାଏ ତାହା ଦେଖିବା ଆମର ପ୍ରଥମ ଦାୟିତ୍ଵ ।

Share. Facebook Twitter LinkedIn Email WhatsApp Copy Link

Related Posts

ଐତିହାସିକ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଉତ୍ସବ ପାଇଁ ପ୍ରସ୍ତୁତ କୋଲକାତା

June 19, 2026

ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

June 19, 2026

ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

June 18, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ଛାଡ଼ିଲା ୪୦ ଟି ଏଲପିଜି ଟ୍ୟାଙ୍କର

June 18, 2026
Latest News

ଐତିହାସିକ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଉତ୍ସବ ପାଇଁ ପ୍ରସ୍ତୁତ କୋଲକାତା

June 19, 2026

ରାଜ୍ୟରେ ପାଣିରେ ବୁଡ଼ି ମୃତ୍ୟୁ ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

June 19, 2026

ଏଲଏନଜି ଯୋଗାଣକୁ ମିଳିବ ଶକ୍ତି: ୬୨,୩୭୦ ମେଟ୍ରିକ୍ ଟନ୍ କାର୍ଗୋ ନେଇ ଦହେଜରେ ପହଞ୍ଚିବ ‘ଦିଶା’

June 19, 2026

କର୍ଣ୍ଣାଟକରେ ବିଜେପି ସହିତ ଖେଳ!: କ୍ରସ୍ ଭୋଟିଂ ମାଧ୍ୟମରେ ପାଞ୍ଚଟି ଆସନ ଜିତିଲା କଂଗ୍ରେସ

June 19, 2026

ଲାଞ୍ଚ ମାମଲାରେ ମଞ୍ଚେଶ୍ୱର ଥାନା ଏଏସଆଇ ଓ ହୋମଗାର୍ଡଙ୍କୁ ଗିରଫ କଲା ଭିଜିଲାନ୍ସ

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.