ହେମାଙ୍ଗ ରାଉଳ
ଗଞ୍ଜାମ: ଏକ ଟ୍ରକରେ ଭର୍ତ୍ତି ହୋଇ ଗୋ ମାଂସ ଚାଲାଣ ବେଳେ ତାହାକୁ କାବୁ କରିଛନ୍ତି ବ୍ରହ୍ମପୁର ବଜରଙ୍ଗ ଦଳର କର୍ମୀମାନେ। ଟ୍ରକଟି ପଶ୍ଚିମବଙ୍ଗରୁ ଏହି ଗୋମାଂସ ନେଇ ଚେନାଇ ଯାଉଥିବାକୁ ନେଇ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଟ୍ରକଟି ଏନଏଚ 16 ଦେଇ ଆନ୍ଧ୍ର ପଟକୁ ଯାଉଥିବା ବେଳେ ଖବର ପାଇଥିଲେ ବଜରଙ୍ଗ ଦଳକର୍ମୀ ମାନେ ଟ୍ରକଟିର ପିଛା କରିଥିଲେ। ଏନେଇ ଗୋଳନ୍ଥରା ଥାନା ପୋଲିସକୁ ବି ଖବର ଦେଇଥିଲେ କିନ୍ତୁ ପୋଲିସ ଟ୍ରକକୁ ଧରିବାରେ ସଫଳ ହୋଇପାରିନଥିଲା ପରେ ବଜରଙ୍ଗ ଦଳ କର୍ମୀ ମାନେ ପିଛା କରି ଆନ୍ଧ୍ର ଓଡିଶା ସୀମନ୍ତ ପୁରୁଷୋତ୍ତମପୁର ଗ୍ରାମ ନିକଟରେ ଅଟକାଇ ଥିଲେ ଏବଂ ସଙ୍ଗେ ସଙ୍ଗେ ଆନ୍ଧ୍ରପୁଲିସକୁ ଜଣାଇ ଥିଲେ। ଖବର ପାଇ ଇଚ୍ଛାପୁର ପୋଲିସ ସେଠାରେ ପହଂଚି ଟ୍ରକକୁ ଜବତ କରିଛି। ପରେ ଟ୍ରକ ଭିତରେ ଥିବା ପେକେଟ ଗୁଡିକୁ ଖୋଲି ଦେଖିଲା ବେଳକୁ ସେଥିରେ ଗୋ ମାଂସ ପ୍ୟାକେଟ ଥିଲା। ପ୍ରାୟ 1 ହଜାରରୁ ଅଧିକ ପ୍ୟାକେଟ ଗୋ ମାଂସ ଚାଲାଣ ହେଉଥିବା ଦେଖାଯାଇଛି।
ତେବେ ଏଗୁଡିକ କେଉଁଠୁ କୁଆଡେ ଯାଉଥିଲା ପୋଲିସ ଅଟକ ଥିବା ଟ୍ରକ ଡ୍ରାଇଭର ଓ ହେଲ୍ପର କୁ ପଚରା ଉଚରା କରୁଛି , ପ୍ରାୟ ନିୟମିତ ଏହି ରାସ୍ତ ଦେଇ ଗୋ ମାଂସ ଚାଲାଣ ହେଉଥିବା ନଜିର ରହିଛି ଆଗରୁ ମଧ୍ୟ ଅନେକ ଥର ପୋଲିସ ଓ ବଜରଙ୍ଗ ଦଳ ଅନେକ ଗାଡି ଜବତ କରିଛନ୍ତି। ତେବେ ଏହି ମାଂସ ଗୁଡିକ ନିୟମ ଅନୁସାରେ ଚାଲାଣ ହେଉଛି ନା ନାହିଁ ସେଗୁଡିକର ତଦନ୍ତ ସାପେକ୍ଷ ଏହାକୁ ନେଇ ଆନ୍ଦ୍ର ପୋଲିସ ତଦନ୍ତ କରୁଛି …।