ଆଜି ଜଗତସିଂହପୁରର ୨୯ ପଜିଟିଭ୍‌ ଚିହ୍ନଟ, ତିର୍ତ୍ତୋଲରୁ ସର୍ବାଧିକ

Published: Jun 21, 2020, 2:43 pm IST

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୨୯ ଜଣ କରୋନା ପଜିଟିଭ୍ ବାହାରିଥିବା ବେଳେ ତନ୍ମଧ୍ୟରୁ ତିର୍ତ୍ତୋଲରୁ ଆଜି ସର୍ବାଧିକ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାନୁଯାୟୀ ତିର୍ତ୍ତୋଲ ବ୍ଲକରୁ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବୋଧେଇ ପଞ୍ଚାୟତରୁ ୨ଜଣ,କୋଲର ପଞ୍ଚାୟତରୁ ଜଣେ, କନିମୁଳ ପଞ୍ଚାୟତରୁ ୫ଜଣ ଏବଂ କୃଷ୍ଣାନନ୍ଦପୁର ପଞ୍ଚାୟତରୁ ୯ଜଣ ଆକ୍ରାନ୍ତ ବାହାରିଥିବା ବ୍ଲକ୍ ପ୍ରଶାସନ ପକ୍ଷରୁ ଜଣାପଡିଛି। ସବୁଠୁ ବଡକଥା ହେଉଛି ଅଜି ଜିଲ୍ଲାରୁ ବାହାରିଥିବା ସମସ୍ତ ୨୯ ଆକ୍ରାନ୍ତଙ୍କ ମଧ୍ୟରୁ କାହାର ଲକ୍ଷଣ ନଥିବା ଜଣାପଡିଛି।ଆକ୍ରାନ୍ତ ମାନଙ୍କୁ ଯଥାଶୀଘ୍ର କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯିବା ନିମନ୍ତେ ବ୍ୟବସ୍ଥା କରାଯାଉଛି।

Related posts