Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ସହିତ ସୀମା ବିବାଦ ଏବେ ଚୀନ୍ ପାଇଁ ବୁମେରାଂ ହୋଇପାରେ, କାମ ଦେଉଛି ମୋଦି ଡିପ୍ଲୋମାସୀ
ଆଜିର ଖବର

ଭାରତ ସହିତ ସୀମା ବିବାଦ ଏବେ ଚୀନ୍ ପାଇଁ ବୁମେରାଂ ହୋଇପାରେ, କାମ ଦେଉଛି ମୋଦି ଡିପ୍ଲୋମାସୀ

July 4, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଲିଙ୍ଗରାଜ ମିଶ୍ର

ବିଶ୍ବ ଦରବାରର କ୍ରମଶଃ ଖୋଲିବାରେ ଲାଗିଛି ଚୀନର ଅସଲ ଚେହେରା।କରୋନା ଭୂତାଣୁଠାରୁ ଆରମ୍ଭ କରି ବିସ୍ତାରବାଦୀ ନୀତି ସବୁ କଥା ଆସ୍ତେ ଆସ୍ତେ ପଦାକୁ ଆସୁଛି। ଗୋଟିଏ ପଟେ ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନ, ଜାପାନ ଆଦି ରାଷ୍ଟ୍ର ଚୀନର ଦାଦାଗିରିକୁ ଜୋରଦାର ବିରୋଧ କରି ଏକାଠି ହେଉଛନ୍ତି । ଅନ୍ୟ ପଟେ ସୀମା ବିବାଦ ନେଇ ଭାରତ-ଚୀନ ସାମରିକ ଉତ୍ତେଜନା ବଢୁଥିବା ବେଳେ ମୋଦି ଡିପ୍ଲୋମାସୀ ସାରା ବିଶ୍ବର ଦୃଷ୍ଚି ଆକର୍ଷଣ କରିଛି। ଯାହାକି ଚୀନର ମୁଣ୍ଡବ୍ୟଥା ବଢାଇ ଦେଇଛି।

ଲଦାଖର ଆଗୁଆ ଘାଟୀ ଗସ୍ତ କରି ସେଠାରୁ ଚୀନକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ତାହା ଅନେକ ବିଶ୍ବ ନେତାଙ୍କୁ ଚକିତ କରି ଦେଇଛି । ଚୀନ ସହିତ ଭାରତର ସୀମା ବିବାଦ ଏବେକାର ନୁହେଁ, ଏହା ବହୁ ବର୍ଷ ଧରି ରହି ଆସିଛି । ବ୍ରିଟିଶ ଶାସନ କାଳରୁ ତିବ୍ବତକୁ କେନ୍ଦ୍ର କରି ଭାରତ-ଚୀନ ବିବାଦ ଲାଗି ରହିଛି । ଏହି ପ୍ରସଙ୍ଗରେ ପିପୁଲସ ରିପବ୍ଲିକ ଅଫ ଚାଇନାର ନେତା ମାଓ ସେ ତୁଙ୍ଗଙ୍କ ନୀତିକୁ ଯଦିକୁ ଆମେ ପକାଇବା ସର୍ବଦା ସେ କହୁଥିଲେ, ତିବ୍ବତ ଯଦି ଚାଇନାର ଦକ୍ଷିଣ ହାତର ପାପୁଲି ହୁଏ, ତେବେ ଲଦାଖ, ନେପାଳ, ସିକ୍କିମ, ଭୂଟାନ ଓ ଅରୁଣାଚଳ ପ୍ରଦେଶ ହେଉଛି ପାଞ୍ଚଟି ଆଙ୍ଗୁଠି ।

କିନ୍ତୁ ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଦେଶର ଭୌଗୋଳିକ ସ୍ଥିତିରେ ପରିବର୍ତ୍ତନ ହୋଇଥିଲା । ତତକାଳୀନ ବ୍ରିଟିଶ ସରକାରଙ୍କ ସମୟରେ ତିବ୍ବତ ଓ ଭାରତର ନର୍ଥ ଇଷ୍ଟ ରାଜ୍ୟ ସମୂହକୁ ନେଇ ଏକ ଆନ୍ତର୍ଜାତିକ ସୀମାରେଖା ଟଣା ଯାଇଥିଲା । ଯାହାକୁ କୁହାଯାଉଥିଲା ମ୍ୟାକମୋହନ ଲାଇନ । କିନ୍ତୁ ସେ ସମୟରୁ ନେଇ ଏ ପର୍ଯ୍ୟନ୍ତ ଚୀନ ସବୁବେଳେ ସୀମାରେଖା ଅତିକ୍ରମଣ କରି ଆସିଛି । ଆଗକୁ ମାଡି ଆସି ପରେ ସାମରିକ ହେଉ ବା ବେସାମରିକ ସ୍ତରରେ ଆଲୋଚନା ପରେ ଅତିକ୍ରମଣ ଅଞ୍ଚଳରୁ ମାତ୍ର କିଛି ଦୂର ପଛକୁ ହଟିଯିବା ଚୀନର ଏକ ନିୟମିତ ଅଭ୍ୟାସରେ ପରିଣତ ହୋଇଛି ।

1962 ଯୁଦ୍ଧରେ ପରାଜିତ ହେବା ପରଠାରୁ ଚୀନ ସୀମାରେ ଭାରତୀୟ ଯବାନଙ୍କ ମନୋବଳ ଦୁର୍ବଳ ହୋଇଥିବା କାରଣରୁ ଚୀନ୍ ସବୁବେଳ ସାଇକୋଲୋଜିକାଲ ୱାରରେ ଭାରତଠାରୁ ଆଗୁଆ ବୋଲି ଏକ ଛାପ ରହି ଆସିଥିଲା । ତେଣୁ ସବୁବେଳେ ଚୀନ ଅତିକ୍ରମଣ କରିବା ପରେ ସୀମାରେଖାରେ ସ୍ଥିତାବସ୍ଥା ବଜାୟ ରଖିବା କଥା କହି ଆସୁଛି । କିନ୍ତୁ କେତେବେଳେ ବି ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିକୁ ସମ୍ମାନ ଦେଉନାହିଁ । ଦାଦାଗିରି କରିବା ଅଭ୍ୟାସ ଛାଡିବାକୁ ଚୀନୀ ସେନା ଆଦୌ ପ୍ରସ୍ତୁତ ନୁହଁନ୍ତି ।

ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଚୀନ ସହିତ ସୀମା ବିବାଦର ଆପୋଷ ସମାଧାନ ପାଇଁ ପ୍ରଥମେ ଉଦ୍ୟମ ଆରମ୍ଭ କରି ବାରମ୍ବାର ଚୀନ ଗସ୍ତ କରିଥିଲେ । ଦୁଇ ଦୁଇ ଥର ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କୁ ଭାରତ ଆମନ୍ତ୍ରଣ କରି ଆତିଥେୟତାରେ ଭରି ଦେଇଥିଲେ । କିନ୍ତୁ ଚୀନ ତାର ପୂରୁଣା ଅଭ୍ୟାସ ଛାଡି ପାରିନଥିଲା । କରୋନାକୁ ନେଇ ସାରା ବିଶ୍ବ ଲଢୁଥିବା ବେଳେ ସୀମାରେ ଅତିକ୍ରମଣ କରିବାର ଦୁଃସାହସ କରିଥିଲା । ଚୀନ ଭାବିଥିଲା ଭାରତ ଏଥିରେ ଦବିଯିବ, ଆଉ ଏହି ସୁଯୋଗରେ ଲଦାଖ ସୀମାରେ ହିଲ୍ ଏରିଆକୁ ଦଖଲ କରିନେବ । ଚୀନ ଉତକ୍ଷିପ୍ତ ହେବାର ଆଉ ଏକ କାରଣ ଥିଲା, ଭାରତ କାଶ୍ମୀରରୁ 370 ଧାରା ଉଚ୍ଛେଦ କରିବା । ଭାରତ ଆଗରେ ପାକିସ୍ତାନ କମଜୋର ହେବା ଚୀନ ବରଦାସ୍ତ କରି ପାରିନଥିଲା ।

କିନ୍ତୁ ଏଥର ଚୀନକୁ ଉଚିତ ଜବାବ ଦେଇଛି ଭାରତ । କାମ ଦେଇଛି ମୋଦି ଡିପ୍ଲୋମାସୀ । ମୋଦି ଲଦାଖରୁ ବିଶ୍ବ ସମୁଦାୟକୁ ଜଣାଇ ଦେଇଛନ୍ତି ଭାରତ ଶାନ୍ତିପୂର୍ଣ୍ଣ ସହବସ୍ଥାନକୁ ଯେତିକି ସମ୍ମାନ ଦିଏ, ଦେଶର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଶତ୍ରୁ ପକ୍ଷକୁ ଉଚିତ ଜବାବ ଦେବାକୁ ବି ପ୍ରସ୍ତୁତ । ଚୀନ୍ ସୈନିକ ସେମାନଙ୍କ ସ୍ଥାନକୁ ନ ଫେରିବା ଯାଏଁ ଭାରତ ଚୂପ୍ ହୋଇ ବସିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଚୀନକୁ ରୋକ୍ ଠୋକ୍ କହି ଦେଇଛନ୍ତିଷ । ଆଉ ଭାରତର ନୀତି ପ୍ରତି ବିଶ୍ବର ସମସ୍ତ ଶକ୍ତିଶାଳୀ ରାଷ୍ଟ୍ରର ସମର୍ଥନ ବି ରହିଛି । ସୁତରାଂ ଚୀନ ଏବେ ବ୍ୟାକଫୁଟକୁ ଚାଲିଯିବା ଭଳି ମନେ ହେଉଛି । ହଂକଂ, ତାଇୱାନ, ଭିଏତନାମ ସଂକଟ ସମେତ ଚୀନ୍ ଅନେକ ଆଭ୍ୟନ୍ତରୀଣ ସମସ୍ୟା ଘେରରେ ଥିବା ବେଳେ ଭାରତ ସହିତ ଏ ପରିସ୍ଥିତିରେ ବିବାଦ ଅଧିକ ବଢିଲେ ଏହା ହୁଏତ ଚୀନ ପାଇଁ ବୁମେରାଂ ହୋଇପାରେ, ଏଥିରେ ସନ୍ଦେହ ନାହିଁି ।

 

Border Dispute
Share. Facebook Twitter LinkedIn Email WhatsApp Copy Link

Related Posts

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Latest News

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.