Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫେସବୁକ ଓ ଇନଷ୍ଟାଗ୍ରାମ ସମେତ 89ଟି ଆପ୍‍ ଡିଲିଟ୍‍ କରିବାକୁ ଯବାନଙ୍କୁ ନିର୍ଦେଶ ଦେଲା ଭାରତୀୟ ସେନା
ଆଜିର ଖବର

ଫେସବୁକ ଓ ଇନଷ୍ଟାଗ୍ରାମ ସମେତ 89ଟି ଆପ୍‍ ଡିଲିଟ୍‍ କରିବାକୁ ଯବାନଙ୍କୁ ନିର୍ଦେଶ ଦେଲା ଭାରତୀୟ ସେନା

July 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ତଥ୍ୟ ଚୋରି ସନ୍ଦେହରେ ଭାରତୀୟ ସେନା ନିଜ ଯବାନମାନଙ୍କୁ ସ୍ମାର୍ଟଫୋନରୁ 89ଟି ଆପ୍‍ ଡିଲିଟ୍‍ କରିବାକୁ ନିର୍ଦ୍ଦେଶ ଦେଇଛି। କୌଣସି ତଥ୍ୟ କିମ୍ବା ସୂଚନା ଯେପରି ଚୋରି ନ ହେବ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।

ସେନା ବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ଫେସବୁକ ଓ ଇନଷ୍ଟାଗ୍ରାମ ଭଳି 89ଟି ଆପକୁ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ 15 ସୁଦ୍ଧା ସମସ୍ତେ ଯେପରି ଏଗୁଡ଼ିକୁ ଡିଲିଟ୍‌ କରିବେ, ସେନେଇ ସେନା ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଏହି ଆପ୍‌ଗୁଡ଼ିକ ଦ୍ୱାରା ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌ କରୁଥିବା ଅଭିଯୋଗ ହୋଇଛି। ଏହି କାରଣରୁ ସେନା ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟ କରିବେ ନାହିଁ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ଦିଆଯାଇଛି। ଏହି ଆପ୍‍ଗୁଡ଼ିକ ମଧ୍ୟରେ ଟିକ୍‍ଟକ୍‍, ଟ୍ରୁକଲର ଓ ଇନ୍‍ଷ୍ଟାଗ୍ରାମ ଆଦିର ସମେତ 89ଟି ଆପ ନାଁ ମଧ୍ୟ ସାମିଲ ଅଛି। ଏନେଇ ନିକଟରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଯବାନମାନଙ୍କୁ ଟିଣ୍ଡର ଭଳି ଡେଟିଂ ଆପ୍‍ ଓ ଡେଲୀହଣ୍ଟ ଭଳି ସମାଚାର ଆପ୍‍ ମଧ୍ୟ ଡିଲିଟ୍‍ କରିବାକୁ କୁହାଯାଇଛି।ଅନ୍ୟାନ୍ୟ ଆପ୍‍ଗୁଡ଼ିକ ମଧ୍ୟରେ ଫେସବୁକ୍‍, ଭିଚାଟ୍‍, ହାଇକ୍‍, ଲାଇକୀ, ସେୟାର ଇଟ୍‍, ୟୁସି ବ୍ରାଉଜର, ବିଗୋ ଲାଇଭ, ଜୁମ୍‍, କ୍ୟାମ୍‍ସ୍କାନର, ବ୍ୟୁଟି ପ୍ଲସ, ପବଜୀ ସମେତ ଟେନ୍‍ସେଣ୍ଟ୍‍ର ସମସ୍ତ ଗେମିଂ ଆପ୍‍, କ୍ଲବ ଫ୍ୟାକ୍ଟ୍ରୀ, ହେପ୍ପନ୍‍, ବମ୍ବଲ, 360 ସିକ୍ୟୁରିଟୀ, ପ୍ରତିଲିପି, ହଙ୍ଗାମା ଆଦି ଆପ୍‍ର ନାଁ ସାମିଲ ଅଛି।

ଦେଶର ସୁରକ୍ଷା ତଥ୍ୟ ଚୋରି ଆଶଙ୍କାରେ ସେନା ପଦକ୍ଷେପ ନେଇଛି ।  “ପାକିସ୍ତାନ ଓ ଚାଇନାର ଗୁଇନ୍ଦା ବିଭାଗ ସଦସ୍ୟମାନେ ଅନଲାଇନ ଦ୍ୱାରା ଭାରତୀୟ ଯବାନଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ସେନାର ଅଧିକାର କହିଛନ୍ତି ।

ପୂର୍ବରୁ ନଭେମ୍ବର ମାସରେ ଅଫିସିଆଲ କାମ ପାଇଁ ହ୍ୱାଟସଆପ ବ୍ୟବହାର ନ କରିବାକୁ ସେନା ପକ୍ଷରୁ ଯବାନମାନଙ୍କୁ କୁହାଯାଇଥିଲା। (ଏଜେନ୍ସି)

facebook indianarmy instagram
Share. Facebook Twitter LinkedIn Email WhatsApp Copy Link

Related Posts

MMDR ଆଇନ ପ୍ରତ୍ୟାହାର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା

August 26, 2026

ବେଆଇନ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ: ଦୁଇ କାର୍ ସହ ୬୮ କେଜି ଗଞ୍ଜେଇ ଜବତ

August 26, 2026

କଲେଜରେ ଏଣିକି ବାୟୋମେଟ୍ରିକ୍ ଉପସ୍ଥାନ: ୧୦ ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେଲା ପାଇଲଟ୍ ପ୍ରକଳ୍ପ

August 26, 2026

ଭିଜିଲାନ୍ସ ଜାଲରେ ପୂର୍ବତନ କଲେଜ ଅଧ୍ୟକ୍ଷ: ଅଢେଇ କୋଟି ଟଙ୍କା ହେରଫେର ଅଭିଯୋଗ

August 26, 2026
Latest News

MMDR ଆଇନ ପ୍ରତ୍ୟାହାର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା

August 26, 2026

ବେଆଇନ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ: ଦୁଇ କାର୍ ସହ ୬୮ କେଜି ଗଞ୍ଜେଇ ଜବତ

August 26, 2026

କଲେଜରେ ଏଣିକି ବାୟୋମେଟ୍ରିକ୍ ଉପସ୍ଥାନ: ୧୦ ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେଲା ପାଇଲଟ୍ ପ୍ରକଳ୍ପ

August 26, 2026

ଭିଜିଲାନ୍ସ ଜାଲରେ ପୂର୍ବତନ କଲେଜ ଅଧ୍ୟକ୍ଷ: ଅଢେଇ କୋଟି ଟଙ୍କା ହେରଫେର ଅଭିଯୋଗ

August 26, 2026

ଇସଲାମାବାଦ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୧୫ ନବଜାତ ଶିଶୁଙ୍କ ମୃତ୍ୟୁ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.