କରୋନା ସତ୍ବେ ଥାଇଲାଣ୍ଡରେ ଖୋଲିଲା ସ୍କୁଲ, ଛାତ୍ରଛାତ୍ରୀ ବସିବା ପାଇଁ କରାଗଲା ଅଭିନବ ଯୋଜନା

Published: Jul 14, 2020, 10:32 am IST

ନୂଆଦିଲ୍ଲୀ/ବ୍ୟାଙ୍କକ, କରୋନାର ଭୟଙ୍କର ସ୍ଥିତି ପାଇଁ ବର୍ତ୍ତମାନ ସାରା ବିଶ୍ବ ଏକ ପ୍ରକାର ବନ୍ଦ ହୋଇଯାଇଛି। ସ୍କୁଲ କଲେଜଠାରୁ ଆରମ୍ଭ କରି ମଲ ସିନେମା ହଲ ସବୁ ବନ୍ଦ। ହେଲେ ଏପରି ସଙ୍କଟମୟ ପରିସ୍ଥିତିରେ ଥାଇଲାଣ୍ଡ ତରଫରୁ ଛାତ୍ରଛାତ୍ରୀଙ୍କ ପାଇଁ ନିଆଯାଇଛି ଅଭିନବ ପଦକ୍ଷେପ। ପିଲାମାନଙ୍କର ଶିକ୍ଷା ବର୍ଷ ଶେଷ ହେବାକୁ ଯାଉଥିବାରୁ ଥାଇଲାଣ୍ଡ ଏହି ଭିନ୍ନ ପଦକ୍ଷେପ ନେଇ ପିଲାଙ୍କ ପାଠପଢା ପୁଣି ଆରମ୍ଭ କରାଯାଇଛି।

ପଦକ୍ଷେପ ଅନୁସାରେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାଇ ରଖାଯଇଛି। ସେତିକି ନୁହେଁ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ଯେପରି କରୋନା ସଂକ୍ରାମଣ ନ ହୁଏ ସେଥିପାଇଁ ସମସ୍ତଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ତିଆରି କରାଯାଇଛି ବକ୍ସ। ସେହି ବକ୍ସ ଭିତରେ ଛିଙ୍କିଲେ ବି ତାହା ସେହି ଭିତରେ ହିଁ ସୀମିତ ରହିବ। ସେହିପରି ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଛି। ସ୍କୁଲକୁ ପ୍ରବେଶ ବେଳେ ସେମାନଙ୍କ ତାପମାତ୍ର ମପା ଯିବା ସହିତ ସାମାଜିକ ଦୂରତା ବଜାଇ ରଖି ଆସିବାକୁ କୁହାଯାଇଛି। ଯେଉଁମାନେ ଏହି କଟକଣା ଭିତରେ ସ୍କୁଲ ଖୋଲିବାକୁ ଚାହିଁବେ ସେମାନେ ଖୋଲିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Related posts