Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ଜିଲ୍ଲାରେ କରୋନା ସ୍ଥିତି ଓ ପ୍ଲାଜମା ଦାନ ସମ୍ପର୍କରେ ସମୀକ୍ଷା କଲେ ମନ୍ତ୍ରୀ ରଘୁନନ୍ଦନ ଦାସ    
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରେ କରୋନା ସ୍ଥିତି ଓ ପ୍ଲାଜମା ଦାନ ସମ୍ପର୍କରେ ସମୀକ୍ଷା କଲେ ମନ୍ତ୍ରୀ ରଘୁନନ୍ଦନ ଦାସ    

July 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର:  ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେଅନୁଷ୍ଠିତ ଏକ ବୈଠକରେ ଯୋଗଦେଇ ରାଜ୍ୟ ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଏବଂ ଜଗତସିଂହପୁର ବିଧାୟକ  ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଜିଲ୍ଲାରେ କରୋନା ସ୍ଥିତି,ପ୍ଲାଜମା ଥେରାପି ପାଇଁ ପ୍ଲାଜମା ଦାନର ଆବଶ୍ୟକତା ଓ କୋଭିଡ୍ କେୟାର ସେଣର ସମ୍ପର୍କରେ ସମୀକ୍ଷା କରିଛନ୍ତି । କୋଭିଡ୍‌-୧୯ ଚିକିତ୍ସାରେ ପ୍ଲାଜମା ଥେରାପିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗୁରୁତର କୋଭିଡ୍ ରୋଗୀ ଏହି ଚିକିତ୍ସା ଫଳରେ ଶୀଘ୍ର ଆରୋଗ୍ୟ ଲାଭ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କର ପ୍ଲାଜମା ଦାନ କରିବା ପାଇଁ ଉତ୍ସାହିତ କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ।

ପ୍ଲାଜମା ଦାନ ପାଇଁ ଇଛୁକ ଏବଂ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପ୍ଲାଜମା ଦାନ ସକାଶେ ଏସ୍‌.ସି.ବି.ମେଡିକାଲକୁ ନେବା,ଆଣିବା,ରହିବା ଏବଂ ଖାଇବା ପିଇବାର ସୁବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ଆବଶ୍ୟକୀୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଯୋଗଦେଇ ଜଗତସିଂହପୁର ବିଧାୟକ ଶ୍ରୀ ମୁଦୁଲି ପ୍ରଥମେ ୪ରୁ ୫ଜଣ କୋଭିଡ୍‌ରୁ ଆରୋଗ୍ୟ ବ୍ୟକ୍ତିଙ୍କୁ ଏସ୍‌.ସି.ବି ମେଡିକାଲକୁ ପଠାଯାଇ ସେମାନଙ୍କ ଦ୍ୱାରା ପ୍ଲାଜମା ଦାନ ପରେ ସେମାନଙ୍କ ଠାରୁ ମତାମତ ସଂଗ୍ରହ କରି ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ଏହି ପୁଣ୍ୟ କାର୍ଯ୍ୟରେ ସାମିଲ କରିବାକୁ ମତ ରଖିଥିଲେ । ସରପଂଚ,ଅଙ୍ଗନବାଡି କର୍ମୀ,ଆଶା କର୍ମିମାନଙ୍କୁ କୋଭିଡ୍‌ରୁ ସୁସ୍ଥ ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କରି ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ବୈଠକରେ  ଯୋଗଦେଇ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଯେ କୋଭିଡ୍‌ରୁ ଆରୋଗ୍ୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ଯୋଗାଯୋଗ କରାଯାଉଛି । ପ୍ଲାଜ୍‌ମା ଦାନ ପାଇଁ ଯିବା ଆସିବା ବାବଦରେ ଆନୁଷଙ୍ଗିକ ଖର୍ଚ୍ଚ ଜିଲ୍ଲା ରେଡ୍‌କ୍ରସ୍ ପାଣ୍ଠିରୁ ବହନ କରାଯିବ ବୋଲି ସୂଚନା ରହିଛି।

ଜିଲ୍ଲାଠାରେ ଆଜିଠାରୁ ଟ୍ରୁନାଣ ମେସିନ୍ ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ କୋଭିଡ୍‌-୧୯ ସ୍ୱାବ୍ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଜିଲ୍ଲାରେ ଏ ପର୍ଯ୍ୟନ୍ତ  ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । କୋଭିଡ୍ ପଜିଟିଭ୍ ବାହାରିଥିବା ଜିଲ୍ଲାର ମଙ୍ଗରାଜପୁର, ବଡଲହଙ୍ଗା, ପଳାଶୋଳ,ପୁରୁଣାବସନ୍ତ ଏବଂ ଶଙ୍ଖପୁର ଗ୍ରାମରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଥିବାରୁ ମାତ୍ରାଧିକ ପରୀକ୍ଷା କରାଯାଇଥିଲା ।  ଜିଲ୍ଲାରେ ପାରାଦ୍ୱୀପ ଟ୍ରେଡ୍ ସେଣରରେ ୨୦୦ ଶଯ୍ୟା,ଜଗତସିଂହପୁର ସରଳାଦେବୀ କଲ୍ୟାଣ ମଣ୍ଡପ ଠାରେ ୩୦ ଶଯ୍ୟା,ପୁରୋହିତପୁର ଠାରେ ୭୦ ଶଯ୍ୟା,ଆଶ୍ରା ଠାରେ ୮୦ ଶଯ୍ୟା ,ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଠାରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣର ପ୍ରତିଷ୍ଠା ପାଇଁ ପଦକ୍ଷେପ  ଗ୍ରହଣ କରାଯାଇଥିବା ବୈଠକରୁ ଜଣାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ବିଜୟା ପଣ୍ଡା,ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ(ପି.ଏଚ୍‌) ଡା. ବସନ୍ତ ବାରିକ,ଅନ୍ୟ ଡାକ୍ତର ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର

January 13, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026

ବାଣପୁର ବ୍ଲକ ସ୍ତରୀୟ ବନ୍ଦେମତରମ୍ ତାଲିମ ପ୍ରଶିକ୍ଷଣ

January 11, 2026
Latest News

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ୍ ରିପୋର୍ଟ

January 14, 2026

ଜୀ ସାର୍ଥକରେ ୫୦୦ ଏପିସୋଡ ଅତିକ୍ରମ କଲା ଲୋକପ୍ରିୟ ଧାରାବାହିକ ‘ତୁମ ବିନା’

January 14, 2026

‘ଇନସ୍ପାଏରିଂ ଇନୋଭେଟର୍ସ’ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ନେଟଫ୍ଲିକ୍ସ ସହିତ ଭାରତ ସରକାରଙ୍କ ସହଭାଗିତା

January 14, 2026

ଶ୍ରୀବଳଦେବଜୀଉ ମନ୍ଦିରର ମକର ସଂକ୍ରାନ୍ତି: ଭିନ୍ନ ଏକ ପରଂପରା, ଭିନ୍ନ ରୀତିନିତି

January 14, 2026

ଆଜିଠାରୁ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପିଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.